fbpx

ଜନ୍ମ ନେଲା ବିଚିତ୍ର ଶିଶୁ: ୨ଟି ହୃତପିଣ୍ଡ ସହ ୪ଟି ଲେଖାଏଁ ହାତ-ଗୋଡ ଆଉ ଅଦ୍ଭୁତ ଚେହେରା

ବିହାର : ଛପରା ସହରର ଶ୍ୟାମଚକ ମହଲା ସ୍ଥିତ ଏକ ପ୍ରାଇଭେଟ ନର୍ସିଂହୋମରେ ସୋମବାର ରାତିରେ ଜନ୍ମ ନେଇଛି ଏକ ବିଚିତ୍ର ଶିଶୁ । ଏକ ଅଦ୍ଭୁତ ଚେହେରା ସହ ଶିଶୁଟି ଜନ୍ମ ନେଇଛି । ପିଲାଟିର ଦେହରେ ୪ଟି ଲେଖାଏଁ ହାତ-ଗୋଡ଼ ରହିତିବା ବେଳେ ୨ଟି ହୃତପିଣ୍ଡ ଓ ମେରୁଦଣ୍ଡ ରହିଥିବା କୁହାଯାଇଛି । କିନ୍ତୁ ଆଶ୍ଚର୍ଯ୍ୟର ଘଟଣା ହେଉଛି ଶିଶୁଟିର ପ୍ରତ୍ୟେକ ଅଙ୍ଗ ଡବଲ୍ ଥିବା ବେଳେ ଗୋଟିଏ ମୁଣ୍ଡ ନେଇ ସେ ଜନ୍ମଗ୍ରହଣ କରିଛି । ଏହି ଶିଶୁକୁ ସିଜରିୟାନ ଡେଲିଭେରୀ ମାଧ୍ୟମରେ ଜନ୍ମ ଦେଇଥିଲା ମାଆ । କିନ୍ତୁ ଜନ୍ମ ନେବାର ମାତ୍ର ୨୦ ମିନିଟ ପରେ ପିଲାଟିର ମୃତ୍ୟୁ ହୋଇଥିବା ମେଡିକାଲ ପକ୍ଷରୁ କୁହାଯାଇଛି ।

ଡାକ୍ତରଙ୍କ କହିବା ଅନୁସାରେ, ଏହିପରି ଶିଶୁଙ୍କୁ ମିଳିତ ଟ୍ୱିନ୍ ବୋଲି କୁହାଯାଏ । ଏହିପରି ଶିଶୁ ଜନ୍ମରୁ ହିଁ ଯୋଡ଼ି ହୋଇ ରହିଥାନ୍ତି । ଭାରତର ଇତିହାସରେ ଏହିଭଳି ଅନେକ ଯାଆଁଳା ଶିଶୁକୁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଅପରେସନ କରି ଅଲଗା କରାଯାଇଛି । କିନ୍ତୁ ଏହିପରି ମାମଲା ବହୁତ କମ୍ ଦେଖିବାକୁ ମିଳିଥାଏ । ମହିଳାଙ୍କ ଗର୍ଭରେ ଗୋଟିଏ ଅଣ୍ଡାରେ ଦୁଇଟି ଶିଶୁ ଥିଲେ ଏଭଳି ଶିଶୁ ଜନ୍ମ ନେଇଥାନ୍ତି ବୋଲି କହିଛନ୍ତି ଡାକ୍ତର । ଏହାର ପ୍ରକ୍ରିୟା ଆଗରୁ ଅଣ୍ଡା ଅଲଗା ହୋଇଗଲେ ଯାଆଁଳା ଶିଶୁ ଜନ୍ମ ହୋଇଥାଏ । କିନ୍ତୁ କୌଣସି କାରଣରୁ ଯଦି ଅଣ୍ଡା ଅଲଗା ହୋଇପାରନ୍ତି ନାହିଁ, ତେବେ ଏହିପରି ପରିସ୍ଥିତିରେ ଯୋଡି ହୋଇ ଯାଆଁଳା ଶିଶୁ ଜନ୍ମ ହୋଇଥାନ୍ତି ।

ଏହି ଶିଶୁଙ୍କ ଜନ୍ମ ଦେବା ସମୟରେ ମହିଳାକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏହିି ଶିଶୁକୁୁ ଅପରେସନ ମାଧ୍ୟମରେ ଜନ୍ମ ଦେଇଥିଲେ ମହିଳା । କିନ୍ତୁ ଏହି ବିଚିତ୍ର ଶିଶୁଟି ଜନ୍ମ ହେବାର ମାତ୍ର ୨୦ ମିନିଟ୍ ପରେ ମୃତ୍ୟୁବରଣ କରିଛି ।

Get real time updates directly on you device, subscribe now.