fbpx

କବର୍ ଭିତରେ ବି ସୁରକ୍ଷିତ ନୁହନ୍ତି ଝିଅ! ଚୋରି ହେଉଛି ମୃତ ମହିଳାଙ୍କ ‘ଖପୁରୀ’…

ନୂଆଦିଲ୍ଲୀ: ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଜାଣିବାକୁ ମିଳିଛି । ମାମଲାଟି ଯେତିକି ଆଶ୍ଚର୍ଯ୍ୟକର, ସେତିକି ଭୟାନକ ଏବଂ ଅଭାବନୀୟ ଘଟଣା । ଯେଉଁଠି ମହିଳାଙ୍କ ସମ୍ମାନ ଉପରେ ପ୍ରଶ୍ନ ଉଠିଛି, ସେ ବି ମୃତ ଅବସ୍ଥାରେ । ମୃତ ମହିଳାଙ୍କ କବର ଭିତରୁ ଖପୁରୀ ହାଡ଼ ଗାଏବ ହୋଇଯାଉଥିବା ଜାଣିବାକୁ ମିଳିଛି । ମୃତ୍ୟୁ ପରେ ମହିଳାଙ୍କୁ କବର ଦେବା ପରେ କଫିନ ଭାଙ୍ଗି ଖପୁରୀ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ମାଟି ତଳୁ କଫିନ ଭିତରୁ ମୃତବ୍ୟକ୍ତିଙ୍କ ଖପୁରୀ ଗାଏବ ହୋଇଯିବା ଘଟଣା ଦେଖିବା ପରେ ମଧ୍ୟ ଅଧିକାଂଶ ଲୋକେ ବିଶ୍ୱାସ କରି ପାରୁନାହାନ୍ତି ।

ସୂଚନା ଅନୁସାରେ, ବ୍ରାଜିଲର ଜନେରିଓରେ ସବରୀନା ତବରେଜ ନାମକ ଜଣେ ମହିଳାଙ୍କୁ ଗତବର୍ଷ ଗୁଳି କରି ହତ୍ୟା କରାଯାଇଥିଲା । ତେବେ ମୃତ୍ୟୁ ପରେ ମହିଳାଙ୍କୁ କବର ଦେଇଥିଲେ ପରିବାର ଲୋକ । କିନ୍ତୁ କିଛି ଦିନ ପରେ ସେଠାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ସେଠାରେ ସବରୀନାଙ୍କ କବର କେହି ଜଣେ ଭାଙ୍ଗି ଦେଇଥିବା ନେଇ ସୂଚନା ଦେଇଛନ୍ତି ପ୍ରଶାସକ । କବର ଖୋଳି ମହିଳାଙ୍କ ମୃତଦେହରୁ ‘ଖପୁରୀ’ ଅଲଗା କରି ନେଇ ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଘଟଣାସ୍ଥଳରୁ ଅନେକ କିଛି ସୁରାଗ ପୋଲିସର ହସ୍ତଗତ ହୋଇଛି । ଏସବୁକୁ ଦେଖିଲେ ଯାହା ଅନୁମାନ କରାଯାଉଛି ଯେ, କିଛି କଳାଯାଦୁ କରିବା ଉଦ୍ଦେଶ୍ୟରେ ମହିଳାଙ୍କ ମୁଣ୍ଡ ଖପୁରୀ ଚୋରି କରାଯାଇଛି । ଏହାପରେ ସେହି ସ୍ଥାନରେ ଏକ ମାଟିପାତ୍ର ରଖି ଚାଲିଯାଇଛନ୍ତି ଲୁଟେରା । ଏହା ଭିତରେ ଜଳିଯାଇଥିବା କିଛି ଜିନିଷ ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଏହି ମାମଲା ନେଇ ଅଭିଯୋଗ ହେବା ପରେ ପୋଲିସ ବର୍ତ୍ତମାନ ଏହି କାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ଖୋଜିବାରେ ଲାଗିଛି । ସୂଚନା ଥାଉ କି, ଗତବର୍ଷ ସବରୀନା ନାମକ ଏହି ମହିଳା ଏବଂ ତାଙ୍କ ମାଆଙ୍କୁ କେହି ଜଣେ ଗୁଳି କରିଥିଲା । ସେମାନେ ଘରେ ଶୋଇଥିବା ଅବସ୍ଥାରେ ଏଭଳି କାଣ୍ଡ ଘଟିଥିବା ବେଳେ ସବରୀନାଙ୍କ ମା’ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଥିଲେ । କିନ୍ତୁ ସବରୀନା ପ୍ରାଣ ହରାଇଥିବା ବେଳେ ବର୍ତ୍ତମାନ ତାଙ୍କର ମୃତଦେହ ସହିତ ଏଭଳି କାଣ୍ଡ ଘଟିଯାଇଛି । ଯାହା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Get real time updates directly on you device, subscribe now.