fbpx

ସ୍ୱାଧୀନତା ଦିବସ ସମାରୋହ ଲାଗି ପ୍ରସ୍ତୁତି; ରବିବାର ସକାଳ ୪ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ଲାଗି ବନ୍ଦ ରହିବ ଏହି ରାସ୍ତା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଡ ଧୁମଧାମରେ ସ୍ୱାଧୀନତା ଦିବସର ପ୍ରସ୍ତୁତି ଚାଲିଛି । ୧୫ ଅଗଷ୍ଟ ଲାଗି ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ରବିବାର ଅର୍ଥାତ୍ ଆସନ୍ତା କାଲି ବହୁ ସଡକ ବନ୍ଦ ରହିବ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ରବିବାର ସ୍ୱାଧୀନତା ଦିବସ ସମାରୋହ ଲାଗି ଫୁଲ ଡ୍ରେସ ରିହର୍ସଲ ହେବ । ଏପରି ସ୍ଥିତିରେ ଦିଲ୍ଲୀ ଟ୍ରାଫିକ ପୋଲିସ ଏକ ନିର୍ଦ୍ଦେଶନାମା ଜାରି କରିଛି । ଏହି ଅନୁସାରେ କାଲି ଦିଲ୍ଲୀରେ ୮ ଗୋଟି ସଡକରେ ଯାତାୟତ ବନ୍ଦ ରହିବ ।

ଦିଲ୍ଲୀର ନେତାଜୀ ସୁଭାଷ ମାର୍ଗ, ଲୋଥିୟନ ରୋଡ୍, ଏସପି ମୁଖାର୍ଜୀ ମାର୍ଗ, ଚାନ୍ଦିନୀ ଚୌକ ରୋଡ୍, ନିଶାଦ ରାଜମାର୍ଗ, ଏସ୍ପା୍ଲନେଡ୍ ରୋଡ୍ ଓ ଏହାର ଲିଙ୍କ ରୋଡ୍, ରାଜଘାଟରୁ ଆଇଏସବିଟି ପର୍ଯ୍ୟନ୍ତ ରିଙ୍ଗ ରୋଡ୍ ଓ ଆଇଏସବିଟି ଠାରୁ ଆଇପି ଫ୍ଲାଇଓଭର ପର୍ଯ୍ୟନ୍ତ ବାହ୍ୟ ରିଙ୍ଗ ରୋଡ୍ ଏହି ୮ ଗୋଟି ସଡକ ରବିବାର ବନ୍ଦ ରହିବ । ନିର୍ଦ୍ଦେଶନାମା ଅନୁସାରେ ଏହି ରାସ୍ତା ରବିବାର ସକାଳ ୪ଟା ସମୟରୁ ଦିନ ୧୧ଟା ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ଲାଗି ବନ୍ଦ ରହିବ ।

ଦିଲ୍ଲୀ ଟ୍ରାଫିକ ପୋଲିସର ନିର୍ଦ୍ଦେଶନାମା ଅନୁଯାୟୀ ଉତ୍ତର ଦିଲ୍ଲୀରୁ ଦକ୍ଷିଣ ଦିଲ୍ଲୀ କିମ୍ବା ଦକ୍ଷିଣ ଦିଲ୍ଲୀରୁ ଉତ୍ତର ଦିଲ୍ଲୀ ଯାଉଥିବା ଯାତ୍ରୀଙ୍କୁ ନିଜ ଗନ୍ତବ୍ୟରେ ପହଞ୍ଚିବା ଲାଗି ଅରବିନ୍ଦ ମାର୍ଗ, ସଫଦରଜଙ୍ଗ ରୋଡ୍, କମଲ ଅତାତୁକ ମାର୍ଗ, କୌଟିଲ୍ୟ ମାର୍ଗ, ମଦର ଟେରେସା କ୍ରିସେଣ୍ଟ, ପାର୍କ ଷ୍ଟ୍ରୀଟ୍, ମନ୍ଦିର ମାର୍ଗ ଓ ରାଣୀ ଝାନସୀ ରୋଡ୍ ପରି ବିକଳ୍ପ ମାର୍ଗ ବାଛିବାକୁ ହେବ । ସେହିପରି ୧୨ ଅଗଷ୍ଟ ମଧ୍ୟରାତ୍ରରୁ ୧୩ ଅଗଷ୍ଟ ସକାଳ ୧୧ଟା ପର୍ଯ୍ୟନ୍ତ ନିଜାମଉଦ୍ଦିନ ଓ ବଜୀରାବାଦ ବ୍ରିଜ୍ ମଧ୍ୟ ଦେଇ କୌଣସି ମାଲବାହୀ ଗାଡି ଯାଇପାରିବ ନାହିଁ ।

Get real time updates directly on you device, subscribe now.