fbpx

ବିଶ୍ୱର ସର୍ବବୃହତ କିଡନୀ ଷ୍ଟୋନ: ୬୨ ବର୍ଷୀୟ ବୃଦ୍ଧଙ୍କ ପେଟରୁ ବାହାରିଲା ୮୦୧ ଗ୍ରାମ ଓଜନର ଷ୍ଟୋନ!

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଏପରି କିଛି ଘଟଣା ଘଟିଥାଏ ଯାହାକୁ କେହି ସହଜରେ ବିଶ୍ୱାସ କରିପାରି ନଥାନ୍ତି । ତେବେ ଏହା ମଧ୍ୟରେ ଜଣେ ୬୨ ବର୍ଷୀୟ ବୃଦ୍ଧ ବ୍ୟକ୍ତିଙ୍କ ଶରୀରରୁ ବିଶ୍ୱର ସର୍ବବୃହତ କିଡନୀ ଷ୍ଟୋନକୁ ବାହାର କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି କିଡନ ଷ୍ଟୋନର ଓଜନ ୮୦୧ ଗ୍ରାମ ହୋଇଥିବା ବେଳେ ଲମ୍ବ ୧୩.୩୭ ସେଣ୍ଟିମିଟର ରହିଥିଲା ।

ସେନାର ଜଣେ ଅବସରପ୍ରାପ୍ତ ଯବାନଙ୍କ ଶରୀରରୁ ମିଲିଟାରୀ ଡାକ୍ତରମାନେ ଏହି ବୃହତକାୟ କିଡନୀ ଷ୍ଟୋନ କାଢ଼ି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଗତ ୧ ତାରିଖରେ କଲମ୍ବୋର ଆର୍ମି ହସ୍ପିଟାଲରେ ଏକ ସର୍ଜରୀ କରାଯାଇ ଡାକ୍ତରମାନେ ବିଶ୍ୱର ସର୍ବବୃହତ ତଥା ଓଜନିଆ କିଡନୀ ଷ୍ଟୋନରୁ ବାହାର କରିବାରେ ସକ୍ଷମ ହୋଇଥିଲେ । ତେବେ ଏହି ସର୍ଜରୀ ପରେ ଉକ୍ତ ବ୍ୟକ୍ତି ଜଣଙ୍କ ଏବେ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି ।

ଏହା ପୂର୍ବରୁ ଏହି ଗିନିଜ୍ ବିଶ୍ୱ ରେକର୍ଡ ପାକିସ୍ତାନର ଜଣେ ଯୁବକଙ୍କ ନାମରେ ରହିଥିଲା । ୨୦୦୮ରେ ଜଣେ ଯୁବକଙ୍କ ଶରୀରରୁ ୬୨୦ ଗ୍ରାମ ଓଜନ ବିଶିଷ୍ଟ ଏକ କିଡନୀ ଷ୍ଟୋନ ବାହାର କରାଯାଇଥିଲା । ଶ୍ରୀଲଙ୍କାର ଏହି ଘଟଣା ଏବେ ପାକିସ୍ତାନର ପୂର୍ବ ରେକର୍ଡକୁ ଅତିକ୍ରମ କରିଯାଇଛି । ତେବେ ଶରୀର ମଧ୍ୟରେ ଏତେବଡ଼ ଷ୍ଟୋନ ରହିଥିଲେ ହେଁ କିଡନୀ ସାଧାରଣ ଭାବେ କାର୍ଯ୍ୟ କରୁଥିଲା ବୋଲି ଆର୍ମି ଡାକ୍ତର କହିଛନ୍ତି । ଯେତେବେଳେ ଖଣିଜ ପଦାର୍ଥ ଓ ଲୁଣ କିଡନୀରେ ସ୍ଫଟିକ ହୋଇଯାଏ, ସେତେବେଳେ ଷ୍ଟୋନ ଜମା ହୋଇଥାଏ । ଏହି ପଥରଗୁଡ଼ିକ ଅତିକ୍ରମ କରିବା ପରେ ଜଣେ ବ୍ୟକ୍ତି ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରିଥାଏ । ସେଥିପାଇଁ ସର୍ଜରୀ କରିବାର ଆବଶ୍ୟକତା ପଡ଼ିଥାଏ ।

Get real time updates directly on you device, subscribe now.