ଟଏଲେଟ ଯିବା ବେଳେ ସାଙ୍ଗରେ ନେଉଛନ୍ତି କି ମୋବାଇଲ? ତାହେଲେ ଆପଣଙ୍କ…

ଓଡିଶା ଭାସ୍କର; ଆଜିର ଦିନରେ ମୋବାଇଲର ବ୍ୟବହାର ଅନେକ ମାତ୍ରାରେ ବଢିଯାଇଛି । ମୋବାଇଲକୁ ଛାଡି ଆମେ ଗୋଟିଏ କ୍ଷଣ ବି ରହିବାକୁ ପସନ୍ଦ କରୁନାହାନ୍ତି । ଖାଇବା ବେଳେ ମୋବାଇଲ, ବସିବା ବେଳେ ମୋବାଇଲ ଓ ଶୋଇବା ବେଳେ ବି ଆମର ମୋବାଇଲ ଦରକାର । ଏମିତି କି ଟଏଲେଟ ଯିବା ବେଳେ ବି ଆମେ ସାଙ୍ଗରେ ମୋବାଇଲ ନେଇକି ଯାଉଛନ୍ତି । ଟଏଲେଟରେ ବସିଥିବା ବେଳେ ଆଜିକାଲି ପ୍ରାୟ ସମସ୍ତେ ମୋବାଇଲ ବ୍ୟବହାର କରୁଛନ୍ତି । କିନ୍ତୁ ଏହା ଦ୍ୱାରା କଣ ସମସ୍ୟା ସୃଷ୍ଟି ହୋଇଥାଏ ଆପଣ ମାନେ ଜାଣିଛନ୍ତି କି ? ଯଦି ଏନେଇ ଆପଣ ସଚେତନ ନାହାନ୍ତି ତାହେଲେ ଆମର ଏହି ସମ୍ପୂର୍ଣ ରିପୋର୍ଟଟିକୁ ନିହାତି ପଢନ୍ତୁ ।

ଆମ ସମସ୍ତଙ୍କୁ ଜଣା ଆମେ ଖାଦ୍ୟ ଖାଇ ସାରିଲେ ତାହା ହଜମ ହୋଇଥାଏ । ଏହା ସହ ବଳକା ଅପଚୟ ମଳରେ ପରିଣତ ହୋଇଥାଏ । ଏହି ମଳ ସବୁ ଆମ ମଳଦ୍ୱାରରେ ଯାଇ ଅଟକି ଥାଏ । ଆମକୁ ଝାଡା ବା ଟଏଲେଟ ଲାଗିଲେ ଆମେ ଟଏଲେଟ ଯାଇ ମଳତ୍ୟାଗ କରିଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି? ଆମକୁ ଟଏଲେଟ ଯିବା ନିହାତି ଦରକାର ବୋଲି ଆମେ କେମିତି ଜାଣିବାକୁ ପାଇଥାନ୍ତି? ଏହା ସହ ଆମ ଶରୀରରୁ ମଳତ୍ୟାଗ କିପରି ହୋଇଥାଏ?

ଆମ ମାଇଣ୍ଡ ବା ମନ କମାଣ୍ଡ ଦେବା ଦ୍ୱାରା ଆମ ଲାର୍ଜ ଇଣ୍ଟେଷ୍ଟାଇନ(ବଡ ଅନ୍ତନଳୀ) ରେ ପ୍ରେସର ସୃଷ୍ଟି ହୋଇ ଆମ ମଳକୋଷରେ ଷ୍ଟୋର ହୋଇ ରହିଥିବା ମଳ କ୍ଳିଅର ହୋଇଥାଏ । ଏହା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଆମ ବ୍ରେନ ମଲ୍ଟିପୁଲ କମାଣ୍ଡ ଦେଇଥାଏ । ଏହା ଏକ ଫିଜିକାଲ ଏବଂ ସାଇକୋଲଜିକାଲ ପଦ୍ଧତି । ଯାହାଦ୍ୱାରା ଆମ ଶରୀରରୁ ମଳ ନିଷ୍କାସନ ହୋଇଥାଏ । କିନ୍ତୁ ଟଏଲେଟ ଯିବା ବେଳେ ଆମେ ମୋବାଇଲରେ ରିଲସ୍ କିମ୍ବା ମନରଞ୍ଜନ ଭିଡିଓ ଦେଖିଥାନ୍ତି । ଫଳରେ ଆମ ମାଇଣ୍ଡ ଚିଅରଫୁଲ୍ ବା ଖୁସି ମିଜାଜକୁ ପଳାଇଥାଏ । ଯାହା ଦ୍ୱାରା ଆମ ବ୍ରେନ ଅନ୍ୟ ଏକ କାମରେ ନିୟୋଜିତ ହୋଇ ଆଉ ପ୍ରେସର ସୃଷ୍ଟି କରିପାରେ ନାହିଁ । ଏହା ନ ହେବା ଯୋଗୁ ଆମ ମଳ ଠିକ୍ ଭାବରେ ନିଷ୍କାସନ ହୋଇନଥାଏ । ଯାହା ଦ୍ୱାରା ଆମ ପେଟରେ ଗ୍ୟାସ ସୃଷ୍ଟି ହୋଇଥାଏ । ଯାହାକୁ ନେଇ ଦିନ ଯାକ ଅନ୍ୟ କିଛି କାମରେ ମନ ଲାଗିନଥାଏ, ସାରା ଦିନ ଅଡୁଆ ଅଡୁଆ ଲାଗିଥାଏ । ଦେଖିବାକୁ ଗଲେ ଆଜିକା ଦିନରେ ୬୫% ଯୁବପୀଢ଼ି ଏବେ ଗ୍ୟାସରେ ପୀଡିତ ହୋଇ ସାରିଛନ୍ତି । ଏଣୁ ଟଏଲେଟ ଯିବା ବେଳେ ଆଦୌ ମୋବାଇଲ ନିଅନ୍ତୁ ନାହିଁ କିମ୍ବା ବ୍ୟବହାର କରନ୍ତୁ ନାହିଁ ।

 

Get real time updates directly on you device, subscribe now.