ଜଣେ Lawyer ଓ Advocate ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ: ଦୁଇଜଣ କେବେ ବି ସମାନ ନୁହନ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଭାରତ ସ୍ୱାଧୀନତା ଲାଭ କରିବା ପରେ ଏହି ଦେଶରେ ସମ୍ବିଧାନ ଲେଖା ହୋଇଥିଲା । ଏହି କ୍ରମରେ ନାଗରିକଙ୍କୁ ନ୍ୟାୟ ମିଳିବା ଲକ୍ଷ୍ୟରେ ନ୍ୟାୟପାଳିକାର ସ୍ଥାପନ କରାଯାଇଥିଲା । ସେଥିପାଇଁ ଅଲଗା ଅଲଗା ଲୋକ (ଲୟାର ଓ ଆଡଭୋକେଟ)ଙ୍କ ପାଇଁ ଅଲଗା ଅଲଗା ଭୂମିକା ନିର୍ଦ୍ଧାରିତ କରାଯାଇଥିଲା । ଯେପରିକି ଅପରାଧିଙ୍କୁ ଧରିବା କାମ ପୋଲିସଙ୍କର, କେସକୁ ସମାଧାନ କରିବା କାମ ଓକିଲଙ୍କର, ଦଣ୍ଡ ବିଧାନ କରିବା ଓ ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ କରିବା ନ୍ୟାୟପାଳିକାର କାର୍ଯ୍ୟ ଅଟେ ।

ପୋଲିସର କାମ ବିଷୟରେ ସମସ୍ତେ ଜାଣିଥିବା ବେଳେ ଓକିଲ କେବଳ କୋର୍ଟରେ କେସ ଲଢ଼ିଥାନ୍ତି ବୋଲି ସମସ୍ତେ ଜାଣନ୍ତି । ଏପରି ସ୍ଥଳେ ଓକିଲଙ୍କର ଅନ୍ୟ କିଛି ନାମ ମଧ୍ୟ ରହିଛି- ଅଧିବକ୍ତା, ଲୟାର ବା ଆଡଭୋକେଟ । ଅଧିକାଂଶ ଲୋକ ଲୟାର ଓ ଆଡଭୋକେଟଙ୍କୁ ସମାନ ବୋଲି ଭାବି ନେଇଥାନ୍ତି । ଆପଣ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଲୟାର ଓ ଆଡଭୋକେଟ ମଧ୍ୟରେ ଆକାଶ-ପାତାଳ ତଫାତ ରହିଛି ।

ଜଣେ ଆଡଭୋକେଟଙ୍କ କ୍ଷେତ୍ରରେ ପର୍ଯ୍ୟାୟବାଚୀ ଭାବେ ଆପଣ ଅଧିବକ୍ତା ଶବ୍ଦ ବ୍ୟବହାର କରିପାରିବେ । ମାତ୍ର ଜଣେ ଲୟାରଙ୍କ କ୍ଷେତ୍ରରେ ପର୍ଯ୍ୟାୟବାଚୀ ଶବ୍ଦ ଭାବେ ଆମେ ଓକିଲ ଶବ୍ଦ ବ୍ୟବହାର କରିପାରିବା । ସାଧାରଣ ଅର୍ଥରେ ଯିଏ ଆଇନ ପାଠ ପଢ଼ିଥାନ୍ତି ତାଙ୍କୁ ଆମେ ଲୟାର କହିପାରିବା । ଆଇନ ପାଠ ପଢ଼ିବା ପାଇଁ, ନ୍ୟାୟପାଳିକାରେ କାମ କରିବା ପାଇଁ ଏଲଏଲବି ଡିଗ୍ରୀ ନେବାକୁ ପଡ଼ିଥାଏ, ଯାହାକି ୫ ବର୍ଷର ହୋଇଥାଏ । ଯଦି ଆପଣ ବିଏ ଓ ଏଲଏଲବି ବାଛିବେ ତେବେ ସେଥିପାଇଁ ୫ ବର୍ଷ ସମୟ ଲାଗିଥାଏ । ଯଦିଆପଣ କୌଣସି ବିଷୟରେ ସ୍ନାତକ କରିବା ପରେ ଏଲଏଲବି କରିବେ ତେବେ ୩ ବର୍ଷ ଲାଗିଥାଏ । ଯିଏ ୩ ବର୍ଷ ଧରି ଆଇନ ପାଠ ପଢ଼ି ଏଲଏଲବି ଡିଗ୍ରୀ ପୂରା କରିଦିଅନ୍ତି ତାଙ୍କୁ ଲୟାର ବା ଓକିଲ କୁହାଯାଇଥାଏ ।

ଆଡଭୋକେଟ ଲୟାରର ଏକ ଅଂଶ ଅଟେ । ମାତ୍ର ଅଭିଜ୍ଞତା ଓ କାର୍ଯ୍ୟ କ୍ଷେତ୍ରରେ ଆଡଭୋକେଟ ଆଗରେ ରହିଥାନ୍ତି । କେହି ବି ଲୟାର ହେବା ପରେ ଆଡଭୋକେଟ ହୋଇ ପାରନ୍ତି । ଆଡଭୋକେଟ ଲୟାରର ଏକ ଭାଗ ହୋଇଥିବା ବେଳେ ଲୟାର ନିଜେ ନିଜେ ସ୍ୱତନ୍ତ୍ର । ଆଡଭୋକେଟ ହେବାକୁ ହେଲେ ଆପଣଙ୍କୁ ପ୍ରଥମେ ଲୟାର ହେବାକୁ ପଡ଼ିବ । ପ୍ରଥମେ ଏଲଏଲବି ପଢ଼ିବାକୁ ପଢ଼ିବ । ଏହାପରେ ରାଜ୍ୟ ବାର କାଉନସିଲରେ ପଞ୍ଜୀକରଣ କରିବାକୁ ପଡ଼ିବ । ସେଥିପାଇଁ ପ୍ରଥମେ ବିଭିନ୍ନ ସ୍ଥାନରୁ ଅଭିଜ୍ଞତା ହାସଲ କରିବାକୁ ପଡ଼ିବ । ଜଣେ ଅଭିଜ୍ଞ ଆଡଭୋକେଟଙ୍କ ଅଧିନରେ ରହି କାମ କରିବାକୁ ପଡ଼ିବ । ଆଡଭୋକେଟ ଚାହିଁଲେ ନ୍ୟାୟପାଳିକାରେ ମଧ୍ୟ କାମ କରିପାରିବେ ଓ କ୍ଲାଏଣ୍ଟଙ୍କ କେସ ମଧ୍ୟ ଲଢ଼ି ପାରିବେ ।