fbpx

ରାଜ୍ୟରେ ହୋମିଓପ୍ୟାଥି ଶିକ୍ଷାରେ ନାମଲେଖା ପାଇଁ ମିଳିଲା ଅନୁମତି, ବିଜ୍ଞପ୍ତି ଅନୁସାରେ ନଭେମ୍ବର ସୁଦ୍ଧା ଶେଷ ହେବ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ହୋମିଓପ୍ୟାଥି ଶିକ୍ଷାରେ ନାମଲେଖା ପାଇଁ ଜାତୀୟ ହୋମିଓପ୍ୟାଥି ଆୟୋଗ ଅନୁମତି ପ୍ରଦାନ କରିଛନ୍ତି । ଏଥିନିମନ୍ତେ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇ ଆସନ୍ତା ନଭେମ୍ବର ସୁଦ୍ଧା ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତବର୍ଷ ମୋଟ୍‍ ୪ଟି ମହାବିଦ୍ୟାଳୟ ପାଇଁ ୧୫୬ଟି ୟୁଜି ଓ ୪ଟି ପିଜି ଆସନରେ ନାମଲେଖା ହେବ ।

ହୋମିଓପ୍ୟାଥି ପାଠ୍ୟକ୍ରମ ନାମଲେଖା ପାଇଁ ନିଟ୍‍ ପରୀକ୍ଷା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାଛଡା ଅଧ୍ୟାପକ ପଦ ପୂରଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ବ୍ରହ୍ମପୁର ବିଜୁପଟ୍ଟନାୟକ ହୋମିଓପ୍ୟାଥି ଭେଷଜ ମହାବିଦ୍ୟାଳୟରେ ୩୧ ୟୁଜି ଆସନ ଥିବାବେଳେ ରାଉରକେଲାର ଉତ୍କଳମଣି ହୋମିଓପ୍ୟାଥି ଭେଷଜ ମହାବିଦ୍ୟାଳୟ ଓ ସମ୍ବଲପୁର ଓଡ଼ିଶା ମେଡ଼ିକାଲ କଲେଜ ଅଫ୍‍ ହୋମିଓପ୍ୟାଥି ଆଣ୍ଡ ରିସର୍ଚ୍ଚ ମହାବିଦ୍ୟାଳୟରେ ୩୧ଟି ଲେଖାଏଁ ୟୁଜି ଆସନ ରହିଛି । ରାଜ୍ୟରେ କେବଳ ଡାକ୍ତର ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ରହିଛି ।

Get real time updates directly on you device, subscribe now.