fbpx

ବାହାନଗା ଦୁର୍ଘଟଣା ପରେ ଓଡିଶାକୁ ମିଳିବ ‘କବଚ’ ବ୍ୟବସ୍ଥା! କ’ଣ ନିଷ୍ପତ୍ତି ନେବେ ରେଳମନ୍ତ୍ରୀ?

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣା ଚଳିତ ଦଶନ୍ଧିର ସର୍ବଶ୍ରେଷ୍ଠ ଦୁର୍ଘଟଣା ମଧ୍ୟରୁ ଅତି ଭୟଙ୍କର ହୋଇଛି । ଦୁର୍ଘଟରାରେ ୨୯୨ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୨୦୦ରୁ ଅଦିକ ଯାତ୍ରୀ ଆହତ ହୋଇଛନ୍ତି । ଏହାପରେ ବି ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗିନାହିଁ । ଆଗକୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି । ତେବେ ଏହି ସମୟରେ ରେଳ ବିଭାଗକୁ ଏକ ବଡ ପ୍ରଶ୍ନ ଘାରିଛି । ବାଲେଶ୍ୱର ରେଳ ଷ୍ଟେସନରେ ଏଭଳି ଏକ ଦୁର୍ଘଟଣା ପରେ କେବେ ଓଡିଶାକୁ ମିଳିବ ରକ୍ଷା ‘କବଚ’ ।

୨୦୨୨ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦ୍ୟମରେ ସଫଳ ହୋଇଛି ରେଳ ବ୍ୟବସ୍ଥାର ସ୍ୱୟଂଚାଳିତ ରେଳ ସୁରକ୍ଷା ବ୍ୟବସ୍ଥା ‘କବଚ’ର ପରୀକ୍ଷଣ । ବିଭିନ୍ନ ସ୍ଥାନରେ ହେଉଥିବା ରେଳ ଦୁର୍ଘଟଣାରେ ହ୍ରାସ କରିବା ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯିବ ଏବଂ ଏହା ବେଶ ସହାୟକ ହେବ ବୋଲି ମଧ୍ୟ ପ୍ରମାଣ ମିଳିଥିଲା । ଏହାପରେ ଏହି ‘କବଚ’ ବ୍ୟବସ୍ଥାକୁ କାର୍ଯ୍ୟକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ଭାରତର ୧୯ଟି ରେଳ ଜୋନ୍ ମଧ୍ୟରୁ କେବଳ ସିକନ୍ଦରାବାଦରେ ଏହି ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ଏହାସହିତ ଭାରତରେ ମୋଟ ୧୩,୨୧୫ଟି ବିଦ୍ୟୁତ ଚାଳିତ ରେଳ ଚାଲୁଥିବା ବେଳେ ମାତ୍ର ୬୫ଟି ଟ୍ରେନ ପାଇଁ ‘କବଚ’ ବ୍ୟବସ୍ଥା ଲାଗୁ କରାଯାଇଛି । ତେବେ ଖର୍ଚ୍ଚ ବହୁଳ ସମସ୍ୟା ଯୋଗୁଁ ଏହି ବ୍ୟବସ୍ଥାକୁ ବ୍ୟାପକ କରିବାରେ ପଛଘୁଞ୍ଚା ଦେଇଛି ପ୍ରଶାସନ । ତେବେ ଓଡିଶା ବିଷୟରେ କହିଲେ, ରାଜ୍ୟର ୫୦୦୦ କି.ମି ମୁଖ୍ୟ ରେଳପଥ ପାଇଁ ପ୍ରାୟ ୧୫୦୦-୨୫୦୦ କୋଟି ଟଭ୍କା ବ୍ୟୟବରାଦ ହୋଇପାରେ । ତେଣୁ ଏହାର ସଫଳତାକୁ ନେଇ ବର୍ତ୍ତମାନ ଆଶଙ୍କା ଦେଖା ଦେଇଛି ।

Balasore train accident: 82 bodies still unidentified; Odisha consults  neighbours - BusinessToday

ଦେଶର ରେଳମନ୍ତ୍ରୀ ଭାବରେ ଅଶ୍ୱିନୀ ବୈଷ୍ଣବ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସେଥିମଧ୍ୟରୁ ଏହି ‘କବଚ’ ବ୍ୟବସ୍ଥା ଅନ୍ୟତମ । କାରଣ ଏହି ବ୍ୟବସ୍ଥାରେ ଦେଶର ଟ୍ରେନ ଦୁର୍ଘଟଣା ଅନେକ ମାତ୍ରାରେ ହ୍ରାସ ପାଇପାରିବ । କିନ୍ତୁ ବ୍ୟୟବହୁଳ ହୋଇଥିବାରୁ ଏହା କେବେ ଓଡିଶାରେ ବିକଶିତ ହୋଇପାରିବ, ସେ ନେଇ ଏବେ ବିରାଟ ପ୍ରଶ୍ନ ଉଭା ହୋଇଛି । ସେପଟେ ବାହାନଗା ଟ୍ରେନ ଦୁର୍ଘଟଣା ଏବଂ ଏହାର ଭୟଙ୍କର ପରିଣାମ ପରେ ଓଡିଶାର ଭୁବନେଶ୍ୱର ଜୋନକୁ ଗୁରୁତ୍ୱ ଦିଆଯିବା ସହ ଏଠାରେ ‘କବଚ’ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି ହୋଇଛି । ସୂଚନା ଥାଉ କି ବାହାନଗା ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୯୨ ଜଣ ଯାତ୍ରୀ ପ୍ରାଣ ହରାଇ ସାରିଥିବା ବେଳେ ସହସ୍ରାଧିକ ଆହତ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.