fbpx

ସ୍ୱାସ୍ଥ୍ୟକର୍ମୀଙ୍କ ସହ Missbehave କଲେ ଭୋଗିବେ ପରିଣାମ: ରୋଗୀଙ୍କ ଚିକିତ୍ସା ପାଇଁ ମନା କରିପାରନ୍ତି ଡାକ୍ତର

ନୂଆଦିଲ୍ଲୀ: ଅନେକ ସମୟରେ ରୋଗୀ ବା ସମ୍ପର୍କୀୟଙ୍କୁ ଡାକ୍ତର ତଥା ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଝଗଡ଼ା କରୁଥିବାର ଦେଖିବାକୁ ମିଳିଥାଏ । ମେଡିକାଲରେ ସେମାନେ ଚାହୁଁଥିବା କିଛିଟା ଜିନିଷ ନ ମିଳିଲେ ବା ଏଭଳି କିଛି ପରିସ୍ଥିତି ସୃଷ୍ଟି ହେଲେ, ଅନେକ ଲୋକ ଗାଳି ଗୁଲଜ କରିବା ସହ ସ୍ୱାସ୍ଥ୍ୟକର୍ମୀଙ୍କ ଦୁର୍ବ୍ୟବହାର କରିଥାନ୍ତି । ତେବେ ବର୍ତ୍ତମାନ ଏଭଳି କରିବା ମହଙ୍ଗା ପଡ଼ିଯିବ । ଏଭଳି ଆଚରଣ କରୁଥିବା ବ୍ୟକ୍ତି ବା ସମ୍ପର୍କୀୟ ରୋଗୀଙ୍କଚିକିତ୍ସା କରିବା ପାଇଁ ମନା କରି ଦେଇ ପାରନ୍ତି ଡାକ୍ତର । ଏ ନେଇ ନେସନାଲ ମେଡିକାଲ କମିଶନ ଏକ ବଡ଼ ପଦକ୍ଷେପ ନେଇଛି ।

ନେସନାଲ ମେଡିକାଲ କମିଶନ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ, ଏଣିକି ରେଜିଷ୍ଟର୍ଡ ମେଡିକାଲ ପ୍ରାକ୍ଟିସନର୍ସ କିଛି ରୋଗୀଙ୍କ ଚିକିତ୍ସା କରିବା ପାଇଁ ମନା କରି ଦେଇପାରନ୍ତି । ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଗାଳି ଗୁଲଜ, ମାରପିଟ ବା ହିଂସାତ୍ମକ ପନ୍ଥା ଆଣାଇଲେ ତାଙ୍କ ଚିକିତ୍ସା କରି ନ ପାରନ୍ତି ଡାକ୍ତର । ଆରଏମପି କହିଛି ଯେ, ବର୍ତ୍ତମାନ ଏ ନେଇ ଅଭିଯୋଗ ମଧ୍ୟ କରାଯାଇ ପାରିବ । ଏହାସହିତ ଡାକ୍ତର ଏବଂ ତାଙ୍କ ପରିବାର ଫାର୍ମାସ୍ୟୁଟିକାଲ କମ୍ପାନୀ ସହ କୌଣସି ଉପହାର ବା ଯାତ୍ରା ସୁବିଧା ଆଦି ଗ୍ରହଣ କରିପାରିବେ ନାହିଁ ।

ଏହାବ୍ୟତୀତ କମିଶନର ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ରୋଗୀଙ୍କ ଅଶାଳୀନ ଆଚରଣ ବିରୋଧରେ ଡାକ୍ତର ନେସନାଲ ମେଡିକାଲ କମିଶନ ନିକଟରେ ଅଭିଯୋଗ ମଧ୍ୟ କରିପାରିବେ । ଯାହାଦ୍ୱାରା ରୋଗୀଙ୍କୁ ଚିକିତ୍ସା ପାଇଁ ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତର କରା ଯାଇ ପାରିବ । ମେଡିକାଲ କାଉନ୍ସିଲ ଅଫ ଇଣ୍ଡିଆର ମେଡିକାଲ ଏଥିକ୍ସ କୋଡ, ୨୦୦୨ର ସ୍ଥାନ ନେବ ଏହି ନିୟମ । ପ୍ରଥମ ଥର ପାଇଁ ଏଭଳି ନିୟମ ପ୍ରଣୟନ କରାଯାଇଛି । ଏହାଦ୍ୱାରା ଚିଡ଼ଚିଡ଼ା ରୋଗୀଙ୍କ ଚିକିତ୍ସା କରିବା ପାଇଁ ମନା କରିବାର ଅଧିକାର ଡାକ୍ତରଙ୍କୁ ମିଳିପାରିବ ।

Get real time updates directly on you device, subscribe now.