fbpx

ରେଳ ବିଭାଗରେ ଖାଲି ଅଛି ୨ ଲକ୍ଷ ୬୩ ହଜାର ପଦ: କେବେ ବାହାରିବ ନିଯୁକ୍ତି ବିଜ୍ଞାପନ

ନୂଆଦିଲ୍ଲୀ: ରେଳ ବିଭାଗରେ ୨ ଲକ୍ଷ ୬୦ ହଜାରରୁ ଅଧିକ ପଦ ଖାଲି ଅଛି । ସେଥିମଧ୍ୟରୁ ସର୍ବାଧିକ ପଦ ଉତ୍ତର ରେଳବାଇରେ ଖାଲି ଅଛି । ଗତ ୨୦୧୯ରେ ଖାଲି ପଦ ପୂରଣ ନେଇ ପ୍ରକ୍ରିୟା ପାଖାପାଖି ସମାପ୍ତ ହୋଇସାରିଥିବା ବେଳେ ଏବେ ଖାଲି ଥିବା ପଦ ପୂରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏ ବାବଦରେ ସୂଚନା ଦିଆଯାଇଛି ।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମୁତାବକ, ବର୍ତ୍ତମାନ ସମୟରେ ରେଳବାଇରେ ମୋଟ ୨,୬୩,୯୧୩ଟି ପଦ ଖାଲି ରହିଥିବା ବେଳେ ଉତ୍ତର ରେଲୱେରେ ସର୍ବାଧିକ ୩୨,୪୬୮ଟି ପଦ ଖାଲି ରହିଛି । ସେହିପରି ପୂର୍ବ ରେଲୱେରେ ୨୯,୮୬୯, ପଶ୍ଚିମ ରେଲୱେରେ ୨୫,୫୯୭ ଓ ମଧ୍ୟ ରେଲୱେରେ ୨୫,୨୮୧ଟି ପଦ ଖାଲି ରହିଛି ।

ଚଳିତ ବର୍ଷ ଜୁନ ମାସ ୩ ତାରିଖ ସୁଦ୍ଧା ଗ୍ରୁପ-ସି (ଲେବଲ-୧) ଅଧିନରେ ୧,୩୬,୭୭୩ ଜଣ ପ୍ରାର୍ଥୀଙ୍କୁ ପ୍ୟାନେଲବଦ୍ଧ କରାଯାଇଛି । ସେଥିମଧ୍ୟରେ ୧,୧୧,୭୨୮ ରେଳ ସୁରକ୍ଷା ବର୍ଗର ପ୍ରାର୍ଥୀ ରହିଛନ୍ତି । ପ୍ୟାନେଲବଦ୍ଧ ପ୍ରାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯିବ, ସେଥିପାଇଁ ଦେଢ଼ ବର୍ଷ ସମୟ ଲାଗିବ । ତା’ପରେ ସେମାନଙ୍କୁ ବିଭିନ୍ନ ରେଳବାଇ ଜୋନରେ ନିଯୁକ୍ତି ଦିଆଯିବ । ୧,୩୯,୦୫୦ଟି ଖାଲି ପଦକୁ ପ୍ୟାନେଲବଦ୍ଧ କରି ନିଯୁକ୍ତି ପ୍ରକ୍ରିୟା ସମାପ୍ତ ହୋଇଛି । କରୋନା ମହାମାରୀ କାରଣରୁ ୨୦୧୯ର ଖାଲି ପଦ ପୂରଣ ନେଇ ସାମାନ୍ୟ ବିଳମ୍ବ ଘଟିଥିଲା ।

Get real time updates directly on you device, subscribe now.