ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ରବିବାର ବିରୋଧୀଙ୍କ ଉପରେ ଅନେକ ଅଭିଯୋଗ ଲଗାଇ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, ଦେଶରେ ବିଜେପି ସରକାର କିଛି କରିବାକୁ ଗଲେ ବିରୋଧୀମାନେ ଏହାକୁ କରାଇ ଦେଉନାହାନ୍ତି । ଅମୃତ ଭାରତ ଷ୍ଟେସନ୍ ସ୍କିମ୍ ଲଞ୍ଚ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହି କଥା କହି ବିରୋଧୀଙ୍କୁ କଟାକ୍ଷ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାରା ଦେଶରେ ୫୦୮ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ କହିଥିଲେ ଏହା ଏକ ବଡ଼ ଦୁର୍ଭାଗ୍ୟ ଯେ, ଆମ ଦେଶରେ ବିରୋଧୀ ଦଳମାନଙ୍କର ଏକ ବର୍ଗ ଆଜି ମଧ୍ୟ ପୁରୁଣା ରସ୍ତାରେ ଚାଲୁଛନ୍ତି । ଆଜିର ଦିନରେ ସେମାନେ ନିଜେ କିଛି କରୁଛନ୍ତି, ନା ଅନ୍ୟକୁ କିଛି କରିବାକୁ ଦେଉଛନ୍ତି ।
ନିକଟରେ ଦେଶରେ ଏକ ଆଧୁନିକ ସଂସଦ ନିର୍ମାଣ କରାଗଲା । ସଂସଦ ଗଣତନ୍ତ୍ରର ପ୍ରତିକ ହୋଇଥାଏ । ଏଥିରେ କ୍ଷମତାସୀନ ଦଳ ଏବଂ ବରୋଧୀ ଦଳ ପ୍ରତିନିଧିତ୍ୱ କରିଥାନ୍ତି । କିନ୍ତୁ ବିରୋଧୀଙ୍କ ଏହି ବର୍ଗ ନୂଆ ସଂସଦ ଭବନର ବିରୋଧ କରିଥିଲେ । କେନ୍ଦ୍ର ସରକାର କର୍ତ୍ତବ୍ୟ ପର ପୁନଃବିକାଶ କଲେ କିନ୍ତୁ ସେମାନେ ଏହାର ବିରୋଧ କଲେ ।
ଏହା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିରୋଧୀମାନେ ୭୦ ବର୍ଷ ପର୍ଯ୍ୟନ୍ତ ବୀର ଯବାନ ମାନଙ୍କ ପାଇଁ ଗୋଟିଏ ଯୁଦ୍ଧ ସ୍ମାରକ ନିର୍ମାଣ ଲରିପାରିଲେ ନାହିଁ । ଯେତେବେଳେ ଆମେ ଯୁଦ୍ଧ ସ୍ମାରକ ନିର୍ମାଣ କରିଲୁ ସେମାନେ ଏହାର ମଧ୍ୟ ସମାଲୋଚନା କରିଥିଲେ । ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ପ୍ରତିମୁର୍ତ୍ତି ଦୁନିଆର ସବୁଠୁ ବଡ଼ ଅଟେ । କିନ୍ତୁ କିଛି ରାଜନୈତିକ ଦଳମାନେ ଏହାର ମଧୟ ସାମାଲୋଚନା କରିଥିଲେ । ତେବେ ବିଜେପି ସରକାର ନକରାତ୍ମକ ଭାବନାଠୁ ଉପରକୁ ଉଠି ସକରାତ୍ମକ ରାଜନୀତି ରାସ୍ତାରେ ଆଗକୁ ବଢୁଛନ୍ତି ।
हमने देश के विकास को नकारात्मक राजनीति से ऊपर उठकर एक मिशन के रूप में लिया है। किस राज्य में किसकी सरकार है, कहां किसका वोट बैंक है, इन सबसे ऊपर उठकर हम पूरे देश में विकास को सर्वोच्च प्राथमिकता दे रहे हैं। pic.twitter.com/ZFCpVlaLnB
— Narendra Modi (@narendramodi) August 6, 2023