fbpx
BSKY SKY
BSKY SKY

୨୭ ବର୍ଷ ପରେ ଭାରତ ଅୟୋଜନ କରିବ ୭୧ତମ ମିସ୍ ୱାର୍ଲ୍ଡ

BSKY

ନୂଆ ଦିଲ୍ଲୀ : ବିଶ୍ୱର ସବୁଠାରୁ ଲୋକପ୍ରିୟ ପ୍ରତିଯୋଗିତା ମିସ୍ ୱାର୍ଲ୍ଡ ୨୦୨୩ , ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବ । ଜୁନ ୮ରେ ଦିଲ୍ଲୀର ଓବରୋଇ ହୋଟେଲରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ମିସ୍ ୱର୍ଲ୍ଡ ଅର୍ଗାନାଇଜେସନର ଚେୟାରମ୍ୟାନ୍ ଆନୁଷ୍ଠାନିକ ଭାବେ ଏହା ଘୋଷଣା କରିଥିଲେ ।

ଏହି ପ୍ରତିଯୋଗିତା ୩୦ ଦିନ ପର୍ଯ୍ୟନ୍ତ ଲାଗିରହିବ । ଏଥିରେ ୧୪୦ଟି ଦେଶର ପ୍ରତିନିଧୀ ଅଂଶଗ୍ରହଣ କରିବେ । ଫେମିନା ମିସ୍ ଇଣ୍ଡିଆ ୨୦୨୨ରେ ମୁକୁଟ ପିନ୍ଧିଥିବା ସିନି ସେଠୀ, ୭୧ ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ।

ମିସ୍ ୱାର୍ଲ୍ଡ ୨୦୨୧ର ବିଜେତା କରୋଲିନା ବିଏଲାଭସ୍କା ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ଯେ , “ଭାରତ ମିସ୍ ୱାର୍ଲ୍ଡ ଭଳିଏକ ସମାନ ଜନକ ପ୍ରତିଯୋଗିତା ଅୟୋଜନ କରୁଛି । ଏହା ଦେଶର ବିବିଧତାକୁ ପ୍ରତିନିଧିତ୍ୱ କରେ । ଭାରତ ଏକତା,ସମ୍ମାନ ଏବଂ ଦୟା ଭଳି ମୂଲ୍ୟବୋଧ ବାଣ୍ଟିଛି, ଏହାକୁ ମୁଁ ମଧ୍ୟ ବିଶ୍ୱାସ କରେ । ”

 

Get real time updates directly on you device, subscribe now.