fbpx

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର: ଏଣିକି କମ୍ ଆସିବ ବିଜୁଳି ବିଲ୍

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ବିଲ୍ କମ କରିବା ପାଇଁ ପଦକ୍ଷେପ ନେଉଛି ଆପିଲେଟ ଟ୍ରିବ୍ୟୁନାଲ ଫର ଇଲେକ୍ଟ୍ର୍ରିସିଟି । ବିଦ୍ୟୁତ ବିଲ୍ ହ୍ରାସ କରିବା ପାଇଁ ମୁମ୍ବାଇର ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାରକୁ ଏପିଟିଇଏଲ ନିର୍ଦ୍ଦେଶ ଦେଇଛି । ଯାହାଦ୍ୱାରା ସିଧାସଳଖ ଭାବରେ ଉପଭୋକ୍ତାମାନେ ଏହାର ଫାଇଦା ଉଠାଇପାରିବେ । ଏହି ନିର୍ଦ୍ଦେଶରେ ଗ୍ରାହକମାନେ କମ୍ ମୂଲ୍ୟରେ ବିଜୁଳି ପାଇପାରିବେ । ଏଥିପାଇଁ ଏପିଟିଇଏଲ ଏକ ବଡ ନିଷ୍ପତ୍ତି ନେବା ସହ ଖୁବଶୀଘ୍ର ଏହାକୁ ଲାଭ କରିବାକୁ ଯାଉଛି ।

ତେବେ ଏହି ନିର୍ଦ୍ଦେଶ ଅନୁସାରେ ସବୁଠାରୁ ଅଧିକ ଲାଭ ପାଇବେ ମାୟାନଗରୀ ମୁମ୍ବାଇର ପ୍ରାୟ ୭.୫ ଲକ୍ଷ ଉପଭୋକ୍ତା । ଏପିଟିଇଏଲର ନିର୍ଦ୍ଦେଶକୁ ଲାଗୁ କରାଯିବା ପରେ ଉପଭୋକ୍ତାଙ୍କୁ ବିଜୁଳି ବ୍ୟବହାର କରିବା ପାଇଁ କମ୍ ଶୁଳ୍କ ଦେବେ । କାରଣ ଟାଟା ପାୱାରକୁ ବିଦ୍ୟୁତ ଶୁଳ୍କର ୧୦.୫% ମୂଲ୍ୟ କମ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଏପିଟିଇଏଲ । ତେବେ ଟାଟା ପାୱାର ତରଫରୁ ଲାଗୁ ହୋଇଥିବା ଏହି ନିର୍ଦ୍ଦେଶକୁ ଖୁବଶୀଘ୍ର ଲାଗୁ କରାଯିବ । ଏହାଦ୍ୱାରା ମୁମ୍ବାଇର ବିଜୁଳି ଉପଭୋକ୍ତାମାନଙ୍କୁ ପ୍ରିି ମାସ ହାରାହାରି ୧୦୦ ଟଙ୍କା ବା ଅଧିକ ଟଭ୍କା ସଞ୍ଚୟ କରିପାରିବେ । ତେବେ ଏ ନେଇ ଏପିଟିଇଏଲ କହିଛନ୍ତି ଯେ, ବିଜୁଳି ବିଲ୍ ବଢ଼ାଇବା ପାଇଁ କମ୍ପାନୀ ଉଚିତ ପ୍ରକ୍ରିୟା ଅବଲମ୍ବନ କରିନାହିଁ । ଏହାସହିତ କମ୍ପାନୀ ତରଫରୁ ଦିଆଯାଇଥିବା ସମସ୍ତ ତର୍କ ଆଧାରହୀନ ବୋଲି କହିଛନ୍ତି ଏପିଟିଇଏଲ ।

ତେବେ ଉପଭୋକ୍ତାଙ୍କ ପାଇଁ କରାଯାଇଥିବା ଏହି ଘୋଷଣାସାଧାରଣ ଜନତାଙ୍କ ପାଇଁ ଖୁବ ଆଶ୍ୱସ୍ତି ପ୍ରଦାନ କରିବ । ଏହାସହିତ ବିଦ୍ୟୁତ ବିଲ ମଧ୍ୟ ହ୍ରାସ ପାଇବ । ସୂଚନା ଅନୁସାରେ, ଗତ ମାର୍ଚ୍ଚ ମାସରେ ବିଦ୍ୟୁତଶଳ୍କ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ମିଳିସାରିଛି । ତେବେ ଟାଟା ପାୱାର ଏହା ବିରୋଧରେ ଆବେଦନ କରିଥିଲେ ମଧ୍ୟ ଏହି ନିର୍ଦ୍ଦେଶକୁ ଗ୍ରୀନ ସିଗନାଲ ମିଳିଯାଇଛି ।

Get real time updates directly on you device, subscribe now.