fbpx

ବିବାହ ଭୋଜି ପାଲଟିଲା ବିଷ! ୨୦୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି, ଅଧା ସିଝା ଚିକେନ ଖାଇବାରୁ ମୁଣ୍ଡବ୍ୟଥା ସାଙ୍ଗକୁ ପ୍ରବଳ ବାନ୍ତି

ନୂଆଦିଲ୍ଲୀ: ବିବାହ ପରି ଏକ ସାମାଜିକ କାର୍ଯ୍ୟରେ ବହୁ ଲୋକଙ୍କର ସମାଗମ ହୋଇଥାଏ । ଏହି ଅବସରରେ ଅତିଥିଙ୍କ ପାଇଁ ନାନା ପ୍ରକାରର ସୁସ୍ୱାଦୁ ଖାଦ୍ୟପେୟର ବନ୍ଦୋବସ୍ତ କରାଯାଇଥାଏ । ବରପକ୍ଷ ଓ କନ୍ୟାପକ୍ଷର ଲୋକମାନେ ଏହି ଅବସରରେ ନୂଆ ଡ୍ରେସ ପିନ୍ଧି ଖାଦ୍ୟପେୟରେ ଅପ୍ୟାୟିତ ହୋଇଥାନ୍ତି । ତେବେ ଅନେକ ସମୟରେ ଏହି ଖୁସିରେ କାହାର ନଜର ଲାଗିଥାଏ । ଦୁର୍ଭାଗ୍ୟବଶତଃ ଭୋଜି ଖାଇ ଅନେକ ଲୋକଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଇଥାଏ ।

ସୂଚନା ମୁତାବକ, ବିହାରରୁ ଆସିଛି ଏଭଳି ଏକ ବଡ଼ ଖବର । ବାଙ୍କା ଅଞ୍ଚଳରେ ଏକ ବିବାହ ଉତ୍ସବର ଭୋଜି ଖାଇ ୨୦୦ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ଭାତ ଓ ଚିକେନ ଖାଇବା ପରେ ଅନେକ ଲୋକ ରୋଗଗ୍ରସ୍ତ ହୋଇ ପଡ଼ିଥିଲେ । ଫଳରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା । ବୀମାରଗ୍ରସ୍ତ ଲୋକଙ୍କ ମଧ୍ୟରେ ୫୦ ଜଣ ଶିଶୁ ଓ ୧୦୦ରୁ ଅôଧକ ମହିଳା ରହିଥିବା ଜଣାପଡ଼ିଛି ।

ଭୋଜି ଖାଇବା ପରେ ପ୍ରଥମେ ଦୁଇ ଜଣଙ୍କର ମୁଣ୍ଡବ୍ୟଥା ହେବା ସହ ବାନ୍ତି ହୋଇଥିଲା । ଏହାପରେ ଉକ୍ତ ଗ୍ରାମର ଅନେକ ଲୋକ ଏହାର ଶିକାର ହୋଇଥିଲେ । ଏହି ଘଟଣା ପ୍ରଘଟ ହେବା ପରେ ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଟିମ୍ ପହଞ୍ଚିଥିଲେ । ଏହାପରେ ଲୋକଙ୍କର ଚିକିତ୍ସା ପାଇଁ ଗାଁରେ ମେଡିକାଲ କ୍ୟାମ୍ପ କରାଯାଇଥିଲା । ତେବେ ଏହି ସମୟରେ ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାରେ ଲାଗିଥିଲା । ଫଳରେ ସେମାନଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଧିକାଂଶ ଲୋକଙ୍କୁ ସେମାନଙ୍କ ଘରେ ଚିକିତ୍ସା କରାଯାଉଛି । ତେବେ ଚିକେନ ଭଲରେ ସିଝି ନଥିବାର ଏଭଳି ସ୍ଥିତି ହୋଇଥିବା ଗ୍ରାମବାସୀ କହିଥିବା ବେଳେ ଫୁଡ୍ ପଏଜନିଂ କାରଣରୁ ଲୋକଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.