fbpx

ଖୁସି ଖବର! ରାସନ କାର୍ଡରେ ଅଧିକ ସାମଗ୍ରୀ ଦେବେ ସରକାର: ମିଳିବ ୧୦ କେ.ଜି ବେଶୀ ଚାଉଳ-ଗହମ

ନୂଆଦିଲ୍ଲୀ: ରାସନ କାର୍ଡଧାରୀମାନଙ୍କ ପାଇଁ ଏକ ବଡ ଖୁସି ଖବର ଆଣିଛନ୍ତି ସରକାର । ଏଣିକି ରାସନ କାର୍ଡରେ ୧୦ କେ.ଜି ଅଧିକ ଚାଉଳ-ଗହମ ମାଗଣାରେ ପ୍ରଦାନ କରାଯିବ । କେନ୍ଦ୍ର ସରକାରଙ୍କ ତରଫରୁ ରାସନ କାର୍ଡଧାରୀଙ୍କୁ ବିଭିନ୍ନ ପ୍ରକାରର ସୁବିଧା ମିଳିପାରୁଛି । ତେବେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରପରୁ ଅଧିକ ରାସନ ସାମଗ୍ରୀ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ସରକାରଙ୍କର ଏହି ସୁବିଧା ଦ୍ୱାରା ଦେଶର ପ୍ରାୟ ୫୭ ଲକ୍ଷ ଲୋକ ଲାଭବାନ୍ ହୋଇପାରିବେ । ବିଶେଷ କରି ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକମାନଙ୍କ ପାଇଁ ଏହି ସୁବିଧା ଖୁବ ସହାୟକ ହେବ ବୋଲି ଆଶା କରାଯାଉଛି ।

ସୂଚନା ଥାଉ କି, ବର୍ତ୍ତମାନ ରାଜ୍ୟରେ ପରିବାରର ପ୍ରତି ସଦସ୍ୟଙ୍କ ମୁଣ୍ଡପିଛା ୪କେ.ଜି ମାଗଣା ରାସନ ସାମଗ୍ରୀ ପ୍ରଦାନ କରାଯାଉଛି । କିନ୍ତୁ ଏବେ ପ୍ରତ୍ୟେକ ପରିବାରକୁ କିଲୋ ପ୍ରତି ୨୫ ଟଙ୍କା ମୂଲ୍ୟରେ ୧୦ କିଲୋ ଅତିରିକ୍ତ ରାସନ ସାମଗ୍ରୀ ଯୋଗାଇ ଦିଆଯିବ । ଏ ନେଇ ନିଷ୍ପତ୍ତି ନେଇଛନ୍ତି ଜାମ୍ମୁ କାଶ୍ମୀର ସରକାର । ପ୍ରଧାନମନ୍ତ୍ରୀ ଖାଦ୍ୟ ଅନୁପୂରକ ଯୋଜନା ଆରମ୍ଭ କରିଥିଲେ ଏଠାକାର ରାଜ୍ୟ ସରକାର । ଏହି ଯୋଜନା ଅନୁସାରେ, ରାଜ୍ୟର ସମସ୍ତ ଗରିବ ପରିବାରଙ୍କୁ ସୁଲଭ ମୂଲ୍ୟରେ ଅତିରିକ୍ତ ରାସନ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜମ୍ମୁ କାଶ୍ମୀରର ଏଲଜି ମନୋଜ ସିହ୍ନା ଏ ନେଇ ଘୋଷଣା କରିଛନ୍ତି । ବର୍ତ୍ତମାନ ଜମ୍ମୁ କାଶ୍ମୀରରେ ୧୪.୩୨ ଲକ୍ଷ ରାସନ କାର୍ଡଧାରୀ ରହୁଥିବା ବେଳେ ପ୍ରାୟ ୫୭, ୨୪,୦୦୦ ଲୋକଙ୍କୁ ପିଏମଏଫଏସଏସର ଉପଭୋକ୍ତା ରହିଛନ୍ତି ।

ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ ପ୍ରାୟ ୧.୮୦ କୋଟି ଟଙ୍କାର ଖର୍ଚ୍ଚ ହେବାକୁ ଥିବା ବେଳେ ସାଧାରଣ ଲୋକଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଗରିବ ପରିବାରଙ୍କ ମୁଣ୍ଡରୁ ଆର୍ଥିକ ବୋଝ କମ୍ କରିବା ସହ ସେମାନଙ୍କୁ ଖାଦ୍ୟ ଏବଂ ପୋଷଣ ସୁରକ୍ଷା ପହଞ୍ଚାଇବା ପାଇଁ ଏହି ସଂଶୋଧିତ ମୂଲ୍ୟକୁ ଆରମ୍ଭ କରାଯାଇଛି ।

Get real time updates directly on you device, subscribe now.