fbpx

(Video) ଆଉ ଏକ ଟ୍ରେନରେ ଲାଗିଗଲା ନିଆଁ! ଗାଡି ତଳୁ ଧୂଆଁ ଦେଖି ଷ୍ଟେସନରେ ଆତଙ୍କ

ନୂଆଦିଲ୍ଲୀ: ବର୍ତ୍ତମାନ ରେଳ ଜନିତ ଦୁର୍ଘଟଣାକୁ ନେଇ ଅନେକ ଖବର ସାମନାକୁ ଆସୁଛି । ବାହାନଗା ଟ୍ରେନ ଟ୍ରାଜେଡି ପରେ ରେଳ ଦୁର୍ଘଟଣାକୁ ନେଇ ଲୋକଙ୍କ ମନରେ ମଧ୍ୟ ଭୟ ଏବଂ ଆତଙ୍କ ସୃଷ୍ଟି ହୋଇଛି । ଏହା ମଧ୍ୟରେ ମାଳଦା କିଉଲ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନରୁ ଅଚାନକ ଧୂଆଁ ବାହାରିଥିବାର ଦେଖାଯାଇଛି । ଏହାପରେ ସାରା ଷ୍ଟେସନରେ ଆତଙ୍କ ଖେଳିଯାଇଛି । ତେବେ ଏ ନେଇ ରେଲୱେ କର୍ମଚାରୀଙ୍କୁ ଖବର ଦିଆଯାଇଛି ଏବଂ ପରିସ୍ତିତିକୁ ନିୟନ୍ତ୍ରଣକୁ ଆସିଛି ।

ଏମିତି ଏକ ଅଘଟଣ ଦେଖିବାକୁ ମିଳିଛି ବିହାରର ଭାଗଲପୁର ନିକଟସ୍ଥ ସୁଲତାନଗଞ୍ଜ ରେଲୱେ ଷ୍ଟେସନରେ । ଏଠାରେ ମାଳଦା କିଉଲଇଣ୍ଟରସିଟି ଏକ୍ସପ୍ରେସର ଏକ ବଗି ତଳୁ ହଠାତ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲା । ଟ୍ରେନରେ ଧୂଆଁ ଦେଖି ଗାଡିରେ ନିଆଁ ଲାଗି ଯାଇଥିବା ଭୟ ଦେଖା ଦେଇଥିଲା । ଯାହାକୁ ନେଇ ଷ୍ଟେସନରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଥିଲା । ତେବେ ଏହା ପରେ ରେଳ କର୍ମଚାରୀମାନଙ୍କୁ ଏ ନେଇ ସୂଚନା ଦିଆଯିବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଟ୍ରେନର ୧୯୩୪୨୭ ବଗି ତଳୁ ଧୂଆଁ ବାହାରୁଥିବା ଦେଖି ସେହି ବଗିରେ ଥିବା ସମସ୍ତ ଯାତ୍ରୀଙ୍କୁ ବାହାରକୁ ବାହର କରିବା ସହ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ଧୂଆଁକୁ ଆୟତ୍ତ କରାଯାଇଛି ।

ତେବେ ଏହି ଘଟଣାରେ କୌଣସି ମୃତାହତ ରେକର୍ଡ ହୋଇନାହିଁ । କିନ୍ତୁ ରେଲୱେ ତରଫରୁ କୁହାଯାଇଛି ଯେ, ଟ୍ରେନରେ ନିଆଁ ଲାଗି ନଥିଲା ବରଂ ବ୍ରେକ ବାଇଡିଙ୍ଗରୁ ଧୂଆଁ ବାହାରୁଥିଲା । ତେଣୁ ବଗି ତଳୁ ଚକ ପାଖରୁ ଏହି ଧୂଆଁ ନିର୍ଗତ ହେଉଥିଲା । ତେବେ ଏଭଳି ଏକ ଘଟଣା ପାଇଁ ଗାଡି ଏହିୀ ଷ୍ଟେସନରେ ୧୮ ମିନିଟ ପର୍ଯ୍ୟନ୍ତ ରହିଥିଲା ।

Get real time updates directly on you device, subscribe now.