fbpx

ଘୁଞ୍ଚିଲା ନିର୍ଭୟା ଶୁଣାଣି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା

ନୂଆଦିଲ୍ଲୀ,୧୩ ।୧୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଘୁଞ୍ଚିଲା ଶୁଣାଣି । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆଜି ହୋଇଥାନ୍ତା ଶୁଣାଣି । ସୁପ୍ରିମକୋର୍ଟଙ୍କ ରାୟ ପରେ ମାମଲାର ଏହି ମାମଲାର ଶୁଣାଣି ହେବ । ଅଭିଯୁକ୍ତଙ୍କୁ ତୁରନ୍ତ ଫାଶୀଦଣ୍ଡ ନେଇ ନିର୍ଭୟାଙ୍କ ମା’ ଆବେଦନ କରିଥିଲେ । ଅନ୍ୟପଟେ ଆସନ୍ତା ୧୭ରେ ସୁପ୍ରିମକୋର୍ଟରେ ନିର୍ଭୟା ଅଭିଯୁକ୍ତ ଅକ୍ଷୟଙ୍କ ପୁନର୍ବିଚାର ଆବେଦନର ଶୁଣାଣି ହେବାକୁ ଥିଲା । କିନ୍ତୁ ଆସନ୍ତା ୧୮ରେ ପଟିଆଲା ହାଉସ୍‌ କୋର୍ଟରେ ହେବ ଏହାର ପରବର୍ତ୍ତୀ ଶୁଣାଣି ।

ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ୪ ଦୋଷୀଙ୍କୁ ଭିଡିଓ କନଫରେନ୍ସି ଜରିଆରେ କୋର୍ଟରେ ହାଜର କରାଯାଇଥିଲା । ପଟିଆଲା ହାଉସ କୋର୍ଟର ଜଜ୍ ସତୀଶ କୁମାର ଅରୋଡା ତିହାର ଜେଲରେ କହିଥିଲେ ଯେ, ଦୋଷୀଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ଭିସି ଜରିଆରେ ହାଜର କରାଯାଇଛି । କୋର୍ଟ ଓ ତିହାର ପ୍ରଶାସନଙ୍କ ସହମତି ପରେ ଏପରି ନିଷ୍ପତ୍ତି ନିଆଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୨ରେ ରାଜଧାନୀ ନୂଆଦିଲ୍ଲୀର ଏକ ଚଳନ୍ତା ବସ୍‌ ମଧ୍ୟରେ ଜନୈକା ପାରାମୋଡିକାଲ ଛାତ୍ରୀ ନିର୍ଭୟାଙ୍କୁ- ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ଠାକୁର, ମୁକେଶ ସିଂହ ଓ ରାମ ସିଂହ ନାମକ- ୫ ଜହ୍ଲାଦ ନିର୍ମମ ଭାବେ ଗଣଦୁଷ୍କର୍ମ କରି ରାଜଧାନୀର ରାଜରାସ୍ତା ଉପରେ ଫିଙ୍ଗି ଦେଇଥିଲେ। ଏକ ଫାଷ୍ଟଟ୍ରାକ୍‌ କୋର୍ଟରେ ଏହି ମାମଲାର ବିଚାର ହେବାପରେ ବିଚାରପତି ଏହି ୫ ଜଣଙ୍କୁ ଏହି ମାମଲାରେ ଅପରାଧୀ ଘୋଷିତ କରି ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ତେବେ, ତିହାର ଜେଲରେ ଥିବା ଏହି ୫ ଜଣ ଅପରାଧୀଙ୍କ ମଧ୍ୟରୁ ରାମ ସିଂହ ଗତ ୨୦୧୩ ମାର୍ଚ୍ଚ ମାସରେ ଆତ୍ମହତ୍ୟା କରିଦେବା ପରେ ଏବେ ଅନ୍ୟ ୪ ଅପରାଧୀ ଏବେ ତିହାର ଜେଲରେ ରହିଛନ୍ତି।

Get real time updates directly on you device, subscribe now.