fbpx

ସଂସଦରେ ପହଞ୍ଚିଲେ ରାହୁଲ ଗାନ୍ଧୀ: I.N.D.I.A ମେଣ୍ଟର ନେତାମାନେ ସ୍ଲୋଗାନ ଦେଇ କଲେ ସ୍ୱାଗତ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଅନେକ ଦିନ ହେଲାଣି ହଙ୍ଗାମା ଜାରି ରହିଛି। ଆଜି ମଧ୍ୟ ବିରୋଧୀ ମଣିପୁର, ନୁହ ଏବଂ ଦିଲ୍ଲୀ ସେବା ବିଲକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ଲୋକସଭାରେ ଦିଲ୍ଲୀ ସେବା ବିଲ୍ ପାରିତ ହୋଇଛି ଯାହାକୁ ସରକାର ଆଜି ରାଜ୍ୟସଭାରେ ଉପସ୍ଥାପନ କରିବେ। ଏଥିପାଇଁ ବିଜେପି ଆଜି ଏହାର ସମସ୍ତ ସାଂସଦଙ୍କୁ ନିର୍ଦ୍ଦେଶ ନାମା ଜାରି କରିଛି। ସୁପ୍ରିମକୋର୍ଟଙ୍କଠାରୁ ଅଶ୍ଵସ୍ତି ପାଇବା ପରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ଆଜି ପୁନଃ ସ୍ଥାପିତ ହୋଇଛି। ଏହି ସମୟରେ ରାହୁଲ ଗାନ୍ଧୀ ସଂସଦରେ ପହଞ୍ଚିଛନ୍ତି।

ଶୁକ୍ରବାର ଦିନ ସୁପ୍ରିମକୋର୍ଟ ‘ମୋଦୀ’ ଉପନାମ ମନ୍ତବ୍ୟ ମାମଲାରେ ଦଣ୍ଡାଦେଶ ଶୁଣାଇବା ପରେ ଲୋକସଭା ସଚିବାଳୟ ୱାୟାନାଡ ସାଂସଦ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଫେରାଇ ଆଣିଛନ୍ତି। ୨୪ ମାର୍ଚ୍ଚ ୨୦୨୩ ସେ ନିମ୍ନ ଗୃହରୁ ସଦସ୍ୟତା ପଦ ହରାଇଥିଲେ।

 

 

 

 

Get real time updates directly on you device, subscribe now.