fbpx

ଖଣ୍ଡ ବିଖଣ୍ଡିତ ହେବାକୁ ଯାଉଛି ପାକିସ୍ତାନ! ଏହି ଜାଗାକୁ ଅଲଗା ଦେଶ ଘୋଷଣା କରିବାକୁ ଦାବି

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ବିପଦ ଟାଣି ହୋଇ ଆସୁଛି । ମହଙ୍ଗା ମାଡ଼ରେ ସାରା ଦେଶ କଲବଲ ହେଉଥିବା ବେଳେ ଏବେ ଦେଶ ଭିତରେ ଜନ୍ମ ନେଇଛନ୍ତି ଶତ୍ରୁ । ଦେଶ ଭିତରର କିଛି ସ୍ତାନକୁ ନୂଆ ଦେଶ ଭାବରେ ପରିଚୟ ଦେବା ପାଇଁ ଚାଲିଛି ଷଡ଼ଯନ୍ତ୍ର । ନୂଆ ସୈନ୍ୟବାହିନୀ ଏବଂ ଏକ ଅଲଗା ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ପାଇଁ ଦାବି କରୁଛି ପାକିସ୍ତାନର ଏକ ଅଞ୍ଚଳ, ଅଲଗାବବାଦ୍ । ଏଠାକାର ଲୋକମାନେ ହିଁ ଏଠାରେ ଜୋରଦାର ବିଦ୍ରୋହ ଆରମ୍ଭ କରି ଦେଇଛନ୍ତି । ତେବେ ଏହା ସଫଳ ହେଲେ ପାକିସ୍ତାନ ଖଣ୍ଡ ବିଖଣ୍ଡିତ ହୋଇଯିବ ।

separatist movements of pakistan including balochistan and pashtun- photo  AFP

ତେବେ ପାକିସ୍ତାନରେ ଏହି ପ୍ରକ୍ରିୟା ୧୯୭୧ ମସିହାରୁ ହିଁ ଆରମ୍ଭ ହୋଇଯାଇଛି । ଏହି ସମୟରେ ଭାରତ ସହାୟତାରେ ବାଂଲାଦେଶ ଏକ ନୂତନ ରାଷ୍ଟ୍ର ଭାବରେ ସ୍ଥାନ ପାଇଥିଲା । ତେବେ ବାଂଲାଦେଶ(ସେତେବେଳର ପୂର୍ବ ପାକିସ୍ତାନ)ରେ ଜନସଂଖ୍ୟା ଖୁବ ଅଧିକ ରହିଥିଲା, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ବଙ୍ଗଳା କହୁଥିଲେ । ତେବେ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ନୂଆ ଦେଶରେ ଅଧିକ ଧ୍ୟାନ ଦେବା ପାଇଁ ସେମାନେ ଆଶା ରଖିଥିଲେ । କିନ୍ତୁ ଏହି ଆଶା ସେମାନଙ୍କର ସଫଳ ହୋଇ ପାରିଲା ନାହିଁ । କାରଣ ସଂସଦରେ ବଙ୍ଗଳା ଭାଷା ଉପରେ ପ୍ରତିବନ୍ଧକ ଲଗାଇ ଦିଆ ଯାଇଥିଲା । ଏହାପରେ ଭେଦଭାବ ଆରମ୍ଭ ହୋଇଥିଲା । ତେବେ ୧୯୪୭ରେ ପାକିସ୍ତାନ ସୃଷ୍ଟି ହେବା ପରେ ନିଜର ସ୍ୱାଧୀନତା ପାଇଁ ବିଦ୍ରୋହ ଆରମ୍ଭ କରିଥିଲା ବଲୁଚିସ୍ତାନ । କିନ୍ତୁ ପାକିସ୍ତାନ ଛଳନା କରି ଏହାକୁ ନିଜ ସହିତ ମିଶାଇ ଦେଇଥିଲା । ଏହାବ୍ୟତୀତ ପାକିସ୍ତାନ ବଲୁଚିସ୍ତାନ ସହ ଅନୁଚିତ ବ୍ୟବହାର ମଧ୍ୟ କରୁଥିବା କୁହାଯାଇଛି । ତେଣୁ ଏହି ୨ଟି କାରଣ ପାଇଁ ବେଲୁଚିସ୍ତାନକୁ କେବେ ନିଜ ନିୟନ୍ତ୍ରଣରେ ଆଣି ପାରିନାହିଁ ପାକ୍ ସରକାର ।

separatist movements of pakistan including balochistan and pashtun- photo Pixabay

ସିନ୍ଧୁ ପ୍ରାନ୍ତର ଲୋକେ ନିଜକୁ ସିନ୍ଧୁ ଘାଟି ସଭ୍ୟତାର ବଂଶଜ ଭାବରେ ବିବେଚନା କରୁଥିବା ବେଳେ ପାକିସ୍ତାନ ସେମାନଙ୍କ ଉପରେ ଜୋର ଜବରଦସ୍ତ କବଜା କରୁଥିବା ଅଭିଯୋଗ କରିଛନ୍ତି । ତେଣୁ ପାକିସ୍ତାନର ଏହି ଅଞ୍ଚଳ ମଧ୍ୟ ସ୍ୱାଧୀନତା ପାଇଁ ପାକ୍ ସରକାରଙ୍କ ଆଗରେ ଦାବି କରିଛି । ଏହାବ୍ୟତୀତ ବଲୱାରିସ୍ତାନ ଏବଂ ଅନ୍ୟାନ୍ୟ ବିଦ୍ରୋହରେ ଏବେ ଘେରି ରହିଛି ପାକିସ୍ତାନ । ଯାହା ଆଗକୁ ପାକିସ୍ତାନର ଏକତା ଉପରେ ବିପଦ ହୋଇ ଠିଆ ହୋଇପାରେ । ତେବେ ପାକିସ୍ତାନରୁ ଅଲଗା ହେବାର ଏତେ ଗୁଡ଼ାଏ ଦାବିରେ ଯଦି ସଫଳତା ମିଳିଯାଏ, ତେବେ ପାକିସ୍ତାନ ଖଣ୍ଡ ଖଣ୍ଡ ହୋଇ ଅନେକ ଟୁକୁଡ଼ା ହୋଇଯିବାର ଆଶଙ୍କା ଦେଖାଦେଇଛି ।

Get real time updates directly on you device, subscribe now.