fbpx

Meri Mati Mera Desh: ୧୫ ରୁ ସାରା ଦେଶରେ ଆରମ୍ଭ ହେବ ‘ମେରୀ ମିଟି ମେରା ଦେଶ’ ଅଭିଯାନ, କଳସରେ ଦିଲ୍ଲୀ ଆସିବ ୭୫୦୦ ଗାଁ ମାଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସ୍ୱାଧୀନତା ଦିବସ ପାଖେଇ ଆସୁଥିବାରୁ ସହୀଦମାନଙ୍କୁ ସମ୍ମାନିତ କରିବା ପାଇଁ ଖୁବ୍‍ ଶୀଘ୍ର ‘ମେରି ମିଟି ମେରା ଦେଶ’ ଅଭିଯାନ ଆରମ୍ଭ ହେବ। ଆକାଶବାଣୀର ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଆଜାଦୀ କା ଅମୃତ ମହୋତ୍ସବ କାଳରେ ସହିଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ଲକ୍ଷ ଲକ୍ଷ ଗ୍ରାମ ପଞ୍ଚାୟତଗୁଡ଼ିକରେ ସ୍ୱତନ୍ତ୍ର ଶିଳାଲେଖମାନ ସ୍ଥାପନ କରାଯିବ। ଶ୍ରୀ ମୋଦୀ କହିଛନ୍ତି ‘ମେରି ମିଟି-ମେରା ଦେଶ’ ଅଭିଯାନରେ ସାରା ଦେଶରେ ଅମୃତ କଳସ ଯାତ୍ରା ଆରମ୍ଭ ହେବ। ଏହି ଯାତ୍ରା ସମୟରେ ଦେଶର ବିଭିନ୍ନ ସ୍ଥାନରୁ ଚାରା ଅଣାଯିବ ଏବଂ ୭ ହଜାର ୫୦୦ କଳସରେ ବିଭିନ୍ନ ସ୍ଥାନରୁ ମାଟି ଅଣାଯିବ। ସେହି ମାଟି ଓ ଚାରାଗୁଡ଼ିକୁ ରୋପଣ କରାଯାଇ ଜାତୀୟ ଯୁଦ୍ଧସ୍ମାରକୀ ନିକଟରେ ଅମୃତ ବାଟିକା ସ୍ଥାପନ କରାଯିବ ସେ କହିଛନ୍ତି, ଅମୃତ ବାଟିକା ଏକ ଭାରତ ଶ୍ରେଷ୍ଠ ଭାରତର ଏକ ପ୍ରତିଫଳନ ହେବ।

ଶ୍ରୀ ମୋଦୀ କହିଛନ୍ତି ଏହି ଅଭିଯାନରେ ଅଂଶଗ୍ରହଣ କରିବା ଦ୍ୱାରା ଅମୃତ କାଳର ଆଗାମୀ ୨୫ବର୍ଷ ପାଇଁ ପଞ୍ଚପ୍ରଣ ବା ପାଞ୍ଚଟି ପ୍ରତିଜ୍ଞା ପାଇଁ ଶପଥ ନିଆଯିବ। yuva.gov.in ଜରିଆରେ ଦେଶର ପବିତ୍ର ମାଟିକୁ ଧରି ଶପଥଗ୍ରହଣ ସେଲ୍‍ଫି ଅପ୍‍ଲୋଡ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ସେ କହିଛନ୍ତି ଗତବର୍ଷ ସ୍ୱାଧୀନତା ଦିବସରେ ସାରା ଦେଶ ‘ହର୍‍ ଘର୍‍ ତ୍ରିରଙ୍ଗା’ ଅଭିଯାନ ପାଇଁ ଆଗେଇ ଆସିଥିଲା । ଚଳିତ ବର୍ଷ ମଧ୍ୟ ପ୍ରତ୍ୟେକ ଘରେ ସ୍ୱାଧୀନତା ଦିବସ ଦିନ ତ୍ରିରଙ୍ଗା ପତାକା ଉଡାଯିବା ଉଚିତ୍‍ ବୋଲି ସେ ମତ ଦେଇଛନ୍ତି।

Get real time updates directly on you device, subscribe now.