fbpx

ଖରାଦିନେ ACର ଅପ୍ରାକୃତିକ ଥଣ୍ଡା ସ୍ବାସ୍ଥ୍ୟ ପାଇଁ ହୋଇଥାଏ କ୍ଷତିକାରକ , ଦେଖାଯାଏ ଏପରି ସମସ୍ୟା

ଖରାଦିନ ତାତିରୁ ରକ୍ଷା ପାଇବା ପାଇଁ ଲୋକମାନେ ଏସିର ସାହାଯ୍ୟ ନେଉଛନ୍ତି । ଅଫିସରେ ସମସ୍ତେ ଅଧିକ ସମୟ ପର୍ଯ୍ୟନ୍ତ ଏସିରେ ବସି କାମ କରିଥାନ୍ତି। କାରରେ ବସିବା ବେଳେ ମଧ୍ୟ ଏସି ଲଗାଇବାକୁ କେହି ଭୁଲି ନ ଥାନ୍ତି। ମାତ୍ର ଏସିରେ ବସିବା ଦ୍ୱାରା ଯେତିକି ଲାଭ ମିଳିଥାଏ, ତା’ଠାରୁ ଅଧିକ କ୍ଷତି ହୋଇଥାଏ। ଜାଣନ୍ତୁ ସେ ବିଷୟରେ।

ମସ୍ତିଷ୍କ ଉପରେ ଖରାପ ପ୍ରଭାବ: ଏସିର ତାପମାତ୍ରା କମ୍‌ ହେବା ଦ୍ୱାରା ମସ୍ତିଷ୍କର କୋଶିକାଗୁଡିକ ସଙ୍କୁଚିତ ହୋଇଥାଏ। ଯାହା ଫଳରେ ମସ୍ତିଷ୍କର କ୍ଷମତା ପ୍ରଭାବିତ ହୋଇଥାଏ। ଏଥିସହ ଅଧିକାଂଶ ସମୟରେ ମୁଣ୍ଡ ବୁଲାଇବା ପରି ସମସ୍ୟା ଦେଖାଦେଇଥାଏ।

ଏସିର ଅପ୍ରାକୃତିକ ଥଣ୍ଡା ତ୍ୱଚା ପାଇଁ କ୍ଷତିକାରକ: ଏସିର ଅପ୍ରାକୃତିକ ଥଣ୍ଡା ତ୍ୱଚା ଏବଂ କେଶ ପାଇଁ କ୍ଷତିକାରକ। ଏହାଦ୍ୱାରା ତ୍ୱଚା ଶୁଷ୍କ ହେବା, ଶରୀର ଦରଜ ଲାଗିବା, ଓଠ ଫାଟିବା ପରି ସମସ୍ୟା ଦେଖାଦେଇଥାଏ। ଏଥିସହ ହାଲିଆ ଲାଗିବା, ଜ୍ୱର ଲାଗିବା, ମୁଣ୍ଡ ବିନ୍ଧା ହୋଇଥାଏ।

ଆଣ୍ଠୁ ଦରଜ: ଏସିର କମ୍‌ ତାପମାତ୍ରାରେ ଅଧିକ ସମୟ ପର୍ଯ୍ୟନ୍ତ ବସିରହିବା ଦ୍ୱାରା ଆଣ୍ଠୁ ସାଙ୍ଗକୁ ଶରୀରର ସମସ୍ତ ଗଣ୍ଠି ଦରଜ ହୋଇଥାଏ। ଭବିଷ୍ୟତରେ ଏହା ବଡ଼ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଥାଏ।

ଆଖି ଶୁଖିଲା ହେବା: ଲଗାତାର ଏସିରେ ବସି ରହିବା ଦ୍ୱାରା ଆଖି ଶୁଷ୍କ ହୋଇଯାଏ। ଆଖିରୁ ପାଣି ବାହାରିବା ସହ ପୋଡିବା ଏବଂ କୁଣ୍ଡେଇ ହେବା ପରି ସମସ୍ୟା ଦେଖାଦେଇଥାଏ।

ନିଃଶ୍ୱାସ ନେବାରେ କଷ୍ଟ: ଅଧିକ ଦିନ ପର୍ଯ୍ୟନ୍ତ ଏସି ସଫା ନ କରିବା ଦ୍ୱାରା ଏଥିରୁ ଦୁର୍ଗନ୍ଧ ବାହାରିଥାଏ। ଫଳରେ ଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। କାଶ ଏବଂ ଛିଙ୍କ ମଧ୍ୟ ହୋଇଥାଏ।

Get real time updates directly on you device, subscribe now.