ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ପ୍ରିୟଙ୍କା ଗାନ୍ଧୀ ବାରଣାସୀରୁ ଲଢିଲେ ନିଶ୍ଚୟ ଜିତିବେ, ଏହି ନେତାଙ୍କ ଦାବୀ

ନୂଆଦିଲ୍ଲୀ: ଯଦି ପ୍ରିୟଙ୍କା ଗାନ୍ଧୀ ବାରଣାସୀରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢିବେ ତେବେ ନିଶ୍ଚିତ ରୂପରେ ସେ ବିଜୟ ଲାଭ କରିବେ । ଶିବସେନା ନେତା ସଞ୍ଜୟ ରାୱତ ଏହି ଦାବୀ କରିଛନ୍ତି । ସେ କହିଛନ୍ତି ବାରଣାସୀ ଜନତା ପ୍ରିୟଙ୍କା ଗାନ୍ଧୀଙ୍କୁ ଚାହୁଁଛନ୍ତି । ସେ ଏହା ମଧ୍ୟ କହିଛନ୍ତି ରାୟବରେଲୀ, ବାରଣାସୀ ଓ ଆମେଥିରେ ଏଥର ବିଜେପି ଲାଗି ନିର୍ବାଚନ ଜିତିବା ବେଶ୍ କଠିନ ହେବ ।

ଏହା ପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା କହିଥିଲେ, ତାଙ୍କ ପତ୍ନୀ ଲୋକସଭାକୁ ଯିବା ଉଚିତ ଓ ତାଙ୍କ ପାଖରେ ଜଣେ ସାଂସଦ ହେବାର ସମସ୍ତ ଯୋଗ୍ୟତା ରହିଛି । ଭଦ୍ରା ଆହୁରି କହିଛନ୍ତି ମୁଁ ଆଶା କରୁଛି କଂଗ୍ରେସ ଏହାକୁ ନେଇ ଯୋଜନା ପ୍ରସ୍ତୁତ କରିବ ।

ସଞ୍ଜୟ ରାୱତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନିର୍ବାଚନ କ୍ଷେତ୍ର ଠାଣେର ସରକାରୀ ହସ୍ପିଟାଲରେ ୨୪ ଘଣ୍ଟାରେ ୧୮ ରୋଗୀଙ୍କ ମୃତ୍ୟୁକୁ ନେଇ ସିନ୍ଦେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଏପରି ଏକ ସମ୍ବେଦନଶୀଳ ଘଟଣା ସମୟରେ ମୁଖ୍ୟମନ୍ତ୍ରୀ କେଉଁଠାରେ ଲୁଚି ରହିଛନ୍ତି । ରାଜ୍ୟରେ ଯେବେଠାରୁ ସିନ୍ଦେ ଫଡନବିସ ସରକାର ଆସିଛି ସେବେ ଠାରୁ ମୃତ୍ୟୁର ତାଣ୍ଡବ ଜାରି ରହିଛି ବୋଲି ସେ କହିଛନ୍ତି ।