fbpx

୩୪ ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲ୍‌ବିଦା କହିଲେ ଇଂଲଣ୍ଡର ଏହି ବ୍ୟାଟ୍ସମ୍ୟାନ୍‌, ନିଜ ନାମରେ ସୃଷ୍ଟି କରିଛନ୍ତି ବିରଳ ରେକର୍ଡ

ନୂଆଦିଲ୍ଲୀ: ଇଂଲଣ୍ଡ କ୍ରିକେଟର ଆଲେକ୍ସ ହେଲ୍ସ ଶୁକ୍ରବାର ସମସ୍ତ ପ୍ରକାର ଆନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ହେଲ୍ସ ଇଂଲଣ୍ଡ ପାଇଁ ୨୦୧୧ରେ ଟି-୨୦ରେ ପ୍ରବେଶ କରିଥିଲେ । ପରେ ୨୦୧୪ରେ ଦିନିକିଆ ଏବଂ ୨୦୧୫ରେ ଟେଷ୍ଟରେ ଖେଳିଥିବାର ସୁଯୋଗ ପାଇଥିଲେ। ୩୪ ବର୍ଷିୟ ଏହି ଖେଳାଳି ଇଂଲଣ୍ଡ ପାଇଁ ସମସ୍ତ ପ୍ରକାର ଫର୍ମାଟ୍‌ରେ ୫୦୦୦ ହଜାର ରନ୍ ସ୍କୋର୍ କରିଛନ୍ତି ।

୨୦୨୨ ଟି-୨୦ ବିଶ୍ୱକପ୍ ଇଂଲଣ୍ଡ ବିଜୟୀ ଦଳରେ ହେଲ୍ସ ସାମିଲ ଥିଲେ । ପାକିସ୍ତାନ ବିପକ୍ଷରେ ମେଲବର୍ଣ୍ଣ ବିପକ୍ଷରେ ଖେଳିଥିଲେ । ଇଂଲଣ୍ଡର ଏହି ଆକ୍ରାତ୍ମକ ଖେଳାଳି ଟି-୨୦ରେ ବିଶ୍ୱର ଏକ ନମ୍ବର ଖେଳାଳି ହୋଇ ଅନେକ ସମୟ ରହିଥିଲେ । ଏବଂ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୯୯ରେ ଦିନିକିଆ ଏବଂ ଟି-୨୦ରେ ଆଉଟ୍ ହୋଇଥିଲେ ।

Get real time updates directly on you device, subscribe now.