fbpx

OTTରେ ପ୍ରିୟଙ୍କା ଚୋପ୍ରାଙ୍କ “ସିଟାଡେଲ” ୱେବ ସିରିଜର ଅବସ୍ଥା ହେଲା ଏପରି : ପ୍ରତିବାଦ କଲେ ଆମାଜନର ସିଇଓ, ମାଗିଲେ ୨୦୦୦ କୋଟିର ହିସାବ

ନୂଆଦିଲ୍ଲୀ : ବଲିଉଡ ଠାରୁ ହଲିଉଡ ପର୍ଯ୍ୟନ୍ତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଫିଲ୍ମ ଜଗତରେ ଚାରିଆଡେ ଜଣା ଶୁଣା । ବର୍ତ୍ତମାନ ୱେବ ସିରିଜ “ସିଟାଡେଲ”ରେ ପ୍ରିୟଙ୍କା ଚୋପ୍ରା ଏବଂ ରିଚାର୍ଡ ମ୍ୟାଡନ, ଏଥିରେ ଯାହା ଅଭିନୟ କରିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । କୁହାଯାଇଛି ଯେ, ଓଟୀଟୀ ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓର ସିଇଓ ଆଣ୍ଡିଜାସି ୱେବ ସିରିଜର ନିର୍ମାତାମାନଙ୍କୁ ଏହି ସିରିଜ ପାଇଁ ଗାଳି ଦେଇଛନ୍ତି । ପରେ ଖର୍ଚ୍ଚ ହୋଇଥିବା ୨୦୦୦ କୋଟି ରାଶିର ହିସାବ ମଧ୍ୟ ମାଗିଛନ୍ତି ।

ସୂଚନା ଅନୁସାରେ : ପ୍ରିୟଙ୍କା ଚୋପ୍ରାଙ୍କ ଇଂରାଜୀ ୱେବ ସୀରୀଜ “ସିଟାଡେଲ” ଆମେରିକାର ନିଲ୍ସନ ରେଟିଙ୍ଗରେ ଟପ୍ ୧୦ରେ ନିଜର ସ୍ଥାନ ବନାଇ ପାରିଲେନାହିଁ ଏବଂ ଏହାର ରିଭ୍ୟୁ ମଧ୍ୟ ଭଲ ଆସି ନଥିଲା । ଏମିତିରେ ଆଣ୍ଟି ଜାସି ସିରିଜର ନିର୍ମାଣ କର୍ତ୍ତାକୁ ପଚାରିଲେ ଯେ ଏତେ ଗୁଡିଏ ଟଙ୍କା କେଉଁଠି ଲାଗିଥିଲା, ଅନେକ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ଏପରି ରିଜଲ୍ଟ କଣ ପାଇଁ ଆସିଲା । ଏହା ବ୍ୟତୀତ ଅନ୍ୟ ଏକ ପ୍ରୋଜେକ୍ଟକୁ ନେଇ ମଧ୍ୟ ନିର୍ମାଣକାରୀଙ୍କୁ ଗାଳି ଦେଇଥିଲେ । ଏହି ସିରିଜ ପାଇଁ ପ୍ରିୟଙ୍କା ଚୋପ୍ରା ଆମେରିକାରୁ ଭାରତକୁ ଆସିଥିଲେ । ଏହା ପରେ ମଧ୍ୟ କିଛି ଉତ୍ତମ ରିଜଲ୍ଟ ମିଳିଲା ନାହିଁ ବୋଲି କହିଥିଲେ । ଆମାଜନ ଏହି ପ୍ରୋଜେକ୍ଟକୁ କୌଣସି କ୍ରିୟେଟିଭ ପ୍ରୋଜେକ୍ଟ ପାଇଁ ନୁହେଁ, ଏହାକୁ ବିଜନେସ ପାଇଁ ଧ୍ୟାନରେ ରଖି ବନାଇଥିଲା । କୁହାଯାଇଛି ଯେ, ଏହି ସିରିଜର ପ୍ରତ୍ୟେକ ଏପିସୋଡ ତିଆରି କରିବା ପାଇଁ ୨୦ ମିଲିୟନ ଡଲର ଖର୍ଚ୍ଚ ହୋଇଥିଲା । ପ୍ରଥମର ଏହାର ୮ଟି ଏପିସୋଡ କରିବା ପାଇଁ କୁହାଯାଇଥିଲା, କିନ୍ତୁ ପରେ ଏଥିରେ କେବଳ ୬ଟି ଏପିସୋଡ ହିଁ କରାଯାଇଥିଲା ।

ପ୍ରିୟଙ୍କା ଚୋପ୍ରାର ଏହି ୱେବ ସିରିଜ “ସିଟାଡେଲ” ର ରିଲିଜ ପରେ ଆମାଜନ ପ୍ରାଇମ ଭିଡିଓର ହେଡ ଅଫ ଡ୍ରାମା ସିରିଜ ଔଡେଟା ବାଟକିନସ କହିଥିଲେ ଯେ ଏହି ସୀରୀଜ ଆମେରୀକାର ଲୋକ ଆଦୌ ପସନ୍ଦ କରିବେ ନାହିଁ । ସେଠିକାର ଲୋକ ମାନେ ଏହି ସୀରୀଜ ଦେଖି ବିରକ୍ତ ମନ ଭାବ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.