fbpx

ଏଣିକି ମନ୍ଦିର ଭିତରକୁ ‘No Entry’ : ଛୋଟ-ଚିରା ଡ୍ରେସ ପିନ୍ଧିଲେ ଭିତରକୁ ଯାଇପାରିବେନି ଶ୍ରଦ୍ଧାଳୁ

ଦୀର୍ଘ ଦିନରୁ ମନ୍ଦିର ଭିତରକୁ ଅଶ୍ଳୀଳ ପୋଷାକ ପିନ୍ଧି ଯିବା ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଏଣିକି ଛୋଟ କିମ୍ବା ଚିରା ଡ୍ରେସ ପିନ୍ଧିଲେ ମନ୍ଦିର ଭିତରକୁ ଯିବା ସମ୍ଭବ ନୁହେଁ । ଏମିତି ଡ୍ରେସ ପିନ୍ଧିଥିବା ଶ୍ରଦ୍ଧାଳୁମାନଙ୍କୁ ଦୁଆର ମୁହଁରୁ ଫେରାଇ ଦିଆଯିବ । ମର୍ଯ୍ୟାଦାହୀନ ବା ଅତ୍ୟାଧୁନିକ ପୋଷାକ ପିନ୍ଧିଥିବା କୌଣସି ବ୍ୟକ୍ତିଙ୍କୁ ମନ୍ଦିର ପ୍ରାଙ୍ଗଣ ବାରଣ କରାଯାଇଛି । ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ମନ୍ଦିରର ବୋର୍ଡ କମିଟି । ନିଷ୍ପତ୍ତି ପରେ ଏ ନେଇ ଏକ ଘୋଷଣାନାମା ମଧ୍ୟ ପ୍ରକାଶ ପାଇଛି ।

ସୂଚନା ମୁତାବକ, ବିଶ୍ୱପ୍ରସିଦ୍ଧ କାଞ୍ଚି ଧାମ ମନ୍ଦିରରେ ଏହି ନିଷ୍ପତ୍ତି ନିଆଯାଇଛି । ଉତ୍ତରାଖଣ୍ଡର ଏହି ମନ୍ଦିରକୁ ବାବା ନିବ କରୋରୀ ମହାରାଜଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ମନ୍ଦିର କମିଟି ସଦସ୍ୟ । କାରଣ ମନ୍ଦିର ପ୍ରବେଶ ପାଇଁ ନିୟମକୁ ଆହୁରି କଡ଼ାକଡ଼ି କରାଯାଇଛି । ଅତ୍ୟାଧୁନିକ ଡ୍ରେସ ବା ଚିରା କିମ୍ବା ଛୋଟ ଡ୍ରେସ ପିନ୍ଧିଲେ ଏହି ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି । ଏହାଦ୍ୱାରା ମନ୍ଦିରର ଶୁଦ୍ଧତା ନଷ୍ଟ ହେଉଥିବା ବେଳେ ସୌନ୍ଦର୍ଯ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଉଛି । ତେଣୁ ମନ୍ଦିର ପାଇଁ ସ୍ୱତନ୍ତ୍ର ଶାଳୀନତା ପୋଷାକ ପିନ୍ଧିବା ପାଇଁ ଅନେକ ଦିନରୁ ଦାବି ହୋଇ ଆସୁଥିଲା । ତେବେ ବର୍ତ୍ତମାନ ଏହି ନିୟମକୁ କାର୍ଯ୍ୟକାରୀ କରିଛନ୍ତି ମନ୍ଦିର କମିଟି ।

ଏହି ନିୟମ ବ୍ୟତୀତ ମନ୍ଦିରର ସୁରକ୍ଷା ସହିତ ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ଆହୁରି ଅନେକ ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି । ଏହି ମନ୍ଦିରରେ ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରିପାରିବେ ନାହିଁ ଶ୍ରଦ୍ଧାଳୁ । ଏହି ନିୟମକୁ ଉଲ୍ଲଙ୍ଘନ କରିବା ପାଇଁ ଚେଷ୍ଟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତ୍ତି କମିଟି ବୋର୍ଡ । ନିବ କରୋରୀଙ୍କୁ ମହାବୀର ହନୁମାନଙ୍କ ଅବତାର କୁହାଯାଉଥିବା ବେଳେ ଏଠାକୁ ଆସିଲେ ପାରମ୍ପରିକ ପୋଷାକ ପିନ୍ଧି ଆସିବାକୁ ପଡ଼ିବ ।

Get real time updates directly on you device, subscribe now.