fbpx

ଅଧାରୁ କମ ଦରରେ ମିଳୁଛି ଫ୍ଲାଇଟ ଟିକେଟ, ଜାଣନ୍ତୁ କେତେ କମିଲା ବିମାନ ଭଡା

ନୂଆଦିଲ୍ଲୀ : ଫ୍ଲାଇଟରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର । ବର୍ତ୍ତମାନ ଘରୋଇ ବିମାନର ଟିକଟ ଭଡ଼ାରେ ହ୍ରାସ ଦେଖିବାକୁ ମିଳିଛି । ବର୍ତ୍ତମାନ ଦିଲ୍ଲୀରୁ ମୁମ୍ବାଇ ଯାତ୍ରା ସବୁଠାରୁ ଶସ୍ତା ହୋଇଥିବା ଜଣାପଡିଛି । ୨୪ ଘଣ୍ଟା ମଧ୍ୟରେ ଏହି ଟିକଟର ଦାମ ବଦଳିଛି।

ସୂଚନା ଅନୁସାରେ, ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଘରୋଇ ଫ୍ଲାଇଟର ଭଡା କମିଛି। ଏହା ବ୍ୟତୀତ ଅନ୍ୟାନ୍ୟ ଫ୍ଲାଇଟରେ ମଧ୍ୟ ଟିକଟର ଦାମ କମିବାର ଦେଖିବାକୁ ମିଳିଛି । ଗ୍ରୀଷ୍ମ ଛୁଟିରେ ଟିକଟର ଦାମ ଅଧିକ ବଢିଥିବା ବେଳେ ଗତ ଏକ ମାସ ହେବ ଘରୋଇ ଫ୍ଲାଇଟରେ ଟିକଟ ଦାମର ହ୍ରାସ ଘଟିଛି । ସବୁଠାରୁ ଅଧିକ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଘରୋଇ ଫ୍ଲାଇଟର ଟିକଟରେ ଦର ହ୍ରାସ ପାଇଛି । ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଫ୍ଲାଇଟର ଦାମ ୧୪-୧୯ ହଜାର ଥିଲା, ବର୍ତ୍ତମାନ ସେହି ଟିକେଟର ଦାମ କମି ଅଧାରୁ ମଧ୍ୟ କମ ହୋଇଯାଇଛି । ୨୪ ଘଣ୍ଟ ପୂର୍ବରୁ ଦାମ ୧୪-୧୯ ଥିବା ବେଳେ ବର୍ତ୍ତମାନ ତାହା ହ୍ରାସ ପାଇ ୪୫୦୦ଟଙ୍କା ହୋଇଯାଇଛି ।

ଏମିତି ନୁହେଁ ଯେ, ଫ୍ଲାଇଟର ଚାହିଦା କମିଯାଇଛି । ପ୍ରତ୍ୟେକ ଦିନ ୪ ଲକ୍ଷରୁ ଅଧିକ ଯାତ୍ରୀ ଏହା ଦ୍ୱାରା ଯାତ୍ରା କରୁଛନ୍ତି । ଦିଲ୍ଲୀ, ମୁମ୍ବାଇ ସହ ଅନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ଟିକଟର ଦାମରେ ହ୍ରାସ
ପାଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.