fbpx

ଫିଲ୍ମ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ ୬ମାସ ଜେଲ୍ ଦଣ୍ଡ, କେଉଁ ମାମଲାରେ ହୋଇଛନ୍ତି ଦଣ୍ଡିତ ଆସନ୍ତୁ ଜାଣିବା

ଚେନ୍ନାଇ: ଫିଲ୍ମ ଅଭିନେତ୍ରୀ ତଥା ରାମପୁରର ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ ଚେନ୍ନାଇର ଏକ ଅଦାଲତ ୬ମାସ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଚେନ୍ନାଇର ରାୟପେଟ୍ଟାରେ ତାଙ୍କ ମାଲିକାନାରେ ଚାଲୁଥିବା ଏକ ମୁଭି ଥିଏଟରର କର୍ମଚାରୀଙ୍କ ଦ୍ୱାରା ଦାଖଲ ଯାଚିକାର ଶୁଣାଣୀ କରି କୋର୍ଟ ତାଙ୍କ ଉପରେ ୫,୦୦୦ ଟଙ୍କା ଜୋରିମାନା ବି ଲଗାଇଛନ୍ତି ।

ଏହି ସିନେମା ହଲକୁ ଚେନ୍ନାଇର ରାମ କୁମାର ଓ ରାଜା ବାବୁ ପରିଚାଳନା କରୁଥିଲେ । ସମସ୍ୟା ସେତେବେଳେ ସୃଷ୍ଟି ହୋଇଥିଲା ଯେତେବେଳେ ମ୍ୟାନେଜମେଣ୍ଟ କର୍ମଚାରୀଙ୍କୁ ଇଏସଆଇ ଦେବାରେ ବିଫଳ ହେଲା । କର୍ମଚାରୀମାନେ ଏହାକୁ ନେଇ ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ପରେ ଅଭିନେତ୍ରୀ କର୍ମଚାରୀଙ୍କୁ ପୁରା ରାଶି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଓ କୋର୍ଟରୁ କେସ୍ ଉଠାଇ ନେବାକୁ ନିବେଦନ କରିଥିଲେ ।

କିନ୍ତୁ ଲେବର ଗଭର୍ଣ୍ଣମେଣ୍ଟ ଇନସ୍ୟୁରାନ୍ସ କର୍ପୋରେସନର ଓକିଲ ତାଙ୍କ ଆବେଦନ ଉପରେ ଆପତ୍ତି କରିଥିଲେ ।ଏହାପରେ ଜୟାପ୍ରଦା ଓ ମାମଲାରେ ଜଡିତ ଅନ୍ୟ ୩ଜଣଙ୍କ ବିରୁଦ୍ଧରେ ୬ ମାସ ଜେଲ୍ ଦଣ୍ଡର ଆଦେଶ ଶୁଣାଇଛନ୍ତି କୋର୍ଟ । ଏହା ସହିତ ମାମଲାରେ ସଂପୃକ୍ତ ସମସ୍ତେ ୫,୦୦୦ ଟଙ୍କା ଜୋରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଜୟାପ୍ରଦା ସମାଜବାଦୀ ପାର୍ଟି ତରଫରୁ ଦୁଇ ଥର ଲୋକସଭା ପ୍ରାର୍ଥୀ ପାଇଁ ରାମପୁରରୁ ପ୍ରତିନିଧିତ୍ୱ କରିଛନ୍ତି ।

Get real time updates directly on you device, subscribe now.