ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଆଇସିଏମଆର- ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ର (ଆରଏମଅରସି), ଭୁବନେଶ୍ୱର ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ପ୍ରୋଜେକ୍ଟ ସାଇଣ୍ଟିଷ୍ଟ, ପ୍ରୋଜେକ୍ଟ ରିସର୍ଚ୍ଚ ଆସିଷ୍ଟାଣ୍ଟ, ପ୍ରୋଜେକ୍ଟ ଟେକ୍ନିସିଆନ-୨ (ଲାବୋରେଟୋରୀ ଆସିଷ୍ଟାଣ୍ଟ), ଡାଟା ଏଣ୍ଟ୍ରି ଅପରେଟର ଆଦି ପଦରେ ନିଯୁକ୍ତି ଦିଆଯିବ ।
ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା, ବୟସ ଯୋଗ୍ୟତା ଓ ଦରମା ଅଲଗା ଅଲଗା ରହିଛି । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ । ପ୍ରୋଜେକ୍ଟ ସାଇଣ୍ଟିଷ୍ଟ (ଅଣ ମେଡିକାଲ) ପଦ ପାଇଁ ୫୫,୪୪୦, ପ୍ରୋଜେକ୍ଟ ସାଇଣ୍ଟିଷ୍ଟ (ପବ୍ଲିକ ହେଲଥ) ପାଇଁ ୫୨,୨୦୦, ରିସର୍ଚ୍ଚ ଆସିଷ୍ଟାଣ୍ଟ ପାଇଁ ୩୧,୦୦୦, ଟେକ୍ନିସିଆନ-୨ ପାଇଁ ୧୭,୦୦୦ ଓ ଡାଟା ଏଣ୍ଟ୍ରି ଅପରେଟର ପାଇଁ ୧୭,୦୦୦ ଟଙ୍କା ଦରମା ରହିଛି ।
ପ୍ରୋଜେକ୍ଟ ସାଇଣ୍ଟିଷ୍ଟ (ଅଣ ମେଡିକାଲ) ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ମାଇକ୍ରୋବାୟୋଲୋଜିରେ ପ୍ରଥମ ଶ୍ରେଣୀରେ ମାଷ୍ଟର ଡିଗ୍ରୀ, ପ୍ରୋଜେକ୍ଟ ସାଇଣ୍ଟିଷ୍ଟ (ପବ୍ଲିକ ହେଲଥ) ପାଇଁ ଦ୍ୱିତୀୟ ଶ୍ରେଣୀରେ ମାଷ୍ଟର ଡିଗ୍ରୀ ସହିତ ମାଇକ୍ରୋବାୟୋଲୋଜିରେ ପିଏଚଡି, ରିସର୍ଚ୍ଚ ଆସିଷ୍ଟାଣ୍ଟ ପାଇଁ ଲାଇଫ୍ ସାଇନ୍ସରେ ମାଷ୍ଟର ଡିଗ୍ରୀ, ଟେକ୍ନିସିଆନ-୨ ପାଇଁ ଦଶମ ପାସ ସହିତ ଆଇଟିଆସ ପାସ୍ ସହିତ ଲ୍ୟାବରେ କାର୍ଯ୍ୟ ଅଭିଜ୍ଞତା ଓ ଡାଟା ଏଣ୍ଟ୍ରି ଅପରେଟର ପାଇଁ ଯୁକ୍ତଦୁଇ ପାସ ସହିତ କମ୍ପ୍ୟୁଟର କୋର୍ସ ଓକମ୍ପ୍ୟୁଟର ଟାଇପିଂ ଜାଣିଥିବା ଦରକାର ।
ନୋଟିଫିକେସନ ଲିଙ୍କ: https://www.rmrcbbsr.gov.in/wp-content/uploads/2023/07/One-health-approach.pdf
ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.rmrcbbsr.gov.in/