fbpx

୧୦ମ ପାସ ପ୍ରାର୍ଥୀଙ୍କ ପାଇଁ ଡାକ ବିଭାଗରେ ୩୦,୦୪୧ଟି ପଦବୀ ଖାଲି : ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ  : ଇଣ୍ଡିଆ ପୋଷ୍ଟରେ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଇଣ୍ଡିଆ ପୋଷ୍ଟରେ ଗ୍ରାମୀଣ ଡାକ ସେବକ(ପୋଷ୍ଟ ମାଷ୍ଟର)/ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟମାଷ୍ଟର/ଡାକ ସେବକ ପଦବୀ ପାଇଁ ଆବେଦନ ଆରମ୍ଭ ହୋଇଛି । ଆବେଦନ ପ୍ରଣାଳୀ ଅଗଷ୍ଟ ୩ ରୁ ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଗଷ୍ଟ ୨୩ ପର୍ଯ୍ୟନ୍ତ ଆବେଦନ କରି ପାରିବେ । ଆବେଦନ କରିଥିବା ପ୍ରାର୍ଥୀଙ୍କ ଫର୍ମରେ ଯଦି କିଛି ଭୁଲ ଅଛି, ତେବେ ତାହାକୁ ସୁଧାରିବାର ମଧ୍ୟ ସୁବିଧା ପ୍ରଦାନ କରାଯାଇଛି । ଆବେଦନ ପତ୍ରର ତୃଟିକୁ ସୁଧାରିବା ପାଇଁ ଅଗଷ୍ଟ ୨୪ ରୁ ୨୬ ପର୍ଯ୍ୟନ୍ତ ତାରିଖ ଧାର୍ଯ୍ୟ କରାଯାଇଛି ।

ପଦବୀ ବିବରଣୀ : ୩୦,୦୪୧

ଜରୁରୀ ତାରିଖ : ଅଗଷ୍ଟ ୦୩ରୁ ଆବେଦନ ଆରମ୍ଭ ହୋଇ ଅଗଷ୍ଟ ୨୩ରେ ଶେଷ ହେବ । ଆବେଦନ ପତ୍ରରେ ତୃଟିଥିଲେ, ତାହାକୁ ସୁଧାରିବା ପାଇଁ ଅଗଷ୍ଟ ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ତାରିଖ ନିର୍ଦ୍ଧାରିତ କରାଯାଇଛି ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ୧୦ମ ପାସ କରିବା ସହ ଗଣିତ ଏବଂ ଇଂରାଜୀରେ ଭଲ ମାର୍କ ରହିଥିବା ଜରୁରୀ । ଏହା ଛଡା ପ୍ରାର୍ଥୀଙ୍କୁ ସ୍ଥାନୀୟ ଭାଷା ଆସୁଥିବା ଆବଶ୍ୟକ ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଦେବାକୁ ହେବ । ସମସ୍ତ ମହିଳା, ଟ୍ରଅନ୍ସ ମହିଳା, ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।

କିପରି କରିବେ ଆବେଦନ :

ପ୍ରଥମେ ଅଫିସିଆଲ ୱେବସାଇଟ indiapostgdsonline.gov.in କୁ ଯାଆନ୍ତୁ ।
ଏହାପରେ ହୋମ ପେଜକୁ ଯାଇ ରେଜିଷ୍ଟ୍ରେସନ ଲିଙ୍କ ଉପରେ କ୍ଲିକ କରନ୍ତୁ ।
ରେଜିଷ୍ଟ୍ରେସନ ପରେ ଆବେଦନ କରନ୍ତୁ ।
ପରେ ଦିଆଯାଇଥିବା ଆବେଦନର ଶୁଳ୍କ ଭରନ୍ତୁ ।
ସମସ୍ତ ଆବଶ୍ୟକ ଦସ୍ତାବିଜକୁ ଅପଲୋଡ କରନ୍ତୁ ।
ଶେଷରେ ସବମିଟ କରି, ତାହାର ଏକ କପିର ପ୍ରିଣ୍ଟି ବାହାର କର ନିଜ ପାଖରେ ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://indiapostgdsonline.cept.gov.in/Notifications/Model_Notification.pdf

Get real time updates directly on you device, subscribe now.