Asian Fencing Championships: ଇତିହାସ ରଚିଲେ ଭବାନୀ ଦେବୀ, ପ୍ରଥମ ଥର ପଦକ ଜିତିଲା ଭାରତ

ନୂଆଦିଲ୍ଲୀ: ଇତିହାସ ରଚିଲେ ଭାରତୀୟ ଫେନ୍ସର ଭବାନୀ ଦେବୀ । ଚୀନ୍‌ର ବୁକ୍ସୀରେ ଚାଲିଥିବା ଏସିଆନ୍ ଚୀନ୍‌ର ୱକ୍ସିରେ ଚାଲିଥିବା ଏସୀୟ ଫେନସିଂ ଚାମ୍ପିଅନସିପ୍‌ର ମହିଳା ଇଭେଣ୍ଟରେ ଭବାନୀ ଦେବୀ ବ୍ରୋଞ୍ଜ ପଦକ ଜିତିଛନ୍ତି । ତେବେ ସେମିଫାଇନାଲ ମ୍ୟାଚରେ ଭବାନୀ ଦେବୀଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା, କିନ୍ତୁ ବ୍ରୋଞ୍ଜ ପଦକ ସହିତ ଭବାନୀ ଦେବୀ ଇତିହାସ ସୃଷ୍ଟି କରିଥିଲେ । ଏହି ପ୍ରତିଯୋଗିତାରେ ଏହା ହେଉଛି ଭାରତର ପ୍ରଥମ ପଦକ ।

ସେମିଫାଇନାଲରେ ଭାବାନୀ ଦେବୀଙ୍କୁ ଉଜବେକିସ୍ତାନର ଚେନାବ ଡେବେକୋଭା ୧୪-୧୫ରେ ହରାଇଥିଲେ । କିନ୍ତୁ ଏହାପରେ ମଧ୍ୟ ଭବାନୀ ଦେବୀ ଭାରତ ପାଇଁ ପଦକ ସୁନିଶ୍ଚିତ କରିଥିଲେ । ଏହାପୁର୍ବରୁ ବିଶ୍ୱ ଚାମ୍ପିୟନ ଜାପାନର ମିସାକୀ ଏମୁରାଙ୍କୁ ୧୫-୧୦ରେ ହରାଇ ବଡ଼ ବିପର୍ଯ୍ୟୟ ଘଟାଇଥିଲେ । ମିସାକାଙ୍କ ବିପକ୍ଷରେ ଭବାନୀ ଦେବୀଙ୍କ ଏହା ପ୍ରଥମ ବିଜୟ । ଏହା ପୁର୍ବରୁ ସମସ୍ତ ମୁକାବିଲାରେ ମିସାକା ବିଜୟୀ ହୋଇଥିଲେ ।

ଏହି ଅବସରରେ ତେବେ ପ୍ରଥମ ଭାରତୀୟ ଫେନ୍ସର ସଂଘର ମହାସଚିବ ରାଜୀବ ମେହେଟ୍ଟା ଭାବାନୀ ଦେବୀଙ୍କ ପ୍ରଦର୍ଶନ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ଭାରତୀୟ ଫେନସିଂ ପାଇଁ ଏହା ଅତ୍ୟନ୍ତ ଗର୍ବର ଦିନ । ଭବାନୀ ଏପରି ସଫଳତା କରିଛନ୍ତି ଯାହା ପୂର୍ବରୁ ଅନ୍ୟ କେହି ହାସଲ କରିପାରିନଥିଲେ । ସେ ହେଉଛନ୍ତି ପ୍ରଥମ ଭାରତୀୟ ଫେନସର ଯିଏକି ସମ୍ମାନଜନକ ଏସୀୟ ଚାମ୍ପିଅନସିପରେ ପଦକ ଜିତିଛନ୍ତି । ମୁଁ ତାଙ୍କୁ ସମଗ୍ର ଫେନସିଂ ଜଗତ ତରଫରୁ ଅଭିନନ୍ଦନ ଜଣାଉଛି ।