fbpx

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ: ଏଲୋନ୍ ମସ୍କଙ୍କ ବ୍ୟତୀତ ୨୪ ବିଶିଷ୍ଟ ବ୍ୟକ୍ତିଙ୍କ ସହ କରିବେ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ବାହାରି ସାରିଛନ୍ତି। ସେ ଜୁନ୍ ୨୧-୨୩ ରୁ ଆମେରିକା ଗସ୍ତରେ ରହିବେ। ନ୍ୟୁୟର୍କର ମିଳିତ ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ ପାଳନ ସହିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଯାତ୍ରା ୨୧ ଜୁନ୍ ସକାଳରୁ ଆରମ୍ଭ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଗସ୍ତ ସମୟରେ ୨୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ଏଥିମଧ୍ୟରେ ନୋବେଲ ବିଜେତା, ଅର୍ଥନୀତିଜ୍ଞ, କଳାକାର, ବୈଜ୍ଞାନିକ, ଶିକ୍ଷାବିତ, ଉଦ୍ୟୋଗୀ, ଶିକ୍ଷାବିତ୍, ସ୍ୱାସ୍ଥ୍ୟ ବିଶେଷଜ୍ଞ ଇତ୍ୟାଦି ସାମିଲ ଅଛନ୍ତି।

ଟେସଲା ସହ-ପ୍ରତିଷ୍ଠାତା ଏଲନ୍ ମସ୍କ, ଜ୍ୟୋତିର୍ବିଜ୍ଞାନୀ ନିଲ୍ ଡି ଗ୍ରେସେ ଟାଇସନ୍, ଗ୍ରାମୀ ପୁରସ୍କାର ପ୍ରାପ୍ତ ଭାରତୀୟ-ଆମେରିକୀୟ ଗାୟକ ଫାଲ୍ଗୁନି ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଆମେରିକା ଗସ୍ତ ସମୟରେ ସାକ୍ଷାତ କରିବେ। ଏମାନଙ୍କ ବ୍ୟତୀତ ସେ ପଲ୍ ରୋମର, ନିକୋଲାସ ନାସିମ ତାଲେବ, ରାଇ ଡାଲିଓ, ଜେଫ ସ୍ମିଥ, ମାଇକେଲ ଫ୍ରୋନ ଡାନିଏଲ ରସେଲ, ଏଲବ୍ରିଜ କଲବି ଏବଂ ଡକ୍ଟର ପିଟର ଆଗ୍ରେ, ଡକ୍ଟର ଷ୍ଟିଫେନ କ୍ଲାସ୍କୋ ଏବଂ ଚନ୍ଦ୍ରିକା ଟଣ୍ଡନଙ୍କୁ ମଧ୍ୟ ଭେଟିବେ।

Get real time updates directly on you device, subscribe now.