ଫେସବୁକରେ ଓ I Love You ଲେଖିବା ପଡିଲା ଭାରି, ଜେଲ୍ ଗଲେ ଯୁବକ

ଉତ୍ତରପ୍ରଦେଶ: ପ୍ରତିଦିନ ସୋସିଆଲ ମିଡିଆକୁ ନେଇ କିଛି ନା କିଛି ଖବର ସାମ୍ନାକୁ ଆସେ । ସୋସିଆଲ ମିଡିଆରେ ଲୋକମାନେ ନିଜ ଇଚ୍ଛା ମୁତାବକ ଫଟୋ ଓ ଲେଖା ପୋଷ୍ଟ କରନ୍ତି । କିନ୍ତୁ ଜଣେ ଯୁବକ ସୋସିଆଲ ମିଡିଆ ଫେସବୁକରେ ଓ  I Love You ଲେଖି ଫସି ଯାଇଛନ୍ତି । ଯୁବକ ଜଣକ ଜଣେ ନାବାଳିକାଙ୍କ ଫଟୋରେ ଓ I Love You ଲେଖି ଫେସବୁକରେ ପୋଷ୍ଟ କରିଥିଲେ, ଯାହା ଏବେ ଯୁବକଙ୍କ ଉପରେ ଭାରି ପଡିଯାଇଛି ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ ସମ୍ବଲ ଜିଲ୍ଲାରେ ଜଣେ ନାବାଳିକାଙ୍କ ସହ ନିର୍ଯାତନ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ରୋମିଓ ଯୁବକ ନାବାଳିକାଙ୍କ ଏକ ଫଟୋରେ “ଆଇ ଲଭ ୟୁ.. ମେରି ଜାନ, ମୁଁ ତୁମକୁ ଭଲପାଏ ଓ ବିବାହ କରିବାକୁ ଚାହେଁ” ଲେଖି ଫେସବୁକରେ ପୋଷ୍ଟ କରିଥିଲେ । ତେବେ ଏହାକୁ ଦେଖିବା ପରେ ନାବାଳିକା ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ନାବାଳିକାଙ୍କ ବାପା ଥାନାରେ ପହଞ୍ଚି ରୋମିଓ ଯୁବକଙ୍କ ବିରୋଧରେ ଏନେଇ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ପୋଲିସ ରୋମିଓ ଯୁବକଙ୍କୁ ଗିରଫ କରିଛି ଏବଂ ଯୁବକର ନାମ ବିଜୟପାଲ ବୋଲି ଜଣା ପଡିଛି । ତେବେ ଯେତେବେଳେ ନାବାଳିକାଙ୍କ ବାପା ରୋମିଓ ଯୁବକଙ୍କୁ ପଚାରିଲେ ଯେ, ଫେସବୁକରେ ତାଙ୍କ ଝିଅ ବିରୋଦ୍ଧରେ ଏମିତି କଣ ପାଇଁ ଲେଖିଛ ? ଏହା ପରେ ଯୁବକ ଜଣଙ୍କ ଧମକ ଦେଇ କହିଥିଲା ଯେ ‘ଯଦି ଅଧିକ କଥା କହିବ, ମୁଁ ତୁମକୁ ଏବଂ ତମ ଝିଅକୁ ବଦନାମ କରିଦେବି, ତୁମକୁ ଜୀବନରୁ ମାରିଦେବି’ । ତେବେ ପୋଲିସ ରୋମିଓ ଯୁବକଙ୍କ ମୋବାଇଲକୁ ଜବତ କରି ତାଙ୍କୁ ଜେଲକୁ ପଠାଇଛି ।

ନାବାଳିକାଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ଯୁବକ ଜଣଙ୍କ ହେଉଛନ୍ତି ହୟାତନଗର ଅଞ୍ଚଳର ବାମସିନ୍ଦା । ଯେଉଁଠାରୁ ତାଙ୍କ ଝିଅ ପଡୋଷୀଙ୍କ ଘରୁ ଫେରିବା ସମୟରେ ରୋମିଓ ଯୁବକ ଜଣଙ୍କ ତାଙ୍କ ଝଅର ଫଟୋ ଉଠେଥିଲା । ଏହାପରେ ଜୁଲାଇ ୨୦ରେ ଝିଅର ଫଟୋକୁ ଫେସବୁକରେ ପୋଷ୍ଟ କରିଥିଲା, ଯାହାକୁ ନେଇ ଝିଅ ଏବଂ ପୁରା ପରିବାର ଲଜ୍ଜିତ ହୋଇଛନ୍ତି ।