fbpx

Korea Open 2023: ସାତ୍ୱିକ-ଚିରାଗ କଲେ କମାଲ, ବିଶ୍ୱ-୧ ଯୋଡ଼ିଙ୍କୁ ହରାଇ ଜିତିଲେ କୋରିଆ ଓପନ ଟାଇଟାଲ

ନୂଆଦିଲ୍ଲୀ: ପୁଣିଥରେ କମାଲ କରିଛନ୍ତି ସାତ୍ୱିକ-ଚିରାଗ ଯୋଡ଼ି । କୋରିଆ ଓପନ ଫାଇନାଲ ମ୍ୟାଚ୍‌ରେ ଇଣ୍ଡୋନେସିଆର ଫାଜର୍ ଆଲଫିଆନ୍ ଏବଂ ମହମ୍ମଦ ରିୟାନ୍ ଆର୍ଡିଆଣ୍ଟୋଙ୍କୁ ପରାସ୍ତ କରି ଟାଇଟଲ୍ ହାତେଇଥିଲେ । ସତ୍ୱିକ-ଚିରାଗ ଶେଟ୍ଟୀ ପ୍ରଥମ ଗେମ୍ ୧୭-୨୧ ରେ ହାରିଯାଇଥିଲେ କିନ୍ତୁ ଦ୍ୱିତୀୟ ଗେମ୍ ୨୧-୧୩ ଜିତି ପୁଣି ମ୍ୟାଚ୍‌କୁ ଫେରିଥିଲେ । ଶେଷ ତଥଅ ନିର୍ଣ୍ଣାୟକ ଗେମ୍‌ରେ, ଭାରତୀୟ ଯୋଡି ଚମତ୍କାର ଖେଳିଥିଲେ ଏବଂ ଆରମ୍ଭରୁ ୭-୩ ଅଗ୍ରଣୀ ନେଇଥିଲେ, ଯାହା ଶୀଘ୍ର ୧୧-୮ କୁ ବୃଦ୍ଧି ପାଇଲା । ଶେଷରେ ସେମାନେ ଖେଳକୁ ୨୧-୧୪ ସମାପ୍ତ କରିଥିଲେ ଏବଂ ଟାଇଟଲ୍ ମଧ୍ୟ ଜିତିଲେ । ଏହା ହେଉଛି ସାତ୍ୱିକ-ଚିରାଗଙ୍କର ତୃତୀୟ ସୁପର ୫୦୦ ଟାଇଟଲ୍ ବିଜୟ ।

ଭାରତୀୟ ଯୋଡ଼ୀ ସାତ୍ୱିକ ସାଇରାଜ-ଚିରାଗ ସେଟ୍ଟୀ ଯୋଡ଼ି ସେମିଫାଇନାଲରେ ଚୀନ୍‌ର ୱାଇ କେଙ୍ଗ / ୱାଙ୍ଗ ଚାଙ୍ଗଙ୍କୁ ୨୧-୧୫, ୨୪-୨୨ ରେ ପରାସ୍ତ କରିବା ପରେ ଫାଇନାଲରେ ପ୍ରବେଶ କରିଥିଲେ । ଏବେ ଫାଇନାଲରେ ମଧ୍ୟ ଭାରତୀୟ ବ୍ୟାଡମିଣ୍ଟନ ଯୋଡି ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ବିଜୟୀ ହୋଇଛନ୍ତି।

ସାତ୍ୱିକ-ଚିରାଗ ଚଳିତ ବର୍ଷ ଇଣ୍ଡୋନେସିଆ ୧୦୦୦ ଏବଂ ସ୍ୱିସ୍ ୫୦୦ ସୁପର କପ୍ ମଧ୍ୟ ଜିତିଥିଲେ । ସାତ୍ୱିକ-ଚିରାଗ ଯୋଡ଼ି ହେବା ପରେ ରାଜ୍ୟଗୋଷ୍ଠି କ୍ରୀଡ଼ାର ସ୍ୱର୍ଣ୍ଣ ପଦକ, ଥୋମାସ୍ କପ୍ ସ୍ୱର୍ଣ୍ଣ ପଦକ, ବିଶ୍ୱ ଚାମ୍ପିଅନସିପ୍ ରେ ବ୍ରୋଞ୍ଜ ପଦକ ଏବଂ ସୁପର ୩୦୦ (ସୟଦ ମୋଦୀ ଏବଂ ସ୍ୱିସ୍ ଓପନ୍‌), ସୁପର ୫୦୦ (ଥାଇଲ୍ୟାଣ୍ଡ ଏବଂ ଇଣ୍ଡିଆ ଓପନ୍‌), ସୁପର ୭୫୦ (ଫ୍ରେଞ୍ଚ ଓପନ୍‌) ଏବଂ ଇଣ୍ଡୋନେସିଆ ଓପନ୍ ସୁପର ୧୦୦୦ ଟାଇଟଲ୍ ସମେତ ଅନେକ ଟାଇଟଲ୍ ଜିତିଛନ୍ତି ।

Get real time updates directly on you device, subscribe now.