fbpx

ବିଭିନ୍ନ ଖାଦ୍ୟ ମିଶାଇ ଖାଉଛନ୍ତି କି, ଜାଣିନିଅନ୍ତୁ କେଉଁ ସବୁ ଖାଦ୍ୟ ମିଶାଇ ଖାଇଲେ ସ୍ୱାସ୍ଥ୍ୟ ଉପରେ ପଡିଥାଏ ଖରାପ ପ୍ରଭାବ

ଆମେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ । ଭିନ୍ନ ଭିନ୍ନ ଖାଦ୍ୟର ସ୍ୱାଦ ଭିନ୍ନ ଭିନ୍ନ ହୋଇଥାଏ । କିନ୍ତୁ କିଛି ଖାଦ୍ୟଦ୍ରବ୍ୟକୁ ମିଶାଇ ଖାଇଲେ ତାହା ଅଧିକ ସ୍ୱାଦିଷ୍ଟ ଲାଗିଥାଏ । ମାତ୍ର ଏପରି କିଛି ଖାଦ୍ୟ ରହିଛି ଯାହା ମିଶାଇ ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ତାହା ଠିକ୍‍ ଭାବେ ହଜମ ହୋଇନଥାଏ । ଏହା ଆମ ପାଚନ କ୍ରିୟାକୁ ପ୍ରଭାବିତ କରେ । ଏ ବିଷୟରେ କିନ୍ତୁ ବହୁ ଲୋକଙ୍କୁ ଜଣାନଥାଏ। ଯାହାଦ୍ୱାରା ସେମାନେ ସେହି ସମସ୍ତ ଖାଦ୍ୟକୁ ଏକାଠି ଖାଇଥାଆନ୍ତି। ଏହି କ୍ରମରେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟକୁ ଏକତ୍ର ଖାଇବା ଅନୁଚିତ..
ମାଂସ ଓ ଟମାଟୋ
ଏହି ଦୁଇଟି ଖାଦ୍ୟ ଏକାଠି ଖାଇବା ଅନୁଚିତ। ବହୁ ଲୋକେ ମାଂସ ତରକାରୀ ଖାଇବା ସମୟରେ ସାଲାଡ଼ରେ ଟମାଟୋ ଖାଇଥାଆନ୍ତି। ଏହାକୁ ଏକାଠି ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଖାଦ୍ୟ ଠିକ୍ ଭାବେ ହଜମ ହୋଇନଥାଏ।

ଦହି ଓ ଫଳ
ଦହିରେ ବହୁ ବ୍ୟାକ୍ଟେରିଆ ରହିଥାନ୍ତି । ଫଳ ଓ ଦହିକୁ ଏକାଠି ଖାଇବା ଦ୍ୱାରା ଏହା ଶରୀର ଭିତରକୁ ଯାଇ ବିଷାକ୍ତ ହୋଇଯାଏ। ଫଳରେ ଥଣ୍ଡା, ଆଲର୍ଜି ଭଳି ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ।

ଖାଦ୍ୟ ଓ ପାଣି
ଭୋଜନ ସମୟରେ ପାଣି ପିଇବା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଦ୍ୱାରା ଖାଦ୍ୟରୁ ସଠିକ ମାତ୍ରାରେ ପ୍ରୋଟିନ, କାବ୍ରୋହାଇଡ଼୍ରେଡ଼ ଆଦି ପୋଷକ ତତ୍ତ୍ୱ ମିଳିନଥାଏ।
କ୍ଷୀର ଓ କଦଳୀ
ବହୁ ଲୋକଙ୍କୁ କ୍ଷୀର ସହ କଦଳୀ ଖାଇବା ବହୁତ ପସନ୍ଦ। ମାତ୍ର ଏହାକୁ ଏକାଠି ଖାଇବା ଦ୍ୱାରା ଏହାର କୁପ୍ରଭାବ ମସ୍ତିକ ଉପରେ ପଡ଼ିଥାଏ। ଫଳରେ ସ୍ମରଣ ଶକ୍ତି ମଧ୍ୟ ହ୍ରାସ ପାଇଥାଏ।

ଅଲିଭ ଅଏଲ୍‍ ଓ ବାଦାମ
ଏହାକୁ ମଧ୍ୟ ଏକାଠି ଖାଇବା ଉଚିତ ନୁହେଁ। କାରଣ ଅଲିଭ ଅଏଲରେ ଥିବା ଫାଟ୍‍ ଓ ବାଦାମରେ ଥିବା ପ୍ରୋଟିନ୍ ସହଜରେ ହଜମ ହୋଇନଥାଏ। ଫଳରେ ପାଚନ ସହ ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।

Get real time updates directly on you device, subscribe now.