fbpx

ଖୁସି ଖବର! କମିଛି ସୁନା ଦର, କିଣିବା ଆଗରୁ ଜାଣି ନିଅନ୍ତୁ କେତେ ରହିଛି ଆଜିର ଦର

ଭୁବନେଶ୍ୱର : ଅନେକ ଦିନରେ ସୁନା ଦରରେ ଆଜି ବଡ଼ ପରିବର୍ତ୍ତନ ହୋଇଛି । ସୁନା କିଣିବାର ଆଜି ଅଛି ସୁବର୍ଣ୍ଣ ସୁଯୋଗ । କିଣିବା ପୂର୍ବରୁ ନଜର ପକାନ୍ତୁ ଓଡ଼ିଶା ସମେତ ପ୍ରମୁଖ ସହର ଗୁଡିକରେ କେତେ ରହିଛି ଆଜିର ଦର । ଭାରତୀୟ ବଜାରରେ ସୁନାର ଦର ହ୍ରାସ ପାଇଛି । ୨୨ କ୍ୟାରେଟ ସୁନା ଦଶ ଗ୍ରାମ ପ୍ରତି ୫୪,୩୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ଦର ୫୯,୨୯୦ ରହିଛି ।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୫,୧୫୦ ରହିଥିବା ବେଳେ, ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୬୦,୧୬୦ ଟଙ୍କା ହୋଇଛି । ତେବେ ଦେଶର ପ୍ରମୁଖ ସହର ମୁମ୍ବାଇରେ ମଧ୍ୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ଯଥାକ୍ରମେ ୫୫,୧୫୦ ଏବଂ ୬୦,୧୬୦ ଟଙ୍କା ରହିଥିବା ବେଳେ ନୂଆଦିଲ୍ଲୀରେ ଏହାର ଦର ଯଥାକ୍ରମେ ୫୫,୩୦୦ ଟଙ୍କା ଓ ୬୦,୩୧୦ ଟଙ୍କା ରେକର୍ଡ କରାଯାଇଛି । ଏହା ବ୍ୟତୀତ ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫,୧୫୦ ଟଙ୍କା ଓ ୬୦,୧୬୦ ଟଙ୍କା ରହିଛି । ସେହିପରି ରୂପାର ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୨,୦୦୦ ଟଙ୍କା ରହିଥିବାର ରେକର୍ଡ କରାଯାଇଛି ।

ସୁନା ଗହଣା କିଣିବା ସମୟରେ ଏହାର ହଲମାର୍କ ଦେଖି ହିଁ ଜିନିଷ କିଣନ୍ତୁ । ସୁନାର ଶୁଦ୍ଧତା ଜାଣିବା ପାଇଁ ଆପଣ ସରକାରୀ ଆପର ସାହାଯ୍ୟ ମଧ୍ୟ ନେଇପାରିବେ । ‘BIS Care app’ ଜରିଆରେ ସୁନାର ଶୁଦ୍ଧତା ଏବଂ ଅସଲି ନା ନକଲି ଜାଣିପାରିବେ । ଯଦି କୌଣସି ସମସ୍ୟା ଦେଖୁଛନ୍ତି ତେବେ ଏହି ଆପ୍ ଜରିଆରେ ଗ୍ରାହକ ଅଭିଯୋଗ ମଧ୍ୟ କରିପାରିବେ । ଆପଣଙ୍କ ନିଜ ସହରରେ ସୁନାର ମୂଲ୍ୟ ଚେକ୍ କରିବା ପାଇଁ ଟୋଲ ଫ୍ରି ନମ୍ବର ଡାଏଲ କରିପାରିବେ । ଜାରି କରାଯାଇଥିବା ୮୯୫୫୬୬୪୪୩୩ ନମ୍ବରରେ ମିସ କଲ୍ ଦେଇ ଆପଣ ନିଜ ସହରର ସୁନା ମୂଲ୍ୟ ଜାଣି ପାରିବେ ।

Get real time updates directly on you device, subscribe now.