fbpx

ଦେଶ ରଙ୍ଗିଲା ରଙ୍ଗିଲା, ଦେଶ ମେରା ରଙ୍ଗିଲା….ସ୍ୱାଧୀନତା ଦିବସ ପୂର୍ବରୁ ତ୍ରିରଙ୍ଗରେ ରଙ୍ଗୀନ ହୋଇଛି ଭାରତ: ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ମେରା ଭାରତ, ମହାନ ହେ…  ସତରେ ଆମ ଭାରତ ଦେଶ କେଡ଼େ ମହାନ୍ । ପ୍ରତିଟି ଭାରତୀୟଙ୍କ ଛାତିରେ ଦେଶ ପାଇଁ ପ୍ରେମ, ଭାରତୀୟ ହେବାର ଗର୍ବ ଏବଂ ଗୌରବ ଝଳସି ଯାଉଛି । ଖାଲି ମନ ଆଉ ହୃଦୟରେ ନୁହେଁ, ଆଜି ପ୍ରତିଟି ସ୍ଥାନରେ ଶୋଭା ପାଉଛି ଭାରତର ତ୍ରିରଙ୍ଗୀ ପତାକା । ଘର, ମନ୍ଦିରରୁ ଆରମ୍ଭ କରି ଦର୍ଶନୀୟ ସ୍ଥାନ ବି ଆଜି ଜାତୀୟ ପତାକାର ତିନି ରଙ୍ଗରେ ରଙ୍ଗେଇ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ହର ଘର ତ୍ରିରଙ୍ଗା’ ଆହ୍ୱାନ ବର୍ତ୍ତମାନ କେବଳ ଘର ଭିତରେ ସୀମିତ ହୋଇନାହିଁ । ଏହା ଏବେ ଅନ୍ୟାନ୍ୟ ଲୋକପ୍ରିୟ ସ୍ଥାନ ଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଛି । ଦେଶର ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ପତାକାର ୩ଟି ରଙ୍ଗ ସ୍ୱାଧୀନ ଭାରତର ଗାଥା ଗାଇ ବୁଲୁଛି ।

ଷୋଡ଼ଶ ଶତାବ୍ଦୀରେ ବିଜୟନଗରର ରାଜାଙ୍କ ସ୍ୱାରା ନିର୍ମାଣ କରା ଯାଇଥିଲା ଭେଲୋର ଦୁର୍ଗ । ତାମିଲନାଡୁର ଭେଲ୍ଲୋର ସହରରେ ଏହି ଦୁର୍ଗ ଅବସ୍ଥିତ । ତେବେ ଏକଦା ଏହି ଦୁର୍ଗ ବିଜୟନଗର ସାମ୍ରାଜ୍ୟର ଅରାବିଡୁ ରାଜବଂଶର ମୁଖ୍ୟାଳୟ ଭାବରେ ସ୍ଥାନ ପାଇଥିଲା । କିନ୍ତୁ ଆଜି ଏହି ଦୁର୍ଗ ତ୍ରିରଙ୍ଗା ପତାକାର ନାରଙ୍ଗୀ, ଧଳା ଏବଂ ନୀଳ ରଙ୍ଗରେ ରଙ୍ଗୀନ ହୋଇଯାଇଛି । ସେହିଭଳି ଜମ୍ମ-କଶ୍ମୀରର ଅବନ୍ତିପୁରା ଝେଲମ୍ ନଦୀ କୂଳରେ ଅବନ୍ତି ସ୍ୱାମୀ ମନ୍ଦିର ଅବସ୍ଥିତ । ଏହି ମନ୍ଦିରର ରଙ୍ଗ ବି ଆଜିପୂର୍ବ ଭଳି ନାହିଁ । ଏକଦମ ବଦଳି ଯାଇ ମନ୍ଦିରର ରଙ୍ଗ ତ୍ରିରଙ୍ଗାରେ ପରିବର୍ତ୍ତନ ହୋଇଯାଇଛି । ସେଣ୍ଟ ଫ୍ରାନ୍ସିସ ଅଫ ଆସିସି ଚର୍ଚ୍ଚର ସ୍ଥାପନା କରିଥିଲେ ପର୍ତ୍ତଗାଲର ଫାନ୍ସିସ୍କନ ଭିକାରୀ । ଏଠାରେ ମଧ୍ୟ ‘ହର ଗର ତ୍ରିରଙ୍ଗା’ ଅଭିଯାନରେ ତ୍ରିରଙ୍ଗା ପତାକାର ସମସ୍ତ ରଭ୍ଗ ଝଲସି ଉଠିଛି ।

ରାଜସ୍ଥାନର ନାଗଦାରେ ଥିବା ଶାଶୂବୋହୂ ମନ୍ଦିରରେ ଭାରତର ଜାତୀୟ ପତାକା ଦେଖିବାକୁ ମିଳିଛି । ଅଷ୍ଟଦଶ ଶତାବ୍ଦୀରେ ଲକ୍ଷ୍ନୌର ଦିଲକୁଶା ଅଞ୍ଚଳରେ ଏହାକୁ ଅବସ୍ଥାନ କରାଯାଇଛି । ତେବେ ଏହି ମନ୍ଦିରକୁ ସ୍ୱାଧୀନତା ଦିବସ ଉପଲକ୍ଷେ ତିନି ରଙ୍ଗରେ ରଙ୍ଗୀନ କରାଯାଇ ସ୍ୱାଧୀନ ଭାରତକୁ ଗର୍ବର ସହ ପାଳନ କରୁଛନ୍ତି ଭାରତୀୟ ନାଗରିକ । ଲେହ ପ୍ୟାଲେସ ମଧ୍ୟ ଏହି ତାଲିକାରୁ ବାଦ୍ ପଡ଼ିନି । ତ୍ରିରଙ୍ଗାର ରଙ୍ଗରେ ଲେହ ପ୍ୟାଲେସ ଭାରତର ଜୟଗାନ କରୁଥିବା ଦେଖାଯାଇଛି । ମୋଦୀଙ୍କ ଗୋଟିଏ ଆହ୍ୱାନ ଆଜି ସାରା ଭାରତକୁ ତିନୋଟି ରଙ୍ଗରେ ରଙ୍ଗୀନ କରି ସଜେଇ ଦେଇଛି । ସବୁଆଡ଼େ ଜାତୀୟ ପତାକା ଶୋଭା ପାଉଛି । ଆଉ ଘରେ ଘରେ ମଧ୍ୟ ତ୍ରିରଙ୍ଗାର ତିନି ରଙ୍ଗ ଭରି ଦେଇ ଆମ ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନ ସାକାର କରିଛି ମୋଦୀଙ୍କ ‘ହର ଘର ତ୍ରିରଙ୍ଗା ଅଭିଯାନ’ । ଜୟ ହିନ୍ଦ୍…

Get real time updates directly on you device, subscribe now.