fbpx
BSKY SKY
BSKY SKY

ଖାଲି ଡାଏଟ ନୁହେଁ , ଏହି କାରଣରୁ ମଧ୍ୟ ବଢିଥାଏ ବ୍ଲଡ ସୁଗାରର ଚାପ

BSKY

ଭୁବନେଶ୍ୱର : ଆଜିର ସମୟରେ ଡାଇବେଟିସ୍ ଅଧିକ ପରିମାଣରେ ବଢିବାରେ ଲାଗିଛି । ଭାରତରେ ମଧ୍ୟ ଡାଇବେଟିସ୍ ଅଧିକା ବଢିବାର ମାମଲା ସାମ୍ନାକୁ ଆସିଛି । ଡାଇବେଟିସ୍ରେ ଜୀବନଶୈଳୀ ଏବଂ ଖାଦ୍ୟ ପାନୀୟ ଜନିତ ସମସ୍ୟାର ଧ୍ୟାନ ରଖିବାକୁ ପଡିବ । ଏହା ଏମିତି ଏକ ରୋଗ ଯାହାକୁ ଆମେ ମୂଳରୁ ଉପାଡି ପାରିବା ନାହିଁ , କିନ୍ତୁ ଲାଇଫଷ୍ଟାଇଲକୁ ପରିବର୍ତ୍ତନ କରି ଏହାକୁ ନିୟନ୍ତ୍ରଣ କରି ପାରିବା । ଶରୀରରେ ଡାଇବେଟିସ୍ ବଢିବା ପାଇଁ ଡାଇଟ ହିଁ କେବଳ ଦାୟୀ ନୁହଁ ,ଏହାର ବିଭିନ୍ନ କାରଣ ରହିଅଛି ।

ବ୍ଲଡ ସୁଗାର ଚାପ ଉପରେ ବହୁତ ପ୍ରଭାବ ପକାଇଥାଏ ଏହି ଜିନିଷ:

ନିଦ : ଆପଣଙ୍କ ନିଦ ନିଜର ବ୍ଲଡ ସୁଗାରର ଚାପ ସହିତ ଶାରୀରିକ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ । କମ ନିଦ ଏହି ରୋଗି ମାନଙ୍କର ଗ୍ଲୁକୋଜ କଣ୍ଟ୍ରୋଲ ଏବଂ ଇନ୍ସୁଲିନ ରେଜଷ୍ଟ୍ରେସକୁ ପ୍ରଭାବିତ କରି ପାରେ । ଏମିତିରେ ଦିନକୁ ୮ଘଣ୍ଟା ନିଦ ପୁରା କରିବା ଜରୁରୀ ଅଟେ ।

ଷ୍ଟ୍ରେସ୍ ଲେବଲ : ଷ୍ଟ୍ରେସ୍ ଆପଣଙ୍କ ଶରୀର ପାଇଁ ବହୁତ କ୍ଷତିକାରକ ଅଟେ । ଏଥି ଯୋଗୁଁ ଅନେକ ରୋଗର ସାମ୍ନା କରିବାକୁ ପଡିଥାଏ । ଏହା ପାଇଁ ବ୍ଲଡ ସୁଗାରର ଚାପ ଉପରେ କୁପ୍ରଭାବ ପକାଇଥାଏ ।

ଡିହାଇଡ୍ରେସନ : କମ ପାଣି ପିଇବା ବ୍ଲଡ ସୁଗାର ରୋଗିଙ୍କ ପାଇଁ କ୍ଷତିକାରକ ହୋଇପାରେ । ଯେତେବେଳେ ଆପଣ କମ ପାଣି ପିଅନ୍ତି ସେତେବେଳେ ଶରୀରରେ ଗ୍ଲୁକୋଜର ମାତ୍ରା ବଢିବାରେ ଲାଗିଥାଏ ଯାହାଫଳରେ ହାଇପୋଗ୍ଲେସେମିୟା ହୋଇଥାଏ ।

ମେଡିକେସନ : କେତେକ ସମୟରେ ମେଡିସିନ ପାଇଁ ମଧ୍ୟ ବ୍ଲଡ ସୁଗାରରେ ଅଧିକ ପ୍ରଭାବ ପକାଇଥାଏ । ଏହି ରୋଗି ଯେକୌଣସି ମେଡିସିନ ଖାଇବା ପୂର୍ବରୁ ଥରଟେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

Get real time updates directly on you device, subscribe now.