ଭୁବନେଶ୍ୱର: ଅନେକ ଲୋକ ନିଜ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ବିଷୟରେ ଜାଣିବା ପାଇଁ ଜ୍ୟୋତିଷମାନଙ୍କୁ ହାତ ଦେଖାଇଥାନ୍ତି । ବିଶ୍ୱାସ ରହିଛି ଯେ ହାତରେଖାରୁ ଭବିଷ୍ୟତ ବିଷୟରେ ସୂଚନା ମିଳେ ଏବଂ ହାତରେଖା ଦେଖାଇବା ବେଳେ ପୁରୁଷମାନେ ଡାହାଣ ହାତ ଏବଂ ମହିଳାମାନେ ବାମ ହାତ ଦେଖାଇବା ଉଚିତ । ତେବେ ଏହା କରିବା ପଛରେ ଅନେକ କାରଣ ମଧ୍ୟ ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା କରିବା ଠିକ କି ନୁହେଁ ଏବଂ ଭବିଷ୍ୟତରେ ଏହାର କୈାଣସି ପ୍ରଭାବ ପଡିଥାଏ କି ନାହିଁ ଆସନ୍ତୁ ଜାଣିବା ।
ତେବେ ଆଚାର୍ଯ୍ୟ ଅନୁପମ ଜଲିଙ୍କ ଅନୁସାରେ, ହସ୍ତରେଖାର ନିୟମ ଅତ୍ୟନ୍ତ ସ୍ପଷ୍ଟ ଓ ସର୍ବମାନ୍ୟ ଅଟେ । କିନ୍ତୁ ଅଜ୍ଞାନତା ପାଇଁ ଏହି ନିୟମକୁ ଭୁଲ ଭାବରେ ବାଖ୍ୟା କରାଯାଏ ଏବଂ ଏହି କାରଣରୁ ଭବିଷ୍ୟବାଣୀ ମଧ୍ୟ ଭୁଲ ପ୍ରମାଣିତ ହୋଇଥାଏ । ସେ କହିଛନ୍ତି ଯେ, ହାତ ପୁରୁଷର ହେଉ କିମ୍ବା ମହିଳାଙ୍କର ସବୁବେଳେ କିଛି ନିୟମକୁ ଧ୍ୟାନରେ ରଖିବାକୁ ହେବ ।
– ଯଦି କୌଣସି ବ୍ୟକ୍ତି ଆତ୍ମନୀର୍ଭର ଏବଂ ନିଜ ରୋଜଗାରେ ଘର ଚଳାଉଥାନ୍ତି ତେବେ ସେ ପୁରୁଷ ହୁଅନ୍ତୁ କିମ୍ବା ମହିଳା, ସେମାନଙ୍କ ଡାହାଣ ହାତ ଦେଖାଇବା ଉଚିତ୍ । ଏହାସହ ଯଦି କୌଣସି ବ୍ୟକ୍ତି ଆତ୍ମନୀର୍ଭରଶୀଳ ନୁହେଁ ଓ ଅନ୍ୟ ଉପରେ ନୀର୍ଭର କରି ବଞ୍ଚୁଥାଏ ତେବେ ସେମାନଙ୍କୁ ବାମ ହାତ ଦେଖାଇବା ଉଚିତ ।
-୧୦ ବର୍ଷରୁ କମ ବୟସର ପିଲାମାନଙ୍କ ହାତ ଦେଖାଇବା ଉଚିତ ନୁହେଁ, କାରଣ ଏହି ସମୟରେ ହାତର ରେଖା ଠିକ ଭାବରେ ଗଠନ ହୋଇନଥାଏ । ତେଣୁ ଏହି ସମୟରେ ହାତକୁ ଦେଖି ହୋଇଥିବା ଭବିଷ୍ୟଣୀ ଭୁଲ ହୋଇଥାଏ । ସେହିଭଳି ମାନସୀକ ରୋଗୀ ଓ ମୃତ୍ୟୁ ଶଯ୍ୟାରେ ପଡିଥିବା ବ୍ୟକ୍ତିର ହାତରେଖା ଦେଖାଇବା ଅନୁଚିତ ।
-ହାତ ଦେଖାଇବା ସମୟରେ ନିଜ ହାତକୁ ଅନ୍ୟ କାହା ହାତ ଉପରେ ରଖନ୍ତୁ ନାହିଁ ।