fbpx

(Video) ସରକାରୀ ଅଫିସରେ ହେଲମେଟ ପିନ୍ଧି କାମ କରୁଛନ୍ତି କର୍ମଚାରୀ, ଛାତରୁ ଖସୁଛି ପ୍ଲାଷ୍ଟର

ତେଲେଙ୍ଗାନା: ସାଧାରଣତଃ ଗାଡ଼ି ଚଲାଇବା ସମୟରେ ସୁରକ୍ଷା ଲାଗି ସମସ୍ତେ ହେଟମେଟ ପିନ୍ଧିଥାନ୍ତି । ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ସରକାର ମଧ୍ୟ ଏନେଇ ଅନେକ ପଦକ୍ଷେପ ନେଇଛନ୍ତି । ସଡ଼କ ସୁରକ୍ଷା ନିୟମ ଅନ୍ୟୁାୟୀ, ଯଦି ଦୁଇ ଚକିଆ ଯାନ ଚଳାଇବା ସମୟରେ ଆପଣ ହେଲମେଟ ନ ପିନ୍ଧନ୍ତି ତେବେ, ଏଥିପାଇଁ ଆପଣଙ୍କୁ ହଜାର ହଜାର ଟଙ୍କା ଜରିମନା ମଧ୍ୟ ଦେବାକୁ ପଡିଥାଏ । ତେବେ ଆପଣ ଜାଣିଛନ୍ତି କି କିଏ କେବେ ଅଫିସରେ କାମ କରିବା ସମୟରେ ହେଲମେଟ ପିନ୍ଧନ୍ତି? ଏହାରି ମଧ୍ୟରେ ଏପରି ଏକ ଦୃଶ୍ୟ ତେଲେଙ୍ଗାନରୁ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ତେଲେଙ୍ଗାନର ବିରପୁର ସରକାରୀ ଅଫିସରେ ଏପରି ଏକ କାରୁଣିକ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଥିବା ଏମପିଡିଓ ସରକାରୀ ଅଫିସରେ କର୍ମଚାରୀମାନେ ହେଲମେଟ ପିନ୍ଧି କାମ କରୁଛନ୍ତି । ଏହି ଅଫିସରେ ଛାତରୁ ଖଣ୍ଡ ଖଣ୍ଡ ହୋଇ ପ୍ଲାଷ୍ଟର ଛାଡୁଥିବାରୁ କର୍ମଚାରୀମାନେ ଦୁର୍ଘଟଣାରୁ ନିଜକୁ ସୁରକ୍ଷା ଦେବା ଲାଗି ହେଲମେଟ ପିନ୍ଧି କାମ କରୁଛନ୍ତି ।

ସରକାରୀ କର୍ମଚାରୀମାନେ ଏପରି ନିଜ ଜୀବନକୁ ବିପଦରେ ପକାଇ ଏହି ଅଫିସରେ କାମ କରୁଛନ୍ତି । ଛାତରୁ ଖସୁଥିବା ପ୍ଲାଷ୍ଟରରୁ ନିଜ ମୁଣ୍ଡକୁ ସୁରକ୍ଷିତ ରଖିବା ଲାଗି ଏହି କର୍ମଚାରୀ ହେଟମେଟ ପିନ୍ଧୁଛନ୍ତି । କର୍ମଚାରୀମାନଙ୍କ ଏପରି ଦୁଃଖକୁ ସହି ନ ପାରି ସୂର୍ଯ୍ୟ ରେଡି ନାମକ ଏକ ଆଇଡିରୁ ଏହି କାରୁଣିକ ଦୃଶ୍ୟର ଭିଡିଓ ସେୟାର କରାଯାଇଛି । ସେ କ୍ୟାପସନରେ ଲେଖିଛନ୍ତି ଯେ, କର୍ମଚାରୀମାନେ ଏହି ଅଫିସରେ ହେଲମେଟ ପିନ୍ଧିବା ବାଧ୍ୟତା ମୂଳକ କାରଣ ସେମାନେ କୌଣସି ବିପଦ ନେବାକୁ ଚାହୁଁନାହାନ୍ତି ।

Get real time updates directly on you device, subscribe now.