fbpx

ଏହିସବୁ ଖାଦ୍ୟ ଖାଇଲେ ଡାଇବେଟିସ୍‌ ଓ ବ୍ଲଡ଼ ପ୍ରେସରଠାରୁ ପାଇବେ ମୁକ୍ତି

ଆଜିକାଲି ଡାଇବେଟିସ୍‌, ରକ୍ତଚାପରେ ଅଧିକାଂଶ ପୀଡ଼ିତ। ସ୍ବାସ୍ଥ୍ୟ ହିଁ ସମ୍ପଦ। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଏମିତି କିଛି ଖାଦ୍ୟ ଉପରେ ଧ୍ୟାନ ଦେଲେ ନିରୋଗ ରହିବେ। ଏକ ରିପୋର୍ଟରୁ ପ୍ରକାଶ ଯେ, ଡାଇବେଟିସ୍‌, ରକ୍ତଚାପ ନିୟନ୍ତ୍ରଣ ପାଇଁ ଆତ, କଦଳୀ, ପିସ୍ତାବାଦାମ, ସବୁଜ ପନିପରିବା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ସବୁଜ ପନିପରିବା: ଏଥିରେ ଆଇରନ ସହ ମ୍ୟାଗ୍ନେସିୟମ ପ୍ରଚୁର ମାତ୍ରାରେ ରହିଛି। ଏହା ଆମ ରକ୍ତରେ ହିମୋଗ୍ଲୋବିନ୍‌ ମାତ୍ରାକୁ ଠିକ୍‌ ରଖିଥାଏ। ଫଳରେ ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖେ।

ଆତ: ଆତର ମଞ୍ଜିରେ ମ୍ୟାଗ୍ନେସିୟମ ଭରି ରହିଛି। ଏହି ମଞ୍ଜିକୁ ଖରାରେ ଶୁଖାଇ ଅଳ୍ପ ତେଲ ଓ ଲୁଣ ଦେଇ ଭାଜି ଖାଇଲେ ଶରୀରକୁ ଭରପୂର ମ୍ୟାଗ୍ନେସିୟମ ମିଳେ। ଫଳରେ ଏହା ଡାଇବେଟିସ୍‌ ସହିତ ଏକାଧିକ ରୋଗରୁ ରକ୍ଷା କରେ।

କଦଳୀ: ଏଥିରେ ପୋଟାସିୟମ ସହ ଭରପୂର ମାତ୍ରାରେ ମ୍ୟାଗ୍ନେସିୟମ ରହିଛି। ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। କଦଳୀ ଖାଇଲେ ସ୍ମରଣ ଶକ୍ତି ମଧ୍ୟ ବଢ଼ିଥାଏ।

ପିସ୍ତା ବାଦାମ: ପ୍ରତିଦିନ ରାତିରେ ୪/୫ଟି ପିସ୍ତା ବାଦାମକୁ ପାଣିରେ ଭିଜାଇ ସକାଳେ ଖାଆନ୍ତୁ। ଡାଇବେଟିସ୍‌ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟାରୁ ମୁକ୍ତି ପାଇବେ। ଏଥିସହିତ ଏହା ସ୍ମରଣ ଶକ୍ତି ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିଥାଏ।

Get real time updates directly on you device, subscribe now.