fbpx

ଘରର ଭିତରକୁ ସୂର୍ଯ୍ୟ କିରଣ ପଡିବା ଭଲ କି ନାହିଁ : ଆସନ୍ତୁ ଜାଣିବା କ’ଣ କହୁଛନ୍ତି ବାସ୍ତୁଶାସ୍ତ୍ରୀ

ଭୁବନେଶ୍ୱର : ମଣିଷକୁ ରହିବା ପାଇଁ ଖଣ୍ଡିଏ ବାସଗୃହର ଆବଶ୍ୟକ ରହିଛି । ଏହି ବାସଗୃହ ବାସ୍ତୁ ନିୟମରେ ହୋଇଥିଲେ ଆମକୁ ବହୁତ ଶୁଭଫଳ ମିଳିଥାଏ । ବାସ୍ତୁରେ ଅନେକ ନିୟମ ରହିଛି, ସେଥିରେ ସୂର୍ଯ୍ୟଙ୍କ ସ୍ଥିତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଯେମିତି ଜନ୍ମ ଜାତକରେ ସୂରୟ୍ୟ ରଙ୍କର ଅବସ୍ଥିତିକୁ ନେଇ ଭବିଷ୍ୟ ଫଳ ନିର୍ଦ୍ଧାରଣ କରାଯାଏ, ଠିକ ସେହିପରି ଗୋଟେ ଭୂମିରେ ତିଆରି ହୋଇଥିବା ବାସଗୃହକୁ ମଧ୍ୟ ଗଲେ ବାସସ୍ଥାନରେ ସୂର‌୍ୟ୍ୟରଙ୍କ ପ୍ରଭାବକୁ ଦେଖି ବାସସ୍ଥାନର ଫଳାଫଳ ଜାଣି ହୋଇଥାଏ। ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ପୁଣି ଗ୍ରହମଣ୍ଡଳର ମୁଖ୍ୟ। ସମସ୍ତ ଜଗତ ଉପରେ ସୂର୍ଯ୍ୟଙ୍କର ପ୍ରଭାବକୁ ଅସ୍ୱୀକାର କରିବା ଅସମ୍ଭବ । ସୂର୍ଯ୍ୟ ଅଗ୍ନି ତତ୍ତ୍ୱର ଆଧାର ହୋଇଥିବା ବେଳେ ଏହା ଦ୍ୱାରା ଚାରି ତତ୍ତ୍ୱ ପୃଥିବୀ, ଜଳ, ବାୟୁ ଓ ଆକାଶ ପ୍ରଭାବିତ ହୋଇଥାଏ। ସୂର୍ଯ୍ୟଙ୍କର ପ୍ରଭାବକୁ ଗୁରୁତ୍ୱ ଦେଇ ବାସ୍ତୁଶାସ୍ତ୍ର ରଚିତ ହୋଇଛି। ଏଥିରେ ପ୍ରକୃତି ସହିତ ମାନବ ତଥା ବିଭିନ୍ନ ବସ୍ତୁର ସାମଞ୍ଜସ୍ୟ ସ୍ଥାପିତ କରାଯାଇଛି।

ଆସନ୍ତୁ ଜାଣିବା କ’ଣ କହୁଛନ୍ତି ବାସ୍ତୁଶାସ୍ତ୍ରୀ :

– ବାସ୍ତୁର ନିୟମ ଏପରି ଭାବରେ କରାଯାଇଛି ଯେ, ଯେମିତି ପ୍ରାକୃତିକ ସ୍ରୋତରୁ ପର୍ଯ୍ୟାପ୍ତ ଶକ୍ତି ମିଳିପାରିବ। ସୁସ୍ଥ ଏବଂ ନିରୋଗ ଜୀବନ ଯାପନ କରିବା ପାଇଁ ଜନ୍ମଜାତ ସହିତ ବାସ୍ତୁରେ ସୂର୍ଯ୍ୟଙ୍କର ସୁପ୍ରଭାବ ରହିବା ଆବଶ୍ୟକ। ଏଥିପାଇଁ ବାସ୍ତୁଶାସ୍ତ୍ରରେ ଅନ୍ୟ ଗ୍ରହଙ୍କ ଅପେକ୍ଷା ସୂର୍ଯ୍ୟଙ୍କୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି।

– ସୂର୍ଯ୍ୟ ଆମକୁ ଆଲୋକ ଏବଂ ଉତ୍ତାପ ପ୍ରଦାନ କରନ୍ତି। ଯାହା ବିନା ଜୀବ ଜଗତ ତିଷ୍ଠିବା ଅସମ୍ଭବ। ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମ ଦିଗରେ ଅସ୍ତ ଯାଆନ୍ତି। ବିଜ୍ଞାନ ଦୃଷ୍ଟିରୁ ପୃଥିବୀର ପରିକ୍ରମଣ ଏବଂ ଆବର୍ତ୍ତ କାରଣରୁ ଦିନରାତି, ଆଲୋକ, ଉତ୍ତାପ, ଋତୁ ପରିବର୍ତ୍ତନ ଆଦି ହୋଇଥାଏ।

– ବାସ୍ତୁ ଶାସ୍ତ୍ର ମତରେ ଗୃହର ନିର୍ମାଣ ଏହିପରି ହେବା ଦରକାର ଯେମିତି ସୂର୍ଯ୍ୟଙ୍କ କିରଣ ବିନା ବାଧାରେ ଘରେ ପ୍ରବେଶ କରିବ ଉଚିତ । ରୋଷେଇ ଗୃହର ନିର୍ମାଣକୁ ଅଗ୍ନିକୋଣରେ ଏଥିପାଇଁ ନିର୍ମାଣ କରାଯାଇଥାଏ ଯାହାଦ୍ୱାରା ରୋଷେଇ ସମୟରେ ସକାଳର ସୂର୍ଯ୍ୟଙ୍କ କିରଣ ରୋଷେଇ ଘରେ ପଡିପାରିବ। ଏପରି ହେଲେ ଖାଦ୍ୟ ଉପରେ ଏହାର ସୁପ୍ରଭାବ ପଡିଥାଏ। ଏଥିପାଇଁ ଅଗ୍ନିକୋଣରେ ରୋଷେଇ ଘର ନିର୍ମାଣ ସହିତ ପୂର୍ବକୁ ମୁଖ କରି ରୋଷେଇ କାର୍ଯ୍ୟ କରିବାର ନିୟମ ରହିଛି।

– ଘର ତିଆରି କରିବା ବେଳେ ଏଥିପ୍ରତି ଧ୍ୟାନ ଦେବା ଜରୁରୀ। ଘରକୁ ସୂର୍ଯ୍ୟକିରଣ ଅବାଧରେ ଆସିବା ବ୍ୟବସ୍ଥା କରାଯାଇ ପାରିଲେ ଏହା ଶୁଭ ଫଳ ଆଣିଥାଏ। ପୂର୍ବ ପଟରେ ଯଥା ସମ୍ଭବ ଅଧିକ ଝରକା ରଖିବା ଭଲ। ଏହି ଦିଗରେ ବଡ଼ ବଡ଼ ଗଛଥିଲେ ଏହାକୁ କାଟି ସୂର୍ଯ୍ୟଲୋକ ପ୍ରବେଶ ପାଇଁ ବ୍ୟବସ୍ଥା କରିବା ଭଲ । କୂଅ, ନଳକୂଅ, ଜଳାଶୟ ଆଦି ପୂର୍ବ, ଉତ୍ତର କିମ୍ବା ଉତ୍ତର-ପୂର୍ବ କୋଣରେ ରହି ଶୁଭଫଳ ମିଳିଥାଏ।

-ସ୍ନାନ କଲାବେଳେ ସୂର୍ଯ୍ୟଙ୍କ କିରଣ ଆମ ଶରୀର ଉପରେ ପଡିଲେ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ। ଆଜିକାଲି ଘର ଭିତରେ ଶୌଚାଳୟ କରାଯାଉଛି ଅର୍ଥାତ୍ ଗାଧୁଆ ଘର ସହିତ ପାଇଖାନା ମିଶିକି କରାଯାଉଛି। ଏନେଇ ଏହା ପୂର୍ବ ପଟକୁ କରାଯାଇ ପାରୁନି। କିନ୍ତୁ ଯଦି ପୂର୍ବପଟରେ ଗାଧୁଆ ଘର କରାଯାଇ ବଡ଼ ସ୍କାଇଲାଇଟ୍ ଲଗାଯାଇ ସୂର୍ଯ୍ୟ କିରଣର କିଛି ମାତ୍ରା ଗାଧୁଆ ଘରକୁ ଆସିବା ବ୍ୟବସ୍ଥା ହୋଇପାରନ୍ତା ତେବେ ଶୁଭ ଫଳ ମିଳନ୍ତା, ଯାହା ବର୍ତ୍ତମାନ ସମୟରେ ହୋଇପାରୁନାହିଁ।

Get real time updates directly on you device, subscribe now.