fbpx

କରୋନାରୁ ବଞ୍ଚିବା ପାଇଁ ପିଇଗଲେ ନିଜେ ପ୍ରସ୍ତୁତ କରିଥିବା ଔଷଧ, କିନ୍ତୁ ଫଳ ହେଲା ଓଲଟା

କରୋନା ଯୋଗୁଁ ସାରା ବିଶ୍ୱରେ ୨ ଲକ୍ଷୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ ସୁଦ୍ଧା ଡାକ୍ତର ଓ ବୈଜ୍ଞାନିକାମାନେ ଏହାର ଚିକିତ୍ସା ପାଇଁ ଟୀକା ପ୍ରସ୍ତୁତିରେ ଲାଗିଛନ୍ତି, କିନ୍ତୁ କିଛି ସୁଫଳ ମିଳିପାରି ନାହିଁ । ଏଭଳି ପରିସ୍ଥିତି ବହୁ ଲୋକ ନିଜର ଇମ୍ୟୁନିଟି ବଢାଇବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । ସେହିପରି ଚେନ୍ନାଇର ଜଣେ ଆର୍ୟୁବୈଦିକ ଫାର୍ମାସିଷ୍ଟ ଓ ପ୍ରଡକ୍ସନ ମ୍ୟାନେଜର ପ୍ରୟୋଗ କ୍ଷେତ୍ରରେ ଏକ ଔଷଧ ପ୍ରସ୍ତୁତ କରିଥିଲେ , ଯାହାକୁ ଖାଇବା ମାତ୍ରେ ତାଙ୍କର ମୃତ୍ୟୁ ଘଟିଲା ।

ଦ ହିନ୍ଦୁ ମୁତାବକ, ୪୭ ବର୍ଷିୟ ଫାର୍ମାସିଷ୍ଟ କେ ସିବାନେସନ ଚେନ୍ନାଇର ଏକ ବାୟୋଟେକରେ କାମ କରୁଥିଲେ । ସେ ଗୁରୁବାର ଦିନ କେମିକାଲରେ ଏକ ଔଷଧ ପ୍ରସ୍ତୁତ କରିଥିଲେ । ପ୍ରଥମେ ଔଷଧକୁ ସେ ରାଜକୁମାରଙ୍କୁ ଖାଇବାକୁ ଦେଇଥିଲେ । ଏହାକୁ ଚାଖିବା ମାତ୍ରେ ରାଜକୁମାର ବେହୋସ୍ ହୋଇ ତଳେ ପଡିଯାଇଥିଲେ । ଏହାରି ମଧ୍ୟରେ ସିବାନେସନ ରୋଷେଇ ଘରକୁ ଯାଇ ପାଣିରେ ସେହି ପାଉଡରକୁ ମିଶାଇ ପିଇଥିଲେ । ପିଇବା ମାତ୍ରେ ସେ ମଧ୍ୟ ବେହୋସ୍ ହୋଇ ତଳେ ପଡିଥିଲେ । ମେଡିକାଲ ନେବା ପୂର୍ବରୁ ହିଁ ସିବାନେସନଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.