fbpx

ଆଙ୍ଗୁଠି ଫୁଟାଉଥିଲେ ହୋଇପାରେ ଆର୍ଥ୍ରାଇଟିସ୍‌ ସମସ୍ୟା: ରିପୋର୍ଟ

ଆଙ୍ଗୁଠି ଫୁଟାଇବା ବହୁତ ଖରାପ ଅଭ୍ୟାସ । ଯଦି ଏହି ଅଭ୍ୟାସ ଦୀର୍ଘ ବର୍ଷ ଧରି ଲାଗି ରହେ ତେବେ ଭବିଷ୍ୟତରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏପରି ତଥ୍ୟ ବିଷୟରେ କାନାଡା ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରୁ ଜଣାପଡିଛି ଯେ ଯଦି ଜଣେ ବ୍ୟକ୍ତି ଅଧିକ ସମୟ ଆଙ୍ଗୁଠି ଫୁଟାନ୍ତି ତେବେ ସେ ଆର୍ଥ୍ରାଇଟିସ୍‌ ପରି ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି।

ଉପରୋକ୍ତ ବିଷୟରେ ଏକ ସର୍ଭେ କରିବା ସମୟରେ ଉକ୍ତ ବିଶ୍ୱବିଦ୍ୟାଳୟର ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ ଏପରି କଥା ଜାଣିପାରିଥିଲେ। ସର୍ଭେ ପରିସରଭୁକ୍ତ ବ୍ୟକ୍ତି (ଯେଉଁମାନେ ଅଧିକାଂଶ ସମୟ ଆଙ୍ଗୁଠି ଫୁଟାଉଥିଲେ)ମାନଙ୍କ ମଧ୍ୟରୁ ପାଖାପାଖି ୪୦ ପ୍ରତିଶତଙ୍କଠାରେ ଆର୍ଥ୍ରାଇଟିସ୍‌ର ପ୍ରାରମ୍ଭିକ ଲକ୍ଷଣ ଦେଖିବାକୁ ମିଳିଥିଲା। ତେଣୁ ଏଭଳି ଅଭ୍ୟାସରୁ ବିରତ ରହିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ଆଙ୍ଗୁଠି ଫୁଟାଇବା ଦ୍ୱାରା କ’ଣ କ’ଣ ସମସ୍ୟା ହୋଇଥାଏ…

ଆଙ୍ଗୁଠି ଫୁଟାଇଲେ କ’ଣ ହୁଏ –
ଆଙ୍ଗୁଠି ଫୁଟାଇବା ଏକ ଖରାପ ଅଭ୍ୟାସ । ଶରୀରର ଗଣ୍ଠିରେ ଏକ ଫ୍ଲୁଇଡ ରହିଥାଏ । ଯେବେ ଆପଣ ଆଙ୍ଗୁଠି ଫୁଟାଇ ଥାନ୍ତି ସେବେ ଫ୍ଲୁଇଡରୁ ଗ୍ୟାସ୍ ରିଲିଜ୍ ହୋଇଥାଏ ଓ ତା ଭିତରେ ଥିବା ବବଲ୍ସ ମଧ୍ୟ ଫୁଟିଥାଏ । ଏହି କାରଣ ଯୋଗୁଁ ଆଙ୍ଗୁଠି ଫୁଟାଇବା ଦ୍ୱାରା ଶବ୍ଦ ହୋଇଥାଏ ।ଅନେକ ଥର ଗଣ୍ଠିରୁ ଆପେ ଆପେ ଶବ୍ଦ ବାହାରିଥାଏ । ଏହା ସେତିକିବେଳେ ହୋଇଥାଏ, ଯେବେ ଆପଣ ବହୁତ ଜୋରରେ ମୁଭମେଣ୍ଟ କର ।

ବିଶେଷଜ୍ଞଙ୍କ କହିବା ମୁତାବକ, ଦୀର୍ଘ ସମୟ ଧରି ଆଙ୍ଗୁଠି ଫୁଟାଇବା ଦ୍ୱାରା ହାତର ଗ୍ରିପ ଷ୍ଟ୍ରେଥ ଉପରେ ପ୍ରଭାବ ପଡ଼ିଥାଏ ଓ ହାତ ଫୁଲିବାର ମଧ୍ୟ ସମ୍ଭାବନା । ସେଥିପାଇଁ ଆଙ୍ଗୁଠିକୁ ଅଧିକ ଫୁଟାଇବା ଉଚିତ୍ ନୁହେଁ ।

ବିଶେଷଜ୍ଞମାନେ କୁହନ୍ତି ଯେ, ଆଙ୍ଗୁଠି ଫୁଟାଇବା ଦ୍ୱାରା ଆପଣଙ୍କୁ କଷ୍ଟ ହୋଇନଥାଏ । କିନ୍ତୁ କିଛି ଲୋକଙ୍କ କହିବା ଅନୁସାରେ, ଅଧିକ ଥର ଆଙ୍ଗୁଠି ଫୁଟାଇଲେ ଅର୍ଥରାଇଟିସର ବିପଦ ରହିଥାଏ, କିନ୍ତୁ ଏପରି କିଛି ବି ନାହିଁ । ଏକ ରିସର୍ଚ୍ଚରୁ ଜଣାପଡିଛି କି, ଆଙ୍ଗୁଠି ଫୁଟାଇବା ଦ୍ୱାରା ଅର୍ଥରାଇଟିସର ବିପଦ ବିଲକୁଲ ହୋଇନଥାଏ ।

ଯଦି ଗଣ୍ଠିରୁ ବାରମ୍ବାର ଶବ୍ଦ ଆସେ, ତେବେ ଏହାର କାରଣ ହୋଇପାରେ ଯେ ସେଥିରେ କିଛି ଅସୁବିଧା ଅଛି କିମ୍ବା ତାହା ଲୁଜ ହୋଇଯାଉଛି । ଏପରି ସମୟରେ ଆପଣ କୌଣସି ଅସ୍ଥି ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ । ଏହି ସମସ୍ୟା ଅଧିକ ଯନ୍ତ୍ରଣା ସହିତ ଆସିଥାଏ ଓ ହାଡରେ ରୋଗ ଅଛି ବୋଲି ଲକ୍ଷଣ ଦେଖାଦିଏ । ସେଥିପାଇଁ ଏହାକୁ ଅଣଦେଖା ନକରି ଆପଣ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ୍ ।

Get real time updates directly on you device, subscribe now.