fbpx

କୃତ୍ରିମ ମିଠା Aspartameକୁ ନେଇ ଆସିଲା ବଡ଼ ତଥ୍ୟ: Coca-Cola ବଢ଼ାଉଛି କ୍ୟାନସର ଆଶଙ୍କା, WHO କରିପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ଥଣ୍ଡା ପାନୀୟକୁ ଅଧିକ ପସନ୍ଦ କରୁଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ଥଣ୍ଡା ପାନୀୟ କୋକା-କୋଲାକୁ ନେଇ ଆସିଛି ଏକ ବଡ଼ ଖବର । ବିଶ୍ୱରେ ସର୍ବାଧିକ ବ୍ୟବହୃତ ହେଉଥିବା କୃତ୍ରିମ ମିଠା ଆସ୍ପାର୍ଟେମ ଏବେ ଚିନ୍ତା ବଢ଼ାଇଛି । ଏହି କୃତ୍ରିମ ମିଠା ମଣିଷ ଶରୀରରେ କ୍ୟାନସର ଭଳି ଭୟଙ୍କର ରୋଗର ସମସ୍ୟା ସୃଷ୍ଟି କରୁଛି । ଆସନ୍ତା ମାସରେ ଏନେଇ ସମ୍ଭାବ୍ୟ ଘୋଷଣା କରାଯିବ ବୋଲି ନ୍ୟୁଜ ଏଜେନ୍ସ ରଏଟର୍ସ ରିପୋର୍ଟରୁ ଜଣାପଡ଼ିଛି ।

ଦୁଇଟି ଉତ୍ସ ଉପରେ ଏହି ରିପୋର୍ଟ ଆଧାରିତ ରହିଥିବା ବେଳେ ଏହି ପ୍ରକ୍ରିୟାର ଘୋଷଣା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଦ୍ୱାରା କରାଯିବ ବୋଲି ରଏଟର୍ସ ପକ୍ଷରୁ କୁହାଯାଇଛି । କୃତ୍ରିମ ମିଠାର ବ୍ୟବହାର ବିରୋଧରେ ହୁ’ ପକ୍ଷରୁ ଚେତାବନୀ ଜାରି କରାଯିବାର ଏକ ମାସ ପରେ ଏହି ଖବର ସାମ୍ନାକୁ ଆସିଛି । ରଏଟର୍ସ ରିପୋର୍ଟ ଅନୁଯାୟୀ, ଆସ୍ପାର୍ଟେମ ଏକ ପ୍ରକାରର ସାମଗ୍ରୀ ଯାହାକି କୋକା-କୋଲା, କାର୍ବୋନେଟେଡ ପାନୀୟ, ଚୋବାଇବା ଗମ୍, ବହୁତ ମିଠା ପଦାର୍ଥରେ ବ୍ୟବହାର କରାଯାଇଥାଏ ।

ବର୍ତ୍ତମାନ ଏହି କୃତ୍ରିମ ମିଠାକୁ ନେଇ ଇଣ୍ଟରନେଟରେ ଭୟଙ୍କର ଭାବେ ଟ୍ରେଡିଂ ଦେଖିବାକୁ ମିଳିଥିବା ବେଳେ ଏହା ଆମ ପାଇଁ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ପ୍ରକୃତରେ ଏହି ଆସ୍ପାର୍ଟେମ କ’ଣ? ଆସ୍ପାର୍ଟେମ ହେଉଛି ବଜାରରେ ବହୁତ ଲୋକପ୍ରିୟ ଏକ ଅଣ-ପୋଷକ ମିଠା (ଏନଏନଏସ) । ଏଥିସହିତ ଏହା ପ୍ରଡକ୍ଟ ଲେବଲଡରେ ଡାଏଟ, ସୁଗାର-ଫ୍ରି, କମ୍ କିମ୍ବା କ୍ୟାଲୋରୀ ଶୂନ୍ୟ ଓ ଜିରୋ ସୁଗାର ଭାବେ ବ୍ୟବହୃତ ହୋଇଥାଏ । ଏହା ଏକ ଦୁର୍ଗନ୍ଧହୀନ ଧଳା ରଙ୍ଗର ପାଉଡର । ସାଧାରଣ ଚିନି ଅପେକ୍ଷା ଏହା ୨୦୦ ଗୁଣ ମିଠା ହୋଇଥାଏ ।

Get real time updates directly on you device, subscribe now.