ବିନା ବିଜୁଳିରେ ବି ସହଜ ଉପାୟରେ କରିପାରିବେ ଡ୍ରେସ୍ ଆଇରନ୍, କଣ ସବୁ ଉପାୟ ରହିଛି ଆସନ୍ତୁ ଜାଣିନେବା

ଡ୍ରେସ୍ ଆଇରନ୍ କରିିବା ବହୁ ଲୋକଙ୍କ ଲାଗି ଏକ ବଡ କଠିନ କାମ ହୋଇଥାଏ । ବହୁ ଲୋକ ନିଜେ ଆଇରନ୍ ନ କରି ବାହାରେ ଆଇରନ୍ ଦୋକାନରେ କପଡା ଦେଇ ଦିଅନ୍ତି । କିନ୍ତୁ ଯଦି ଦୋକାନୀ ଠିକ୍ ସମୟରେ ଆପଣଙ୍କୁ କପଡା ଆଇରନ୍ କରି ଦେଇ ନାହିଁ କିମ୍ବା ଜରୁରୀ ଥିବା ସମୟରେ ବିଜୁଳି ଚାଲି ଯାଇଛି ତେବେ ଏହି ସମସ୍ୟାକୁ ସମାଧାନ କରିବାର କିଛି ସରଳ ଉପାୟ ବି ରହିଛି । କିଛି ଏପରି ସହଜ ଉପାୟ ରହିଛି ଯାହା ମାଧ୍ୟମରେ ଆପଣ ନିଜ ଡ୍ରେସ୍ ରୁ ବଡ ସହଜରେ ଭାଙ୍ଗ ଦୂର କରିପାରିବେ । କେବଳ ଏତିକି ନୁହେଁ ଆପଣ କପଡା ଉପରେ କ୍ରିଜ୍ ବି ଦେଇପାରିବେ । ଏହି କ୍ରମରେ ଆସନ୍ତୁ ଜାଣିବା କପଡା ପ୍ରେସ୍ କରିବାର କିଛି ସ୍କାର୍ଟ ଟ୍ରିକ୍ସ ।
ଭିନେଗାର ବ୍ୟବହାର:
ସର୍ବପ୍ରଥମେ ଏକ ସ୍ପ୍ରେ ବୋତଲ ନିଅନ୍ତୁ । ସେଥିରେ ଅଧା ବୋତଲ ଭିନେଗାର ଓ ଅଧା ପାଣି ମିଶାନ୍ତୁ । ଏବେ ଆପଣ ଡ୍ରେସ୍ କୁ ହ୍ୟାଙ୍ଗରରେ ଖୋଲି କରି ଝୁଲାଇ ଦିଅନ୍ତୁ । ଏହାପରେ ପୁରା ଡ୍ରେସ୍ ରେ ପାଣି ମିଶା ଭିନେଗାର ସ୍ପ୍ରେ କରନ୍ତୁ ଓ ଡ୍ରେସକୁ ଶୁଖିବାକୁ ଦିଅନ୍ତୁ । ଶୁଖିବା ପରେ କପଡାରୁ ଲୋଚାକୋଚା ଦୂର ହୋଇଯିବ ।
ଟାୱେଲର ବ୍ୟବହାର:
ଡ୍ରେସକୁ କୌଣସି ଏକ ଟାୱେଲ ଉପରେ ମେଲାଇ ରଖନ୍ତୁ । ଏବେ ଟାୱେଲକୁ ଓଦା କରି ଚିପୁଡି ଦିଅନ୍ତୁ । ଯେଉଁ ଯେଉଁ ସ୍ଥାନରେ ଭାଙ୍ଗ ପଡିଛି ସେହି ସେହି ସ୍ଥାନରେ ଟାୱେଲ ସାହାଯ୍ୟରେ ପ୍ରେସ୍ କରନ୍ତୁ । ଏହି ପ୍ରକାରରେ ସଂପୂର୍ଣ୍ଣ କପଡାରେ ଭାଙ୍ଗ ବା ଲୋଚାକୋଚା ସ୍ଥାନରେ ପ୍ରେସ୍ କରିବା ପରେ କପଡାକୁ ଶୁଖିବା ଲାଗି ହ୍ୟାଙ୍ଗରରେ ଟାଙ୍ଗି ଦିଅନ୍ତୁ । ଶୁଖିଲା ପରେ ସବୁ ଲୋଚାକୋଚା ଗାଏବ ହୋଇ ଯାଇଥିବ ।
କେଟେଲ ସାହାଯ୍ୟରେ ପ୍ରେସ୍:
ଗ୍ୟାସରେ କେଟେଲ ରଖନ୍ତୁ । ସେଥିରେ ପାଣି ଢାଳନ୍ତୁ । ଏବେ ଗରମ କେଟେଲକୁ ଆପଣ ଆଇରନ୍ ପରି କପଡାରେ ଚଲାନ୍ତୁ । ଥଣ୍ଡା ହୋଇଗଲେ ଏହାକୁ ପୁଣି ଗରମ କରି ଦିଅନ୍ତୁ । କପଡା ପ୍ରେସ୍ କାମ ବଡ ସହଜରେ ହୋଇଯିବ ।
ଭାରି ଗଦି ତଳେ ରଖିଦିଅନ୍ତୁ:
ଆପଣ କପଡା ଶୁଖାଇବା ପରେ ଏହାକୁ ଠିକ୍ ଭାବରେ ଭାଙ୍ଗି ଭାରି ଗଦି ତଳେ ରଖି ଦିଅନ୍ତୁ । ୨ରୁ ୩ ଘଣ୍ଟା ପରେ କପଡା ପୁରା ଫ୍ରେସ୍ ଦେଖାଯିବ ।