fbpx

ତୃତୀୟ ଥର ପାଇଁ ବଢ଼ିଲା କ୍ୟାବିନେଟ ସଚିବଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ କାର୍ଯ୍ୟକାଳକୁ ପୁଣି ବୃଦ୍ଧି କରିଛନ୍ତି । ଏହାକୁ ମିଶାଇ ରାଜୀବଙ୍କ କାର୍ଯ୍ୟକାଳ ତୃତୀୟଥର ପାଇଁ ବୃଦ୍ଧି କରାଯାଇଛି । ଆଜି କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳକୁ ଆଉ ଗୋଟିଏ ବର୍ଷ ଯାଏ ବୃଦ୍ଧି କରିଛନ୍ତି । କାର୍ମିକ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ କ୍ୟାବିନେନଟର ନିଯୁକ୍ତି କମିଟି(ଏସିସି) ଆଇଏସ୍ ରାଜୀବ ଗୌବା (ଝାରଖଣ୍ଡ ୧୯୮୨)ଙ୍କ ସେବାକୁ ବୃଦ୍ଧି କରିବାକୁ ଅନୁମତି ଦେଇଛି ।

କ୍ୟାବିନେଟ ସଚିନ ଭାବେ ତାଙ୍କ କାର୍ଯ୍ୟକାଳ ୨୦୨୩ ଅଗଷ୍ଟ ୩୦ରେ ସରିବାର ଥିଲା । କିନ୍ତୁ ସେ ଆଉ ଗୋଟିଏ ବର୍ଷ ଯାଏ କାର୍ଯ୍ୟ କରିବେ । ଏଆଇଏସ(ଡିସିଆରବି) ରୁଲ ୧୯୫୮ ଓ ମୌଳିକ ନିମୟର ରୁଲ(୫୬ଡି)କୁ କୋହଳ କରାଯାଇ ଏସିସି ଏପରି ନିଷ୍ପତ୍ତି ନିଆଯାଇଛି । ୧୯୮୨ ବ୍ୟାଚ୍ର ଆଇଏଏସ୍ ଅଫିସର ରାଜୀବ ଗୌବାଙ୍କ କାର୍ଯ୍ୟକାଳ ଏହାକୁ ମିଶାଇ କେନ୍ଦ୍ର ସରକାର ତୃତୀୟ ଥର ବୃଦ୍ଧି କରିଛନ୍ତି । ୨୦୧୯ରେ ପ୍ରଥମଥର ରାଜୀବଙ୍କୁ ଦୁଇ ବର୍ଷ ପାଇଁ କ୍ୟାବିନେଟ ସଚିବ ଭାବେ ନିଯୁକ୍ତି ମିଳିଥିଲା ।

୨୦୨୧ରେ ପ୍ରଥମଥର ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଥିଲା । ଏହାପରେ ଆଉ ଦୁଇ ଥର କେନ୍ଦ୍ର ସରକାର ସମାନ ପଦକ୍ଷେପ ନେଇଛନ୍ତି । ରାଜୀବ ଗୌବା ୫ ବର୍ଷ ହେଲା ଏହି ପଦବୀରେ ରହିବାକୁ ଯାଉଛନ୍ତି । ତାଙ୍କୁ ପୂର୍ବରୁ କ୍ୟାବିନେଟ ସଚିବ ଥିବା ୧୯୯୭ ବ୍ୟାଚ୍ର ଆଇଏଏସ୍ ଅଫିସର ପିକେ ସିହ୍ନାଙ୍କ କାର୍ଯ୍ୟକାଳ ୩ ଥର ବୃଦ୍ଧି କରାଯାଇଥିଲା ।

Get real time updates directly on you device, subscribe now.