fbpx

ବିଜେପିକୁ ଭୋଟ ଦେଉଥିବା ରାକ୍ଷସ, ଏହି ମହାଭାରତ ମାଟିରେ ମୁଁ ତୁମକୁ ଅଭିଶାପ ଦେଉଛି , କଂଗ୍ରେସ ସାଂସଦ ଦେଲେ ବିବାଦୀୟ ବୟାନ

ଚଣ୍ଡୀଗଡ: କଂଗ୍ରେସର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ରଣଦୀପ ସିଂହ ସୁରଜେୱାଲା ଏକ ଜନସଭାକୁ ସମ୍ବୋଧିିତ କରିବା ସମୟରେ ବିଜେପିକୁ ଭୋଟ ଦେଉଥିବା ବ୍ୟକ୍ତିଙ୍କୁ ରାକ୍ଷାସ ବୋଲି କହିଛନ୍ତି । କଂଗ୍ରେସ ପକ୍ଷରୁ ଉଦୟପୁର ଦୁର୍ଗ ନିକଟରେ ଜନ ଆକ୍ରୋଶ ପ୍ରଦର୍ଶନର ଆୟୋଜନ କରାଯାଇଥିଲା । ଏହି ପ୍ରଦର୍ଶନୀରେ ନିଜର ବକ୍ତବ୍ୟ ରଖି ସୁରଜେୱାଲା କହିଛନ୍ତି ଯେଉଁମାନେ ବିଜେପିକୁ ଭୋଟ ଦେଉଛନ୍ତି ଓ ବିଜେପିର ସମର୍ଥକ ସେମାନେ ସମସ୍ତେ ରାକ୍ଷସ ପ୍ରବୃତ୍ତିର ଲୋକ । ମୁଁ ମହାଭାରତର ଏହି ମାଟିରୁ ସେମାନଙ୍କୁ ଅଭିଶାପ ଦେଉଛି ।

ସୁରଜେୱାଲାଙ୍କ ଏପରି ବୟାନରେ ବିଜେପିର ସମ୍ବିତ ପାତ୍ର କହିଛନ୍ତି ଏବେ କଂଗ୍ରେସ ପାର୍ଟି ଜନତାଙ୍କୁ ଗାଳି କରିବାରେ ଲାଗିଲାଣି । ସେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ବାରମ୍ବାର ନିଜ ଶାହଜାଦେଙ୍କୁ ଲଞ୍ଚ କରିବାରେ ବିଫଲ ହୋଇ କଂଗ୍ରେସ ଏବେ ଜନତା ଜନାର୍ଦ୍ଦନଙ୍କୁ ଗାଳି ଦେବା ଆରମ୍ଭ କଲାଣି । ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ବିରୁଦ୍ଧରେ ଅନ୍ଧପଣର ଶିକାର ହୋଇ ପଡିଛି କଂଗ୍ରେସ ପାର୍ଟି । ସେ ଆହୁରି କହିଛନ୍ତି ଗୋଟିଏ ପଟେ ୧୪୦ କୋଟି ଦେଶବାସୀଙ୍କ ପ୍ରଧାନସେବକ ମୋଦୀଜୀ ହୋଇଥିବା ବେଳେ ତାଙ୍କ ଲାଗି ଜନତା ହିଁ ଜନାର୍ଦ୍ଦନ ଅଟନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଲାଗି ଜନତା ହେଉଛନ୍ତି ରାକ୍ଷସ । ଦେଶର ଜନତା ଏହି ଫରକକୁ ଭଲ ଭାବରେ ବୁଝୁଛନ୍ତି ଓ ଏହାର ଉତ୍ତର ମଧ୍ୟ ସେମାନେ ନିଶ୍ଚୟ ଦେବେ ।

ବିଜେପି ନେତା ଶାହଜାଦ ପୁନାୱାଲା କହିଛନ୍ତି, କଂଗ୍ରେସ ନେତା ସୁରଜେୱାଲା ଅଫଜଲ ଗୁରୁଜୀ ଓ ଓସାମା ଜୀ କହିଥାନ୍ତି । ଆଜି ସେହି କଂଗ୍ରେସ ଜନତାଙ୍କୁ ରାକ୍ଷସ ବୋଲି କହିଦେଲେ । ଏମାନଙ୍କ ଠାରୁ ଜନତା ଅଧିକ କ’ଣ ଆଶା କରିପାରିବେ ।

Get real time updates directly on you device, subscribe now.