fbpx
BSKY SKY
BSKY SKY

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ, ପାସ୍ କରିଛନ୍ତି ୪୩.୬୨ ପ୍ରତିଶତ

BSKY

ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ । ବୋର୍ଡ କାର୍ଯ୍ୟଳୟରେ ସଭାପତି ପ୍ରକାଶ କଲେ ରେଜଲ୍ଟ । ମାଟ୍ରିକ ସପ୍ଲିମେଣ୍ଟାରୀ ପାସ୍ ହାର ୪୩.୬୨ ପ୍ରତିଶତ ରହିଛି ।

ସୂଚନା ଅନୁଯାୟୀ, ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ କରି ନଥିବା ଏବଂ ପରୀକ୍ଷା ଅବେଦନ ନ କରିଥିବା ପିଲା ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ । ଏଥିରେ ସମୁଦାୟ ୧ ହଜାର ୩୧୦ ଜଣ ପିଲା ଫର୍ମ ଫିଲପ କରିଥିଲେ । ସେଥିରୁ ୪୩୩ ଜଣ ପିଲା ପାସ୍ କରିଛନ୍ତି । ସମୁଦାୟ ପରୀକ୍ଷା ଦେଇଥିଲେ ୯୫୦ ପରୀକ୍ଷାର୍ଥୀ । ଏଥିରୁ ପରୀକ୍ଷା ଦେଇନାହାନ୍ତି ୩୬୦ ଜଣ ପରୀକ୍ଷାର୍ଥୀ ।

ଅନ୍ୟପଟେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ମଧ୍ୟ ୬୭୭୮ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ବୋର୍ଡ ୱେବସାଇଟରେ ରେଜଲ୍ଟ ଉପଲବ୍ଧ । ପରୀକ୍ଷା ଦେଇଥିବା ଉଭୟ ଛାତ୍ରଛାତ୍ରୀ WWW.bseodisha.ac.in ରେ ପରୀକ୍ଷା ଫଳ ଦେଖିପାରିବେ ।

Get real time updates directly on you device, subscribe now.