fbpx

ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ରାଶି ମଞ୍ଜୁର କଲା କେନ୍ଦ୍ର, ଓଡ଼ିଶାକୁ ମିଳିଲା ଏତିକି କୋଟି

ଭୁବନେଶ୍ୱର: ପୁଞ୍ଜି ନିବେଶ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱତନ୍ତ୍ର ସହାୟତା ମଞ୍ଜୁରି ଦେବା ଖବର ସାମ୍ନାକୁ ଆସିଛି । ଏଥିରେ ଓଡ଼ିଶା ପାଇଁ ୪ହଜାର ୫୨୮ କୋଟି ଟଙ୍କା ସ୍ୱତନ୍ତ୍ର ସହାୟତା ମଞ୍ଜୁର କରିଛନ୍ତି ।

ସୂଚନା ଅନୁଯାୟୀ, ୨୦୨୩-୨୪ ବର୍ଷ ପାଇଁ ୧୬ ରାଜ୍ୟକୁ ୫୬ ହଜାର ୪୧୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଅର୍ଥ ମନ୍ତ୍ରଣାଳୟର ଏହି ଯୋଜନା ଅଧୀନରେ ସର୍ବାଧିକ ପରିମାଣ ବିହାରକୁ ୯୬୪୦ କୋଟି, ମଧ୍ୟପ୍ରଦେଶକୁ ୭୮୫୦ କୋଟି, ପଶ୍ଚିମବଙ୍ଗକୁ ୭୫୨୩ କୋଟି, ରାଜସ୍ଥାନକୁ ୬୦୨୬ କୋଟି, ତାମିଲନାଡୁକୁ ୪୦୭୯ କୋଟି ଟଙ୍କା , କର୍ଣ୍ଣାଟକ ୩୬୪୭ କୋଟି, ଗୁଜୁରାଟକୁ ୩୪୭୮ କୋଟି ଏବଂ ଛତିଶଗଡକୁ ୩୧୯୫ କୋଟି ଟଙ୍କା ମିଳିବ।

 

Get real time updates directly on you device, subscribe now.