ନୂଆଦିଲ୍ଲୀ: ଉତ୍ସବ, ହସ, ନୃତ୍ୟ, ସଙ୍ଗୀତ ଏବଂ ଆହୁରି ଅନେକ ସ୍ମରଣୀୟ ମୁହୂର୍ତ୍ତ ସହିତ ଭାରତୀୟ ବିବାହ ଏକ ଆନନ୍ଦଦାୟକ ଉତ୍ସବ ଅଟେ। ବିବାହ ସମୟରେ ବଲିଉଡ ଡ୍ୟାନ୍ସ ଅନ୍ତର୍ଭୁକ୍ତ କରିବା ଏକ ଟ୍ରେଣ୍ଡରେ ପରିଣତ ହୋଇଛି। ଏହି ସମୟରେ, ଜଣେ କନ୍ୟା ନିଜ ବିବାହ ଉତ୍ସବରେ ବର ପାଇଁ ଏକ ଆଶ୍ଚର୍ଯ୍ୟଜନକ ନୃତ୍ୟ ପ୍ରଦର୍ଶନ କରିଛନ୍ତି। କନ୍ୟାର ଡ୍ୟାନ୍ସ ମୁଭ , ଏକ୍ସପ୍ରେସନ ଏବଂ ଟାଇମିଙ୍ଗ ସବୁଠାରୁ ଭଲ ଥିଲା ବୋଲି ଆପଣ ଭିଡିଓରେ ଦେଖିପାରିବେ ।
ଏହି ସୁନ୍ଦର କନ୍ୟା ଜଣକ ସେଠାରେ ଉପସ୍ଥିତ ସମସ୍ତ ଲୋକଙ୍କୁ ନିଜ ଡ୍ୟାନ୍ସରେ ମନ୍ତ୍ରମୁଗ୍ଧ କରିଦେଇଥିଲେ । ବର ଏତେ ଖୁସି ଥିଲେ ଯେ, ତାଙ୍କୁ କନ୍ୟା ପାଇଁ ହୁଟିଙ୍ଗ କରିବା ଦେଖାଯାଉଛି । କାରଣ ସେ ନଅ କିଲୋର ଲେହେଙ୍ଗା ପିନ୍ଧି ଏପରି ଡ୍ୟାନ୍ସ କରୁଛନ୍ତି । ଭିଡିଓ ସେୟାର କରି କନ୍ୟା ଲେଖିଛନ୍ତି ଯେ, ତାଙ୍କୁ ଜଣାନଥିଲା ଯେ, ସେ ସରପ୍ରାଇଜ୍ ଦେବାକୁ ଯାଉଛି ବୋଲି । ମୋତେ ମଧ୍ୟ ଜଣାନଥିଲା କି ମୁଁ ୯କିଲୋ ଲେହେଙ୍ଗା ପିନ୍ଧି ଏପରି ଡ୍ୟାନ୍ସ ମୁଭ କରିବି ।’
କନ୍ୟା ଜଣକ ପୁଣି ଲେଖିଛନ୍ତି ଯେ, ‘ମୁଁ ଏପରି ଗୀତ ବାହୁଁଥିଲେ ଯେଉଁଥିରେ ମୋ ବର ଇମୋସନାଲ ହୋଇଯିବେ । ଯାହା ସହିତ ମୁଁ ମୋ ସାରା ଜୀବନ ଖୁସିରେ ବୁଲିବି । ମୁଁ ମେହେନ୍ଦୀ ପାଇଁ ବସିବା ପୂର୍ବରୁ ଏହି ଡ୍ୟାନ୍ସ କରିବାକୁ ଯାଉଛି । ସେ ଆଗକୁ ଆହୁରି ଲେଖିଛନ୍ତି, ଏହି ସମୟରେ ଚଣ୍ଡିଗଡ଼ରେ ଥଣ୍ଡ ସଂଧ୍ୟା ଥିଲା । ଏହି ସମୟରେ ଯେତେବେଳେ ମୁଁ ଷ୍ଟେଜ ଉପରେ ଡ୍ୟାନ୍ସ କଲି ତାଙ୍କ ମୁହଁରୁ ସେହି ଉଜ୍ୱଳ ଦେଖି ମୋତେ ଅତ୍ୟନ୍ତ ଖୁସି ଏବଂ ଏନର୍ଜି ମିଳିଥିଲା, ଯାହା ମୋତେ ଦରକାର ଥିଲା ।’
View this post on Instagram
ସେ ଆଗକୁ ଲେଖିଛନ୍ତି ଜୀବନରେ କିଛି ଏପରି ମୁହୁର୍ତ୍ତ ଅଛି ଯାହାକି ବହୁତ ଭଲ ଲାଗିଥାଏ । ପାଖାପାଖି ଏହା ଏକ ପରୀ କାହାଣୀ ଅଟେ । ଯାହା ଜୀବନ ସାରା ମନ ରହିବ । ତେବେ ତାଙ୍କର ଫଲୋର୍ସ ଏବଂ ଫ୍ୟାନ୍ସ ଏହି ଭିଡିଓ ତଳର ବହୁ କମେଣ୍ଟ ଦେବା ସହ ଲାଇକ୍ ପ୍ରଚୁର ପରିମାଣରେ କରିଛନ୍ତି ।